ପ୍ରମୂଖ ଖବର
  • ଧାମି ସରକାରଙ୍କ ବଡ଼ ନିଷ୍ପତ୍ତି,ଉତ୍ତରାଖଣ୍ଡର ସବୁ ସ୍କୁଲ୍‌ରେ ଗୀତା ପାଠ ବାଧ୍ୟତାମୂଳକ
  • ||
  • ଏଫଏମ କଲେଜ ଛାତ୍ରୀ ମୃତ୍ୟୁ ଘଟଣା : କ୍ରାଇମବ୍ରାଞ୍ଚ କରିବ ତଦନ୍ତ
  • ||
  • କଂଗ୍ରେସର ଓଡିଶା ବନ୍ଦ ଡାକରା ଯୋଗୁ ଗୁରୁବାର ବନ୍ଦ ରହିବ ପେଟ୍ରୋଲ ପମ୍ପ
  • ||
  • ଆସନ୍ତା ୨୧ରେ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି
  • ||
  • କଂଗ୍ରେସର ଓଡ଼ିଶା ବନ୍ଦ ଡାକରା, ଶାନ୍ତି ଶୃଙ୍ଖଳାରେ ବନ୍ଦକୁ ସମର୍ଥନ କରିବାକୁ ଭକ୍ତଙ୍କ ଅପିଲ୍
  • ||
  • ମୟୂରଭଞ୍ଜ : ଅନ୍ଧ ବିଶ୍ୱାସ ଓ ତନ୍ତ୍ର ପୂଜା ପାଇଁ ଘରେ ରଖିଥିଲେ ବାଘ ଛାଲ, ୭ ଅଭିଯୁକ୍ତ ଗିରଫ
  • ||
  • ଗୁରୁବାର ମହାପ୍ରଭୁଙ୍କର ବନକଲାଗି ନୀତି, ସନ୍ଧ୍ୟା ସାଢେ ୬ଟାରୁ ରାତି ୧୧ଟା ଯାଏଁ ସର୍ବସାଧାରଣ ଦର୍ଶନ ବନ୍ଦ
  • ||
  • ଜଳେଶ୍ବର: ବିଜୁ ଜନତା ଦଳ ପକ୍ଷରୁ ବାଲେଶ୍ୱର ଜିଲ୍ଲା ବନ୍ଦ ଡାକରା, ଦିନ ୨ଟା ପର୍ଯ୍ୟନ୍ତ ଚକଅଖ ବନ୍ଦ
  • ||
  • ନୂଆପଡ଼ା: ମର୍ଣ୍ଣିଙ୍ଗ ୱାକ କରିବା ବେଳେ ଅଘଟଣ; ଅଜଣା ଗାଡ଼ି ଧକ୍କାରେ ଜଣେ ମୃତ,୨ ଗୁରୁତର
  • ||
  • ମୟୂରଭଞ୍ଜ: ରକ୍ତ ସମ୍ପର୍କରେ ରକ୍ତ ଛିଟା; ବୃଦ୍ଧ ବାପା ଓ ମାଆଙ୍କୁ ହତ୍ୟାକଲା ମଦ୍ୟପ ପୁଅ
  • ||
  • ଗଞ୍ଜାମ : ଭାରସାମ୍ୟ ହରାଇ ଘରେ ପଶିଲା କାର୍; ଜଣେ ମୃତ, ୪ଆହତ
  • ||
  • ଓଡ଼ିଶା ବନ୍ଦ ପାଇଁ ଟିଏଲ୍‌ଟି ନିଯୁକ୍ତି ପରୀକ୍ଷା ସ୍ଥଗିତ, ୧୮ରେ ହେବ ପରୀକ୍ଷା
  • ||
  • ଲଘୁଚାପ ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା, ୧୯ ଯାଏ ଢାଳିବ
  • ||
  • ଆମେରିକାର ଟାରିଫ୍‌ ଛାଟରେ ଚିନ୍ତାରେ ଏସୀୟ ଦେଶ : ପୋଷାକ ରପ୍ତାନିରେ ଲାଭ ଉଠାଇପାରିବ ଭାରତ
  • ||
  • ନୂଆପଡ଼ା : ମର୍ଣ୍ଣିଙ୍ଗ ୱାକ କରିବା ବେଳେ ଅଘଟଣ; ଅଜଣା ଗାଡ଼ି ଧକ୍କାରେ ଜଣେ ମୃତ,୨ ଗୁରୁତର
  • ||

