ନୂଆଦିଲ୍ଲୀ,୦୬/୦୪: ମ୍ୟାଚ ଚାଲିଥିଲା । ୩୨ତମ୍ ଓଭରରେ ବୋଲର ବୋଲିଂ କରିବାକୁ ପ୍ରସ୍ତୁତ ହେଉଥିଲେ । ଏହି ସମୟରେ ଧୋକା ଦେଇ ଦେଲା ଫ୍ଲଡ଼ ଲାଇଟ୍ । ଅନ୍ଧାର ହୋଇଗଲା ଓଭାଲ ଷ୍ଟାଡ଼ିୟମ । ସୋସିଆଲ ମିଡ଼ିଆରେ ଉକ୍ତ ସମୟର ଭିଡ଼ିଓ ଭାଇରାଲ ହେଉଛି । ଯେଉଁଥିଲେ ଭିନ୍ନ ଭିନ୍ନ କମେଣ୍ଟ କରୁଛନ୍ତି ୟୁଜର୍ସ । ପାକିସ୍ତାନ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଥିବା ତୃତୀୟ ଦିନିକିଆ ମ୍ୟାଚରେ କିଛି ଏପରି ପରିସ୍ଥିତି ସୃଷ୍ଟି ହୋଇଥିଲା । ପାକିସ୍ତାନ ବିପକ୍ଷରେ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜକୁ କ୍ଲିନ୍ ସୁଇପ୍ କରି ନେଇଛି କିୱି ଦଳ । ତୃତୀୟ ତଥା ଅନ୍ତିମ ଦିନିକିଆରେ ପାକିସ୍ତାନକୁ ୪୩ ରନରେ ହରାଇଛି ନ୍ୟୁଜିଲାଣ୍ଡ ।

ପାକିସ୍ତାନ ବିପକ୍ଷରେ ଘରୋଇ ନ୍ୟୁଜିଲାଣ୍ଡ  ୩-୦ରେ ଦିନିକିଆ ସିରିଜ ମୂଳପୋଛ  କରିଛି । ଶନିବାର ଅନ୍ତିମ ମ୍ୟାଚ୍‌ରେ ଦଳ ୪୩ ରନ୍‌ରେ ପାକିସ୍ତାନକୁ ପରାଜିତ କରିଥିଲା । ମାଇକେଲ ବ୍ରେସୱେଲଙ୍କ  ଅଲରାଉଣ୍ଡ୍‌ ପ୍ରଦର୍ଶନ ଏବଂ ବେନ୍‌  ସିୟର୍ସଙ୍କ ଘାତକ ବୋଲିଂ ବଳରେ ଦଳର  ବିଜୟ ସହଜ ହୋଇଥିଲା । ବ୍ରେସୱେଲ  (୫୯ରନ୍‌, ୧ ୱିକେଟ୍‌) ପ୍ଲେୟାର  ଅଫ୍‌ ଦ ମ୍ୟାଚ୍‌ ଓ ସିୟର୍ସ (ମୋଟ  ୧୦ୱିକେଟ୍‌) ପ୍ଲେୟାର ଅଫ୍‌ ଦ ସିରିଜ  ବିବେଚିତ ହୋଇଥିଲେ । ବ୍ୟାଟିଂ ଆମନ୍ତ୍ରଣ ପାଇ ନ୍ୟୁଜିଲାଣ୍ଡ  ନିର୍ଦ୍ଧାରିତ ୪୨ଓଭରରେ ୮/୨୬୪ରନ୍‌  ସଂଗ୍ରହ କରିଥିଲା । ରିସ୍‌ ମାରିଉ ୫୮,  ହେନରୀ ନିକୋଲ୍ସ ୩୧, ଡାରିଲ ମିଚେଲ  ୪୩, ଟିମ୍‌ ସାଇଫର୍ଟ ୨୬, ବ୍ରେସୱେଲ ୫୯ରନ୍‌ କରିଥିଲେ । 

ଅଧିକ ପଢନ୍ତୁ...IPL 2025: ଆଜି ସନରାଇଜର୍ସ ହାଇଦ୍ରାବାଦକୁ ଭେଟିବ ଗୁଜରାଟ ଟାଇଟନ୍ସ, ସଂଘର୍ଷପୂର୍ଣ୍ଣ ହେବ ମ୍ୟାଚ୍

ପାକିସ୍ତାନର ଅକିଫ୍‌  ଜାଭେଦ ୪ଟି ୱିକେଟ୍‌ ନେଇଥିଲେ । ୨୬୫ରନ୍‌ ବିଜୟ ଲକ୍ଷ୍ୟର ପିଛା  କରି ପାକିସ୍ତାନ ୪୦ ଓଭରରେ ସମସ୍ତ  ୱିକେଟ୍‌ ହରାଇ ୨୨୧ରନ୍‌ କରିବାକୁ  ସକ୍ଷମ ହୋଇଥିଲା । ଅବଦୁଲ୍ଲା ସଫିକ୍‌  ୩୩, ବାବର ଆଜମ ୫୦, ମହମ୍ମଦ  ରିଜୱାନ ୩୭, ତୟାବ ତାହିର ୩୩ରନ୍‌  କରିଥିଲେ । ନ୍ୟୁଜିଲାଣ୍ଡ ପକ୍ଷରୁ ସିୟର୍ସ  ୫ଟି ୱିକେଟ୍‌ ଅକ୍ତିଆର କରିଥିଲେ । ସୂଚନାଯୋଗ୍ୟ, ଏହି ମ୍ୟାଚ୍‌ ବେଳେ ପାକିସ୍ତାନ ଇନିଂସ୍‌ର ୩୯ତମ ଓଭରରେ ଷ୍ଟାଡିୟମର ସମସ୍ତ ଫ୍ଲଡଲାଇଟ୍‌ କଟି ଯାଇଥିଲା । ଯାହାକୁ ନେଇ ଉଭୟ ଦଳର ଖେଳାଳି ଚକିତ ହୋଇଯାଇଥିଲେ ।