PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରାପଡ଼ା : ସିମେଣ୍ଟ ଇଟାଭାଟି ମାଲିକଙ୍କୁ ବିଭତ୍ସ ଭାବେ ହତ୍ୟା, ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର
  • ||
  • କେନ୍ଦ୍ରାପଡ଼ା: ବାଲିଆ ବାଣ ବିସ୍ଫୋରଣ ଅଘଟଣ: ଏସ୍‌ସିବିରେ ଆଉ ଜଣଙ୍କ ମୃତ୍ୟୁ, ଆହୁରି ୧୧ ଜଣଙ୍କ ଅବସ୍ଥା ଗୁରୁତର
  • ||
  • କଟକ: ଡିସେମ୍ବର ୯ରୁ ମାଟ୍ରିକ୍‌ ଏସ୍‌ଏ-୧ ଖାତା ଦେଖା, ୫୬ଟି କେନ୍ଦ୍ରରେ ହେବ ମୂଲ୍ୟାୟନ
  • ||
  • ଭୁବନେଶ୍ୱର: ରାଜ୍ୟରେ ଶୀତ ଲହରୀ ଅସମ୍ଭାଳ: ୧୦ ଡିଗ୍ରୀ ତଳେ ୭ ସହର, ସେମିଳିଗୁଡା ସବୁଠୁ ଥଣ୍ଡା
  • ||

ପଦ୍ମପୁର ଉପନିର୍ବାଚନ ଫାଇଟ୍, ୪୦ ଜଣିଆ ଷ୍ଟାର ପ୍ରଚାରକଙ୍କ ତାଲିକା ଘୋଷଣା କଲା ବିଜେଡି-ବିଜେପି

ଭୁବନେଶ୍ୱର ୧୯/୧୧: ପଦ୍ମପୁର ବିଧାନସଭା ଉପନିର୍ବାଚନ ପାଇଁ ମାରାଥନ ପ୍ରଚାରରେ ଆରମ୍ଭ କରିଛି ତିନି ପ୍ରମୁଖ ଦଳ ପ୍ରାର୍ଥୀ। ପଦ୍ମପୁର ନିର୍ବାଚନକୁ ଆଉ କିଛି ଦିନ ବାକି ଥିବା ବେଳେ ପ୍ରଚାର ପାଇଁ ସମସ୍ତ ଦଳ କଷରତ ଆରମ୍ଭ କରିଦେଇଛନ୍ତି । ଏହିକ୍ରମରେ ରାଜ୍ୟର ଦୁଇ ପ୍ରମୁଖ ରାଜନୈତିକ ଦଳ ବିଜେଡି ଓ ବିଜେପି ନିଜ ନିଜର ଷ୍ଟାର ପ୍ରଚାରକଙ୍କ ତାଲିକା ଘୋଷଣା କରିଛନ୍ତି ।ଉଭୟ ଦଳ ପକ୍ଷରୁ ୪୦ ଜଣିଆ ଷ୍ଟାର ପ୍ରଚାରକଙ୍କ ତାଲିକା ଘୋଷଣା କରାଯାଇଛି । ବିଜେଡି ଷ୍ଟାର ପ୍ରଚାର ତାଲିକା ଶୀର୍ଷରେ ରହିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ସେହିଭଳି ବିଜେପି ପାଇଁ ପ୍ରଚାର ମଇଦାନରେ ମଙ୍ଗଳ ସମ୍ଭାଳିବେ ବିଜେପି ସଭାପତି ସମୀର ମହାନ୍ତି। ଅନ୍ୟପଟେ କଂଗ୍ରେସ ପଦ୍ମପୁର ଉପନିର୍ବାଚନ ପାଇଁ ଖୁବ୍‌ଶୀଘ୍ର ଷ୍ଟାର ପ୍ରଚାରକ ତାଲିକା ଘୋଷଣା କରିବ ବୋଲି ଜଣାପଡିଛି।