ଡେବ୍ରିଗଡ଼ ଅଭୟାରଣ୍ୟରେ ନୂଆ ଅତିଥି, ଯୋଡ଼ା ବଳୁଆ କୁକୁର ଠାବ

Published By : Rasmita Pradhan | July 16, 2025 10:15 AM

ସମ୍ବଲପୁର, ୧୬/୦୭ : ଡେବ୍ରିଗଡ଼ ଅଭୟାରଣ୍ୟରେ ନୂଆ ଅତିଥି। ଏକ ଦଶନ୍ଧି ପରେ ଦେଖିବାକୁ ମିଳିଛି ବିରଳ ପ୍ରଜାତିର ବଳୁଆ(ବଣୁଆ) କୁକୁର । ଗତକାଲି ଅଭୟାରଣ୍ୟ ଭିତରେ ଯୋଡ଼ି ଅବସ୍ଥାରେ ବୁଲୁଥିବା ସମୟରେ ସେମାନଙ୍କୁ ଠାବ କରାଯାଇଛି । ୨୦୨୩ ଶୀତ ଋତୁରେ ଏହି ପ୍ରଜାତିର କୁକୁର ପ୍ରଥମେ ଦେଖିବାକୁ ମିଳିଥିଲା । ଏହା ପରେ ଏହାର ଦେଖାମିଳିନଥିଲା । ହେଲେ ୧୪ ତାରିଖରେ ଗୋଟିଏ ମାଈ ଓ ଗୋଟିଏ ଅଣ୍ଡିରା ବଳୁଆ କୁକୁର ବୁଲୁଥିବାର ବନ ବିଭାଗ କର୍ମଚାରୀ ଠାବ କରିଛନ୍ତି । ଏହା ଏକ ଦୁର୍ଲଭ ପ୍ରଜାତି ହୋଇଥିବାରୁ ସୁରକ୍ଷା ପାଇଁ ସମସ୍ତ ପ୍ରସ୍ତୁତି କରାଯାଇଛି ବୋଲି ହୀରାକୁଦ ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରୀ ଅଂଶୁପ୍ରଜ୍ଞା ଦାସ କହିଛନ୍ତି ।  

ଛତିଶଗଡ଼ ଓ ମଧ୍ୟପ୍ରଦେଶର ଜଙ୍ଗଲ ସହ ଡେବ୍ରିଗଡ଼ ଅଭୟାରଣ୍ୟ ଲାଗି ରହିଛି । ଏହାସହ ସାତକୋଶିଆ ଓ ଶିମିଳିପାଳ ବି ଲାଗିଛି । ଏହି ସ୍ଥାନ ମଧ୍ୟରୁ ଏମାନେ ଆସିଥାଇ ପାରନ୍ତି । କିନ୍ତୁ କେଉଁଠୁ ଆସିଛନ୍ତି ସେନେଇ ସଠିକ୍‌ ସୂଚନା ନାହିଁ । ଡେବ୍ରିଗଡ଼ ଅଭୟାରାଣ୍ୟ ଭିତରେ ପ୍ରଥମ ଥର ୨୦୨୩ରେ ଏଭଳି ଏକ ବଳୁଆ କୁକୁରକୁ ଠାବ କରାଯାଇଥିଲା । କିନ୍ତୁ ଏହା ଗୋଟିଏ ହୋଇଥିବାରୁ ଏହାର ବଂଶ ବୃଦ୍ଧିକୁ ନେଇ ଆଶଙ୍କା ସୃଷ୍ଟି ହୋଇଥିଲା । ହେଲେ ଏହି ଯୋଡ଼ିକୁ ପୁଣି ଥରେ ଠାବ କରାଯିବା ପରେ ଏମାନଙ୍କ ସୁରକ୍ଷା ପାଇଁ ପଦକ୍ଷେପ ଗ୍ରହଣ କରାଯାଇଛି । ଏମାନେ ସାଧାରଣତଃ ୩୦ରୁ ୪୦ ବର୍ଗ କିଲୋମିଟର ମଧ୍ୟରେ ରହୁଥିଲେ । କିନ୍ତୁ ଏବେ ଗୋଟିଏ ଜୋନ୍‌ରୁ ଅନ୍ୟ ଜୋନ୍‌କୁ ଯିବା ଆରମ୍ଭ କରିଥିବା ଦେଖିବାକୁ ମିଳିଛି । 

ଯୋଡ଼ି ଭାବେ ୨ ବଳୁଆ କୁକୁରକୁ ଦେଖିବା ପରେ ଏମାନଙ୍କ ବଂଶ ବୃଦ୍ଧିର ସମ୍ଭାବନା ରହିଛି । ଏମାନଙ୍କ ଖାଦ୍ୟ ପାଇଁ ଡେବ୍ରିଗଡ଼ ମଧ୍ୟରେ ସୁସ୍ଥ ପରିବେଶ ରହିଛି । ପ୍ରଚୁର ପରିମାଣରେ ସମ୍ବର, କୁଟୁରା, ଚିତ୍ତଳ ହରୀଣ, ବାର୍‌ହା ରହିଛନ୍ତି । ଫଳରେ ଏମାନଙ୍କୁ ଶିକାର କରି ଖାଦ୍ୟ ଭାବେ ଗ୍ରହଣ କରିପାରିବେ ବୋଲି ଡିଏଫ୍‌ଓ ଦାସ ସୂଚନା ଦେଇଛନ୍ତି । ଅନ୍ୟପ୍ରାଣୀଙ୍କ ମଧ୍ୟରେ ୩ଟି ବଣୁଆ କୁକୁର, ଗୋଟିଏ ଗଧିଆ, ବହୁ ସଂଖ୍ୟକ ହେଟାବାଘ ସହ ୮୦ରୁ ଅଧିକ କଲରାପତରିଆ ଡେବ୍ରିଗଡ଼ରେ ରହିଛନ୍ତି । ବଣୁଆ କୁକୁର ମାନେ ପ୍ରାୟତଃ ଦଳବଦ୍ଧ ହୋଇ ରହୁଥିବାରୁ ଏମାନଙ୍କ ବଂଶବୃଦ୍ଧିର ସମ୍ଭାବନା ରହିଛି । ଗୋଟିଏ ଦଳରେ ୭ରୁ ୮ଟି ବଳୁଆ କୁକୁର ରୁହନ୍ତି । ଏହି କୁକୁର ଦଳବଦ୍ଧ ଭାବେ ଆକ୍ରମଣ କରି ଶିକାର କରିଥା’ନ୍ତି । ହେଲେ ଏମାନଙ୍କୁ ରୋଗ ବ୍ୟାପୀବାର ସମ୍ଭାବନା ଥାଏ । ଅଭୟାରଣ୍ୟର ଆଖପାଖ ଗାଁ କୁକୁର ଜଙ୍ଗଲ ଭିତରକୁ ଅନେକ ସମୟରେ ପ୍ରବେଶ କରନ୍ତି । ତେଣୁ ସେମାନଙ୍କଠାରୁ ଏହି ରୋଗ ସଂକ୍ରମଣ ହେବାର ଆଶଙ୍କା ରହିଛି । ତେଣୁ ସେମାନଙ୍କ ସୁରକ୍ଷା ପାଇଁ ଅଭୟାରଣ୍ୟର ଆଖାପାଖ ଗାଁର ୨୦୦୦ କୁକୁରଙ୍କୁ ଟିକାକରଣ କରାଯିବ ବୋଲି ଡିଏଫ୍‌ଓ ଅଂଶୁପ୍ରଜ୍ଞା ଦାସ କହିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.