ପ୍ରମୂଖ ଖବର
  • ପୁରୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଅପରାହ୍ନରେ ସେବାୟତଙ୍କ ସହ ଆଲୋଚନା
  • ||
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

ପଢୁଆଁ ହେବେ ଶ୍ରୀଜିଉ, ମାଧବାନନ୍ଦଜିଉଙ୍କ ପୀଠରୁ ଶ୍ରୀମନ୍ଦିରକୁ ଗଲା ଭାର

Published By : Rasmita Pradhan | November 22, 2024 2:35 PM

ନିଆଳି, ୨୨/୧୧ : ମାର୍ଗଶୀର ଅଷ୍ଟମୀ ତିଥିରେ ପଢୁଆଁ ହେବେ ଶ୍ରୀଜିଉ। ତେଣୁ ପ୍ରଥମାଷ୍ଟମୀ ପୂର୍ବଦିନ ଅର୍ଥାତ ସପ୍ତମୀ ତିଥିରେ ଠାକୁରଙ୍କ ମଉଳା କ୍ଷେତ୍ର କୁହାଯାଉଥିବା ପ୍ରାଚୀର ଅଧିଷ୍ଠାତା ଦେବତା ଶ୍ରୀମାଧବଙ୍କ ପୀଠରୁ ଶ୍ରୀମନ୍ଦିରକୁ ପଢୁଆଁ ଭାର ଯାଇଛି । ରତ୍ନସିଂହାସନସ୍ଥ ମହାପ୍ରଭୁ ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା, ଶ୍ରୀଜଗନ୍ନାଥ, ସୁଦର୍ଶନ, ମାଧବ, ଭୂଦେବୀ ଓ ଶ୍ରୀଦେବୀଙ୍କ ପାଇଁ ପାଟବସ୍ତ୍ର ଓ ଅନ୍ୟାନ ପଢୁଆଁ ସାମଗ୍ରୀ ବିଧି ମୁତାବକ ପଠାଯାଇଛି। ପଢୁଆଁ ସାମଗ୍ରୀ ଗୁଡ଼ିକ ମଧ୍ୟରେ ଅଛି - ଅରୁଆ ଚାଉଳ, ବିରି, ନଡ଼ିଆ, ଗୁଡ଼, ପାଚିଲା କଦଳି, ଘିଅ, ଚନ୍ଦନ କାଠ, କର୍ପୂର, ଅଗୁରୁ, ଯାଈଫଳ, ପାନ, ଗୁଆ, ଅଳେଇଚ, ଲବଙ୍ଗ, ଗୋପାଳବଲ୍ଲଭ ପାଇଁ ବିଭିନ୍ନ ଫଳମୂଳ ଏବଂ ମହାପ୍ରଭୁଙ୍କ ବେଶ ଲାଗି ତୁଳସୀ ଓ ପଦ୍ମଫୁଲ।  

ଏହି ଶୋଭାଯାତ୍ରା ମାଧବ, ଚନ୍ଦ୍ରମଉଳି, ଚାରିଛକ , ଗୋପ , ଗଣେଶ୍ୱରପୁର , ନାଗପୁର , ଷୋଳପୁର , ମଦରଙ୍ଗ , ଛଇତନା , ବାଲିଘାଇ ଓ ବାଲିଗୁଆଳି ଦେଇ ଅପରାହ୍ଣ ସାଢେ ୨ଟା ସୁଦ୍ଧା ଶ୍ରୀଗୁଣ୍ଡିଚା ମନ୍ଦିର ନିକଟରେ ପହଞ୍ଚିବ । ସେଠାରୁ ଅପରାହ୍ଣ ୩ ଟାରେ ଦ୍ୱିତୀୟ ପର୍ଯ୍ୟାୟ ଶୋଭାଯାତ୍ରା ଆରମ୍ଭ ହେବ । ଅପରାହଣ ୪ଟା ସୁଦ୍ଧା ପ୍ରଭୁଙ୍କ ପଢୁଆଁ ଭାର ଶ୍ରୀମନ୍ଦିର କାର୍ଯ୍ୟାଳୟରେ ପହଞ୍ଚାଇବା ସହ ଏହି ପବିତ୍ର ଯାତ୍ରା ସମ୍ପନ୍ନ ହେବ । ପ୍ରଥମାଷ୍ଟମୀ ଅର୍ଥାତ ଶନିବାର ଦିନ ଶ୍ରୀମନ୍ଦିର କାର୍ଯ୍ୟସୂଚୀ ଅନୁସାରେ ମହାପ୍ରଭୁଙ୍କ ଠାରେ ପଢୁଆଁ ବସ୍ତ୍ର ଲାଗି ହେବ। ଏହିଦିନ ନିଆଳି ମାଧବ ଯାଦବମାନଙ୍କ ପକ୍ଷରୁ ପଢୁଆଁ ଭାର ଯାଇଥିବା ବାଟରେ ପଡ଼ୁଥିବା ବିଭିନ୍ନ ଅଞ୍ଚଳ ଓ ବଡ଼ଦାଣ୍ଡରେ ପିଠା ବଣ୍ଟନ କରାଯିବାର କାର୍ଯ୍ୟକ୍ରମ ରହିଛି।



Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.