ବିଜେଡି ପକ୍ଷରୁ ପ୍ରକାଶ କରାଯାଇଥିବା ତାଲିକାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ୪୦ ଜଣ ରହିଛନ୍ତି । ସେମାନଙ୍କ ମଧ୍ୟରେ ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସ, ପ୍ରସନ୍ନ ଆଚାର୍ଯ୍ୟ, ଦେବୀ ପ୍ରସାଦ ମିଶ୍ର, ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ପ୍ରତାପ କେଶରୀ ଦେବ, ଅତନୁ ସବ୍ୟସାଚୀ ନାୟକ, ନିରଞ୍ଜନ ପୂଜାରୀ, ପ୍ରତାପ ଜେନା, ଅରୁଣ କୁମାର ସାହୁ, ସୁଶାନ୍ତ ସିଂହ, ରାଜେନ୍ଦ୍ର ଢୋଲକିଆ, ରବିନ୍ଦ୍ର କୁମାର ଜେନା, ନବର କିଶୋର ଦାସ, ପୁଷ୍ପେନ୍ଦ୍ର ସିଂହ ଦେଓ, ଶାରଦା ପ୍ରସାଦ ନାୟକ, ସମୀର ରଞ୍ଜନ ଦାଶ, କଳିକେଶ ନାରାୟଣ ସିଂହଦେଓ, ଟୁକୁନି ସାହୁ, ରିତା ସାହୁ, ମନୋହର ରାନ୍ଧାରୀ, ବିଭୂତି ବଳବନ୍ତରାୟ, ଦେବେଶ ଆଚାର୍ଯ୍ୟ, ସୁଧିର କୁମାର ସାମଲ, ସ୍ନେହାଙ୍ଗୀନ ଛୁରିଆ, ରମେଶ ଚନ୍ଦ୍ର ମାଝି, ରୋହିତ ପୂଜାରୀ, କ୍ୟାପଟେନ୍‌ ଦିବ୍ୟଶଙ୍କର ମିଶ୍ର, ପ୍ରଶାନ୍ତ ମୁଦୁଲି, ଚନ୍ଦ୍ରସାରଥୀ ବେହେରା, ରାଜେନ୍ଦ୍ର କୁମାର ସାହୁ, ରାଶେଶ୍ୱରୀ ପାଣିଗ୍ରାହୀ, ବ୍ରଜକିଶୋର ପ୍ରଧାନ, ବିକ୍ରମ କୁମାର ପଣ୍ଡା, ପ୍ରଦୀପ ମାଝି, ଆକାଶ ଦାସ ନାୟକ, ଅଳକା ମହାନ୍ତି , ଶ୍ରୀମୟୀ ସ୍ୱେତା ସ୍ନିଗ୍ଧା ମିଶ୍ର, ଅରିନ୍ଦମ ରାୟ, ସତ୍ୟବ୍ରତ ତ୍ରିପାଠୀ ରହିଛନ୍ତି ।

ସେହିପରି ବିଜେପି ମଧ୍ୟ ନିଜର ଷ୍ଟାର ପ୍ରଚାରକଙ୍କ ତାଲିକା ପ୍ରକାଶ କରିଛି । ସେମାନଙ୍କ ମଧ୍ୟରେ ସମୀର ମହାନ୍ତି, ଧର୍ମେନ୍ଦ୍ର ପ୍ରଧାନ, ଅଶ୍ୱିନୀ ବୈଷ୍ଣବ, ଅର୍ଜୁନ ମୁଣ୍ଡା, ବିଶେଶ୍ୱର ଟୁଡୁ, ଜୟନାରାୟଣ ମିଶ୍ର, ବୈଜୟନ୍ତ ପଣ୍ଡା, ସୁନିଂଲ ବଂଶଲ, ଡି. ପୁରେନ୍ଦେଶ୍ୱରୀ, ବିଜୟପାଲ ସିଂହ ତୋମାର, ଜୁଏଲ ଓରାମ, ପ୍ରତାପ ଚନ୍ଦ୍ର ଷଡଙ୍ଗୀ, ସୁରେଶ ପୁଜାରୀ, ବସନ୍ତ ପଣ୍ଡା, ମନମୋହନ ସାମଲ, କନକବର୍ଦ୍ଦନ ସିଂହଦେଓ, ଡ.ଗିରିଧାରୀ ଗମାଙ୍ଗ, ଅପରାଜିତା ଷଡଙ୍ଗୀ, ସମ୍ବିତ ପାତ୍ର, ସଙ୍ଗୀତା ସିଂହଦେଓ, ନୀତିଶ ଗଙ୍ଗଦେବ, ଚୁନ୍ନିନାଲ ସାହୁ, ସୁରମା ପାଢୀ, ନାଉଡି ନାୟକ, ରବିନାରାୟଣ ନାୟକ, ମାନସ କୁମାର ମହାନ୍ତି, ପୃଥୀରାଜ ହରିଚନ୍ଦନ, ଗୋଲକ ପ୍ରସାଦ ମହାପାତ୍ର, ଡ. ଲେଖାଶ୍ରୀ ସାମନ୍ତସିଂହାର, ମୋହନ ଚରଣ ମାଝି, ସୁବାଷ ପାଣିଗ୍ରାହୀ, ଶଙ୍କର ଓରାମ୍‌, ନିତ୍ୟାନନ୍ଦ ଗୋଣ୍ଡ, ଭବାନୀଶଙ୍କର ଭୋଇ, ଡ.ମୁକେଶ ମହାଲି, କୁସୁମ୍‌ ଟେଟେ, ସୁରଜ ସୂର୍ଯ୍ୟବଂଶୀ, ରଞ୍ଜନ କୁମାର ପଟେଲ, ବିଭୂପ୍ରସାଦ ତରାଇ, ଅଶ୍ୱିନୀ କୁମାର ଷଡଙ୍ଗୀ ରହିଛନ୍ତି ।