PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦୁଝର ସଦର : କେନ୍ଦୁଝର ଜିଲ୍ଲା ସଦର ଥାନା ସୁଆକାଠି ନିକଟରୁ ଦୁଇଟି ବଳଦ ବୋଝେଇ ଗାଡ଼ି ଜବତ
  • ||
  • କଣ୍ଟାବାଞ୍ଜି : ପ୍ରାଥମିକ ବିଦ୍ୟାଳୟର ତାଲା ଭାଙ୍ଗି ଲୁଟ୍
  • ||

ପଦ୍ମପୁର ଉପନିର୍ବାଚନ ପାଇଁ ଚାଲିଛି ପ୍ରାର୍ଥୀପତ୍ର ଯାଞ୍ଚ୍ ପ୍ରକ୍ରିୟା, ବାଦ୍ ପଡ଼ିଲେ ୨ ସ୍ଵାଧୀନ ପ୍ରାର୍ଥୀ

ବରଗଡ଼, ୧୮/୧୧ : ପଦ୍ମପୁର ଉପନିର୍ବାଚନ ପାଇଁ ସରିଲା ନାମାଙ୍କନ ଦାଖଲ ପ୍ରକ୍ରିୟା। ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଚାଲିଛି ପ୍ରାର୍ଥୀପତ୍ର ଯାଞ୍ଚ୍ ପ୍ରକ୍ରିୟା। ରିଟର୍ଣ୍ଣିଂ ଅଫିସରଙ୍କୁ ପ୍ରତ୍ୟକ୍ଷ ନିରୀକ୍ଷଣରେ ଏବଂ ଏଆରଓ ସଦାକର କୁମ୍ଭାରଙ୍କ ପରଚାଳନାରେ ଯାଞ୍ଚ୍ ପ୍ରକ୍ରିୟା ଚାଲିଛି। ସମସ୍ତ ରାଜନୈତିକ ଦଳର ପ୍ରତିନିଧି ଉପସ୍ଥିତ ଅଛନ୍ତି। ତେବେ ବର୍ତ୍ତମାନ ସୁଦ୍ଧା ଦୁଇ ସ୍ଵାଧୀନ ପ୍ରାର୍ଥୀ ଜୟନ୍ତ ଥାପା ଏବଂ ଦେବବ୍ରତ ସୁନାନୀଙ୍କ ପ୍ରାର୍ଥୀପତ୍ର ନାକଛ ହୋଇଛି। ଏବେ ଯାଞ୍ଚ୍ ପ୍ରକ୍ରିୟା ଜାରି ରହିଛି।

ସୂଚନାନୁଯାୟୀ, ତିନି ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି, କଂଗ୍ରେସ ଏବଂ ଓଡ଼ିଶା ଜନତା ପାର୍ଟି (ଓଜେପି) ସମେତ ୯ ଜଣ ସ୍ୱାଧୀନ ପ୍ରାର୍ଥୀଙ୍କୁ ନେଇ ମୋଟ ୧୩ ଜଣ ପ୍ରାର୍ଥିପତ୍ର ଦାଖଲ କରିଥିଲେ। କଂଗ୍ରେସର ସତ୍ୟଭୂଷଣ ସାହୁ, ବିଜେଡିର ବର୍ଷାରାଣୀ ସିଂ ବରିହା ଓ ବିଜେପିର ପ୍ରଦୀପ ପୁରୋହିତଙ୍କ ସମେତ ଓଜିପିରୁ ମୁକ୍ତେଶ୍ୱର ଦାଶ, ଅଖିଳ ଭାରତ ହିନ୍ଦୁ ମହାସଭାରୁ ବିଦ୍ୟାଧର ପାଣ୍ଡବ ତଥା ସ୍ୱାଧିନ ପ୍ରାର୍ଥୀ ଭାବରେ ଜୟନ୍ତ ଥପା, ଶେଷଦେବ ସାହୁ, ବୃନ୍ଦାବନ ପୁରୋହିତ, ରେବତୀ ଗିରି, ଉଦିତ ବୋନ୍ଦିଆ, ଦେବାର୍ଚ୍ଚନ ନାଏକ, ଗଙ୍ଗାଧର ସାହା, ଦେବବ୍ରତ ସୁନାନୀ ନାମାଙ୍କନ ପତ୍ର ଦାଖଲ କରିଥିଲେ।