PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ବିଜେବି କଲେଜ ହଷ୍ଟେଲରୁ ଛାତ୍ରୀଙ୍କ ମୃତଦେହ ଉଦ୍ଧାର
  • ||
  • ୨୦୨୨-୨୩ ବଜେଟ୍‌ : ଶିକ୍ଷା ଓ ଦକ୍ଷତା ବିକାଶ କ୍ଷେତ୍ର ପାଇଁ ୨୭,୩୨୪କୋଟି ଟଙ୍କା ଆବଣ୍ଟନ
  • ||
  • ଉଦୟପୁର ହତ୍ୟାକାଣ୍ଡ ଘଟଣା : କୋର୍ଟ ୪ ଅଭିଯୁକ୍ତଙ୍କୁ ୧୦ଦିନର NIA ରିମାଣ୍ଡରେ ପଠାଇଲେ
  • ||
  • ଭୁବନେଶ୍ବର ପରେ କଟକରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ
  • ||
  • ପୁରୀ : ଗୁଣ୍ଡିଚା ମନ୍ଦିର ରୋଷଘର ଚୁଲି ଭାଙ୍ଗିଲେ ଦୁର୍ବୃତ୍ତ, ୨୦ରୁ ଅଧିକ ଚୁଲି ଭାଙ୍ଗି ଥିବା ସୂଚନା
  • ||
  • ଭୁବନେଶ୍ୱର: ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ: ପ୍ରଥମ ଦିନରେ ଶୋକ ପ୍ରସ୍ତାବ ପାରିତ, ଆସିବ ପୂର୍ଣ୍ଣାଙ୍ଗ ବଜେଟ୍
  • ||
  • ନୂଆଦିଲ୍ଲୀ; ଫୁଟ୍‌ ଉପରେ ବିମାନ କ୍ୟାବିନରେ ଦେଖିବାକୁ ମିଳିଲା ଧୁଆଁ; ଦିଲ୍ଲୀ ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କଲା ସ୍ପାଇସଜେଟ୍‌
  • ||
  • ଭୁବନେଶ୍ୱର: ୪ରେ ଲଘୁଚାପ, ଆଜିଠୁ ବଢ଼ିବ ବର୍ଷା
  • ||
  • ଚୌଦ୍ୱାର : ଜଗା ଦର୍ଶନ ସାରି ଘରକୁ ଫେରୁଥିବା ବେଳେ ବୋଲେରୋକୁ ପିଟିଲା ଟ୍ରକ: ଜଣେ ମୃତ, ୯ ଗୁରୁତର
  • ||
  • ପୁରୀ: ଦାରୁବ୍ରହ୍ମଙ୍କ ପତିତପାବନ ଯାତ୍ରା: ଆଜି ଜନ୍ମବେଦିକୁ ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବାରିପଦା: ଆଜି ଗଡ଼ିବ ଦ୍ୱିତୀୟ ଶ୍ରୀକ୍ଷେତ୍ର ରଥ, ସୁଭଦ୍ରାଙ୍କ ରଥକୁ ଟାଣିବେ ମହିଳା ଶ୍ରଦ୍ଧାଳୁ
  • ||
  • କଟକ: ଆଜିଠୁ ମିଳିତ ପୁଲିସ୍‌ ସେବା ପରୀକ୍ଷା, ୩୪ କେନ୍ଦ୍ରରେ ପରୀକ୍ଷା ଦେବେ ୨୯ ହଜାର ୬୪୪ ପରୀକ୍ଷାର୍ଥୀ
  • ||

ୟାସିନ ମଲିକକୁ ବଞ୍ଚାଇବାକୁ ବାହାରିଲା ପାକିସ୍ତାନ; ବିଲାୱାଲଙ୍କ ସହିତ ଶେହବାଜ ମିଶି ଜାତିସଙ୍ଘକୁ ଲେଖିଲେ ଚିଠି

Image Courtesy : Hindustan News Hub

ଇସଲାମାବାଦ,୨୫/୦୫: ପାକିସ୍ତାନ ତାର କାର୍ଯ୍ୟକଳାପରୁ କେବେବି ନିବୃତ ହେଉନାହିଁ। ବର୍ତ୍ତମାନ ବୈଦେଶିକ ମନ୍ତ୍ରୀ ବିଲାୱାଲ ଭୁଟ୍ଟୋ ଜାତିସଂଘର ମାନବ ଅଧିକାର କମିଶନର ମିସେଲ ବ୍ୟାଚେଲେଟଙ୍କୁ ଏକ ଚିଠି ଲେଖି କାଶ୍ମୀର ବିଚ୍ଛିନ୍ନତାବାଦୀ ନେତା ୟାସିନ ମଲିକଙ୍କୁ ଭାରତୀୟ ଜେଲରୁ ମୁକ୍ତ କରିବାକୁ ଦାବି କରିଛନ୍ତି। ସମସ୍ତ ଅଭିଯୋଗରେ ମଲିକଙ୍କୁ ନିର୍ଦ୍ଦୋଷରେ ଖଲାସ କରିବାକୁ ଏହି ଚିଠିରେ କୁହାଯାଇଛି। ଏହି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ଶେହାବାଜ ସରିଫ କହିଛନ୍ତି ଯେ, ଭାରତୀୟ ଗଣତନ୍ତ୍ର ଏବଂ ତାହାର ନ୍ୟାୟ ବ୍ୟବସ୍ଥା ପାଇଁ ଆଜି ଏକ ଅନ୍ଧକାର ଦିନ। ଭାରତ ୟାସିନ ମଲିକକୁ ଶାରୀରିକ ଭାବେ ବନ୍ଦୀ କରିପାରେ, କିନ୍ତୁ ୟାସିନର ସ୍ବାଧିନତାର ଚିନ୍ତାଧାରାକୁ କେବେବି କ୍ଷୁର୍ଣ୍ଣ କରିପାରିବ ନାହିଁ ବୋଲି କହିଛନ୍ତି ଶେହବାଜ। ୟାସିନଙ୍କ ପାଇଁ ଆଜୀବନ କାରାଦଣ୍ଡାଦେଶ କାଶ୍ମୀରବାସୀଙ୍କ ଆତ୍ମନିର୍ଭରଶୀଳତାର ଅଧିକାରକୁ ଏକ ନୂତନ ପ୍ରେରଣା ଦେବ ବୋଲି କହିଛନ୍ତି ଶେହବାଜ।

