କାମ ଛାଡି ପାକ୍ ସେନା ବେପାର ମୁହାଁ

source:quwa.org
ଇସ୍ଲାମାବାଦ,୧୦ା୩(ଏଜେନ୍ସି):ବିଭିନ୍ନ ପ୍ରକାର ବ୍ୟବସାୟ ପରେ ଏବେ ପାକିସ୍ତାନ ସେନା ତେଲରେ ନିବେଶ ଆରମ୍ଭ କରିଛି । ନିଜର ପ୍ରାଥମିକତାକୁ ଭୁଲି ଏହା ଏବେ ବେପାରମୁହାଁ ହୋଇଛି । ଏକାଧିକ ବେପାରରେ ପାକ୍ ସେନା ସକ୍ରିୟ ଥିବା ଏକ ରିପୋର୍ଟରୁ ଜଣାଯାଇଛି । ଏହା ହୁଏତ ଏକ କାରଣ ହୋଇଥାଇପାରେ ଯେଉଁଥିପାଇଁ ଭାରତୀୟ ସେନା ବାରମ୍ବାର ଏହାକୁ ଧୂଳି ଚଟାଉଛି । ପାକ୍ ସେନା ବେପାରରେ ମଗ୍ନ ଥିବାବେଳେ ଭାରତ ପକ୍ଷରୁ ହେଉଥିବା ରାତିଅଧିଆ ଏୟାର୍ ଷ୍ଟ୍ରାଇକ୍କୁ ହୁଏତ ଜାଣିପାରୁନାହିଁ । ପାକ୍ ସେନା ଦ୍ୱାରା ପରିଚାଳିତ ବ୍ୟବସାୟ କିଛି ଦିନ ହେବ ଆକର୍ଷଣୀୟ ଅଭିବୃଦ୍ଧି ମଧ୍ୟ ହାସଲ କରୁଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି । ୨୦୧୬ରେ ପାକିସ୍ତାନ ସିନେଟ୍କୁ ସୂଚିତ କରାଯାଇଥିଲା ସେନାର ବାଣିଜ୍ୟିକ ସଂଗଠନ ଯଥା ଫୌଜି ଫାଉଣ୍ଡେସନ୍, ସାହିନ ଫାଉଣ୍ଡେସନ୍, ବାହାରିଆ ଫାଉଣ୍ଡେସନ୍, ସେନା କଲ୍ୟାଣ ଟଷ୍ଟ୍ର ଏବଂ ପତ୍ରିରକ୍ଷା ଗହୃ ନର୍ମିାଣ କତ୍ତର୍ପୃକ୍ଷ ମାଲିକାନାରେ ପାଖାପାଖି ୫୦ଟି ବ୍ୟବସାୟିକ ସଂସା୍ଥ ତଥା ହାଉସିଂ ପପ୍ରର୍ଟି ରହିଛି । ଏଗୁଡକିର ମଲ୍ୟୂ ୨୦୦୦ କୋଟି ଡଲାରରୁ ଅଧିକ ହେବ । ଏହାର ୩ ବଷ ର୍ପରେ ସେନା ମାଲିକାନାରେ ଉଦ୍ୟୋଗ ସଂଖ୍ୟା ୧୦୦ ଅତିକମ୍ର କରିଥିବାବେଳେ ନେଟ୍ ନିବେଶ ୧୦୦୦୦ କୋଟି ଡଲାର ଟପିଛି । ବର୍ତ୍ତମାନ ସେନା ତୈଳ କ୍ଷେତ୍ରରେ ପାଦ ରଖିଛି । ପୂର୍ବରୁ ଏହା ବ୍ୟାଙ୍କିଙ୍ଗ, ଖାଦ୍ୟ, ରିଟେଲ୍ ସୁପର୍ଷ୍ଟୋର, ସିମେଣ୍ଟ, ଗୃହନିର୍ମାଣ, ଘରୋଇ ସୁରକ୍ଷା ସେବା ଏବଂ ବୀମା ଆଦି କ୍ଷେତ୍ରରେ ସକ୍ରିୟ ଅଛି । ଘରୋଇ ବ୍ୟବସାୟରେ ପାକିସ୍ତାନ ସେନାର ଅଂଶଧନ ୧୦୦୦୦ କୋଟି ଡଲାରରୁ ଅଧିକ ଥିବା ଏସିଆ ଟାଇମ୍ସରେ ଉଲ୍ଲେଖ କରାଯାଇଛି । ଏଥିରେ ଉଲ୍ଲେଖ କରାଯାଇଛି ଯେ, ଫୌଜି ଫାଉଣ୍ଡେସନ୍ ପାକିସ୍ତାନରେ ଅନ୍ୟତମ ପ୍ରମୁଖ ସେନା ପରିଚାଳିତ କଙ୍ଗ୍ଲୋମରେଟ୍ । ସାମାଜିକ ଅର୍ଥନୈତିକ କାର୍ଯ୍ୟକଳାପରେ ପାକ୍ ସେନାର ସମ୍ପୃକ୍ତିକୁ ଅନେକ ମହଲରେ ସମାଲୋଚନା କରାଯାଇଛି । ନିଜର ପ୍ରମୁଖ ଦାୟିତ୍ୱରୁ ହଟି ସେନା ଅଣ-ସାମରିକ କାର୍ଯ୍ୟକଳାପକୁ ଅଧିକ ପ୍ରାଧାନ୍ୟ ଦେଉଥିବା ରିପୋର୍ଟରେ କୁହାଯାଇଛି । ଫ୍ରଣ୍ଟିଅର ଅଏଲ୍ କମ୍ପାନି, ଯାହାକି ସେନା ଦ୍ୱାରା ପରିଚାଳିତ ଫ୍ରଣ୍ଟିଅର୍ ୱାର୍କସ ଅର୍ଗାନାଇଜେସନ ୍(ଏଫ୍ଡବ୍ଲ୍ୟୁଓ)ର ଏକ ସହଯୋଗୀ ସଂସ୍ଥା ଏହି ସଂସ୍ଥାକୁ ୪୭୦ କିଲୋମିଟର ଲମ୍ବାର ଏକ ତୈଳ ପାଇପ୍ଲାଇନ୍ ନିର୍ମାଣ ପାଇଁ ମଞ୍ଜୁରି ଦିଆଯାଇଛି । ୩୭ କୋଟି ଡଲାର ବ୍ୟୟରେ ଏହି ପାଇପ୍ଲାଇନ୍ ନିର୍ମାଣ ହେବ । ତେବେ ଅର୍ଥନୈତିକ ସହଯୋଗିତା କମିଟି, ଯାହାକି ଏହି ଚୁକ୍ତିକୁ ମଞ୍ଜୁରି ଦେଇଛି ତାହା ଗତବର୍ଷ ଏପ୍ରିଲରେ ନେଇଥିବା ନିଜର ଏକ ନିଷ୍ପତ୍ତିର ଉଲ୍ଲଂଘନ କରିଛି । ତତ୍କାଳୀନ ପ୍ରଧାନମନ୍ତ୍ରୀ ସାହିଦ୍ ଖାକନ୍ ଆକ୍ର ।ସୀ ଏହି ପାଇପ୍ଲାଇନ୍ ପ୍ରକଳ୍ପକୁ ରାଷ୍ଟ୍ରାୟତ୍ତ ଇଣ୍ଟର୍ଷ୍ଟେଟ୍ ଗ୍ୟାସ ସିଷ୍ଟମ୍(ଆଇଏସ୍ଜିଏସ୍)କୁ ଦେଇଥିଲେ । ଏବେ ପାକିସ୍ତାନ ସେନା ପରିଚାଳିତ କମ୍ପାନିକୁ ଏହି ପ୍ରକଳ୍ପ ମିଳିବା ନିୟମର ଉଲ୍ଲଂଘନ ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି । ଗତବର୍ଷର କ୍ୟାବିନେଟ୍ ନିଷ୍ପତ୍ତିକୁ ତୈଳ ଏବଂ ଗ୍ୟାସ ନିୟାମକ ପ୍ରାଧୀକରଣ(ଓଜିଆର୍ଏ) ଉଲ୍ଲଂଘନ କରିଥିବା କୁହାଯାଇଛି । ପୂର୍ବ ସରକାର ଏହି ପାଇପ୍ଲାଇନ୍ ପ୍ରକଳ୍ପକୁ ୨୮ କୋଟି ଡଲାରରେ ମଞ୍ଜୁରି ଦେଇଥିଲେ । ବର୍ତ୍ତମାନ ଏଥିପାଇଁ ୩୭ କୋଟି ଡଲାର ଖର୍ଚ୍ଚ ଆକଳନ କରାଯାଇଛି । ୯ ଡଲାର ଅଧିକ ଖର୍ଚ୍ଚରେ ଏହାକୁ ମଞ୍ଜୁରି ଦିଆଯିବା ପରେ ଏହା ଏବେ ବିବାଦ ପରିସରକୁ ଆସିଛି ।