PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦୁଝର ସଦର : କେନ୍ଦୁଝର ଜିଲ୍ଲା ସଦର ଥାନା ସୁଆକାଠି ନିକଟରୁ ଦୁଇଟି ବଳଦ ବୋଝେଇ ଗାଡ଼ି ଜବତ
  • ||
  • କଣ୍ଟାବାଞ୍ଜି : ପ୍ରାଥମିକ ବିଦ୍ୟାଳୟର ତାଲା ଭାଙ୍ଗି ଲୁଟ୍
  • ||

ପଦ୍ମପୁର ଫାଇଟ୍: ତିନି ପ୍ରମୁଖ ଦଳ ପ୍ରାର୍ଥୀ କୋଟିପତି

ବରଗଡ଼/ପଦ୍ମପୁର,୧୯/୧୧: ପଦ୍ମପୁର ବିଧାନସଭା ଉପନିର୍ବାଚନ ପାଇଁ ଯାଞ୍ଚ ପ୍ରକ୍ରିୟା ସମାପ୍ତ ପରେ ନିର୍ବାଚନ ଅଧିକାରୀ ପ୍ରାର୍ଥୀମାନଙ୍କ ସତ୍ୟପାଠ ସାର୍ବଜନୀନ କରିଛନ୍ତି । ସତ୍ୟପାଠରୁ ତିନି ପ୍ରମୁଖ ରାଜନୈତିକ ଦଳ ପ୍ରାର୍ଥୀ କୋଟିପତି ଥିବା ବେଳେ ବିଜେଡି ଓ ବିଜେପି ପ୍ରାର୍ଥୀଙ୍କ ମୋଟ ସମ୍ପତ୍ତି ଠାରୁ କଂଗ୍ରେସ ପ୍ରାର୍ଥୀଙ୍କ ସମ୍ପତ୍ତି ଦୁଇଗୁଣ ରହିଛି ।

ବିଜେଡି ପ୍ରାର୍ଥୀ ବର୍ଷା ସିଂହ ବରିହା ଓ କଂଗ୍ରେସ ପ୍ରାର୍ଥୀ ସତ୍ୟଭୂଷଣ ସାହୁଙ୍କ ପାଖରେ କୌଣସି ଦୁଇ ଚକିଆ କିମ୍ବା ଚାରି ଚକିଆ ଯାନବାହାନ ନଥିବା ବେଳେ ଭାଜପା ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କ ପାଖରେ ପାଖପାଖି ୨୫ ଲକ୍ଷ ଟଙ୍କାର ଏକ ଇନୋଭା କାର୍‌ ରହିଛି । ଭାଜପା ପ୍ରାର୍ଥୀ ପୁରୋହିତଙ୍କ ନାମରେ ୫୫ ଲକ୍ଷ ୬୭ ହଜାର ସଂପତ୍ତି ଓ ତାଙ୍କ ସ୍ତ୍ରୀ ପ୍ରତିମା ନାମରେ ୩୮ ଲକ୍ଷ ୫୧ ହଜାର ଟଙ୍କାର ସ୍ଥାବର ସଂପତ୍ତି ଓ ୪୪ ଲକ୍ଷ ଟଙ୍କାର ଅସ୍ଥାବର ସମ୍ପତ୍ତିକୁ ନେଇ ମୋଟ ୧,୬୩,୧୮୦୦୦ ଟଙ୍କାର ସମ୍ପତ୍ତି ରହିଛି ।

ସେହିପରି ବିଜେଡି ପ୍ରାର୍ଥୀ ବର୍ଷା ସିଂହ ବରିହାଙ୍କ ପାଖରେ ୧୦ ଲକ୍ଷ ୯୪ ହଜାର ଟଙ୍କାର ଗହଣା ସହ ୧୨ ଲକ୍ଷ ୩୬ ହଜାର ଟଙ୍କାର ସ୍ଥାବର ସଂପତ୍ତି ରହିଥିବା ବେଳେ ତାଙ୍କ ସ୍ୱାମୀ ସ୍ମୃତିସୌରଭ ବଳିୟାର ସିଂହଙ୍କ ପାଖରେ ୪୨ ଲକ୍ଷ ୫୦ ହଜାର ଟଙ୍କାର ସ୍ଥାବର ଓ ୯୦ ଲକ୍ଷ ଟଙ୍କାର ଅସ୍ଥାବର ସମ୍ପତ୍ତିକୁ ନେଇ ମୋଟ ୧୫୫୮୦୦୦୦ ଟଙ୍କାର ସମ୍ପତ୍ତି ରହିଥିବା ଜଣାପଡ଼ିଛି ।

ତେବେ କଂଗ୍ରେସ ପ୍ରାର୍ଥୀ ସତ୍ୟଭୂଷଣଙ୍କ ମୋଟ ସମ୍ପତ୍ତି ଉଭୟ ପ୍ରାର୍ଥୀଙ୍କଠାରୁ ଦୁଇଗୁଣ ଥିବା ଜଣାପଡ଼ିଛି । ଶ୍ରୀ ସାହୁଙ୍କ ପାଖରେ ୪ କୋଟି ୩୦ ଲକ୍ଷ ଟଙ୍କାର ସ୍ଥାବର ସଂପତ୍ତି ଥିବା ବେଳେ ଭୁବନେଶ୍ୱରରେ ଏକ କୋଠା ଘର ଥିବା ନିର୍ବାଚନ କମିଶନକୁ ଜଣାଇଛନ୍ତି । ସେହିପରି ତାଙ୍କ ପାଖରେ ୨ ଲକ୍ଷ ୫୦ ହଜାର ଟଙ୍କା ଓ ସ୍ତ୍ରୀଙ୍କ ନାମରେ ୪ ଲକ୍ଷ ୧୦ ହଜାର ଟଙ୍କାର ଅସ୍ଥାବର ସଂପତ୍ତି ଥିବା ଜଣାଇଛନ୍ତି ।

ଭାଜପା ପ୍ରାର୍ଥୀଙ୍କ ନାମରେ ବିଭିନ୍ନ ଥାନାରେ ୧୦ଟି ଫୌଜଦାରୀ ମାମଲା ଓ କଂଗ୍ରେସ ପ୍ରାର୍ଥୀଙ୍କ ନାମରେ ୨ଟି ଫୌଜଦାରୀ ମାମଲା ରହିଥିବା ବେଳେ ବିଜେଡି ପ୍ରାର୍ଥୀଙ୍କ ନାମରେ କୌଣସି ଅପରାଧିକ ମାମଲା ରୁଜୁ ହୋଇ ନଥିବା ସତ୍ୟପାଠରୁ ଜଣାପଡ଼ିଛି ା ଶିକ୍ଷାଗତ ଯୋଗ୍ୟତା କ୍ଷେତ୍ରରେ କଂଗ୍ରେସ ପ୍ରାର୍ଥୀ ସତ୍ୟଭୂଷଣ ବିଜ୍ଞାନ ପାଠ୍ୟକ୍ରମରେ ସ୍ନାତକୋତ୍ତର ଡ଼ିଗ୍ରୀ ହାସଲ କରିଥିବା ବେଳେ ବର୍ଷା ଆଇନରେ ଡିଗ୍ରୀ ହାସଲ କରିଛନ୍ତି ଏବଂ ପ୍ରଦୀପ ମାଟ୍ରିକ ପାସ୍ କରିଥିବା ଜଣାପଡ଼ିଛି ।