ପାକିସ୍ତାନୀ ବୈଦେଶିକ କାର୍ଯ୍ୟାଳୟ (ଓଏଫ) ବୁଧବାର ଦିନ ଦେଇଥିବା ବିବୃତ୍ତିରେ କହିଛି ଯେ, କାଶ୍ମୀରର ପରିସ୍ଥିତିକୁ ନେଇ ଅନ୍ତର୍ଜାତୀୟ ସମୁଦାୟର ଦୃଷ୍ଟି ଆକର୍ଷଣ କରିବାକୁ ବୈଦେଶିକ ମନ୍ତ୍ରୀ ଭୁଟ୍ଟୋ ଚେଷ୍ଟା କରିଛନ୍ତି। ପାକିସ୍ତାନର ଏହି ପ୍ରୟାସରେ ମେ’ ୨୪ ରେ ବ୍ୟାଚେଲେଟଙ୍କୁ ଏକ ଚିଠି ଲେଖାଯାଇଥିଲା। FO ଅନୁଯାୟୀ, କାଶ୍ମୀରବାସୀଙ୍କ ନେତୃତ୍ୱକୁ ହଇରାଣ କରିବା ତଥା ଅତ୍ୟାଚାର କରିବା ଓ ତାଙ୍କୁ ମିଥ୍ୟା ଏବଂ କାଳ୍ପନିକ ମାମଲାରେ ଜଡିତ କରିବା ପାଇଁ ଭାରତ ସରକାରଙ୍କ ଉଦ୍ୟମ ବିଷୟରେ ତାଙ୍କୁ ଚେତାଇ ଦିଆଯାଉବୋଲି କୁହାଯାଇଛି।

ସମସ୍ତ ଭିତ୍ତିହୀନ ଅଭିଯୋଗରୁ ୟାସିନ ମଲିକଙ୍କୁ ନିର୍ଦ୍ଦୋଷରେ ଖଲାସ କରିବାକୁ ଏବଂ ତାଙ୍କୁ ଜେଲରୁ ତୁରନ୍ତ ମୁକ୍ତ କରିବାକୁ ଭୁଟ୍ଟୋ ହାଇ କମିଶନରଙ୍କୁ ଅନୁରୋଧ କରିଛନ୍ତି, ଯାହା ଦ୍ବାରା ସେ ତାଙ୍କ ପରିବାର ସହିତ ଦେଖା କରିପାରିବେ, ଏବଂ ତାଙ୍କୁ ତାଙ୍କ ପରିବାରକୁ ଫେରାଇ ପାରିବେ ଏବଂ ପୁଣିଥରେ ସାଧାରଣ ଜୀବନଯାପନ କରିପାରିବେ ବୋଲି ଭୁଟ୍ଟୋ କହିଛନ୍ତି।

ଦିଲ୍ଲୀର ସ୍ପେଶାଲ କୋର୍ଟ ଆଜି ୟାସିନ୍‌ ମଲିକକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିବା ପରେ ଭୁଟ୍ଟୋ ଜାତିସଙ୍ଘର ମାନବ ଅଧିକାର କମିଶନରଙ୍କୁ ଏହି ମାମଲାକୁ ନେଇ ବିଚାର କରିବାକୁ ଚିଠି ଲେଖିଥିଲେ। ଆତଙ୍କବାଦୀଙ୍କୁ ଟଙ୍କା ଯୋଗାଇବା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଜାମ୍ମୁ କାଶ୍ମୀର ଲିବରେସନ୍ ଫ୍ରଣ୍ଟର ବିଚ୍ଛିନ୍ନତାବାଦୀ ନେତା ୟାସିନ୍ ମଲିକଙ୍କୁ ଆଜି ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ଦିଲ୍ଲୀ ସ୍ପେଶାଲ କୋର୍ଟ। ସ୍ବତନ୍ତ୍ର ଏନଆଇଏ କୋର୍ଟର ଜଜ୍ ପ୍ରବୀଣ ସିଂ ୧୯ ମେ’ ରେ ୟାସିନଙ୍କୁ ବେଆଇନ କାର୍ଯ୍ୟକଳାପ ନିବାରଣ ଆଇନ (UAPA) ଅନୁଯାୟୀ ଦୋଷୀ ସାବ୍ୟସ୍ତ କରିଥିଲେ।

ସମ୍ବନ୍ଧିତ ଖବର