PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆସାମ-ଅରୁଣାଚଳ ସୀମାରେ ଫାୟାରିଂ , ୨ ମୃତ ଓ ୩ ନିଖୋଜ
  • ||
  • ପୁରୀ : ସ୍କୁଟି ଉପରେ ମାଡିଗଲା ଟାଉନ ବସ୍, ଚାଲିଗଲା ୩ ଜୀବନ
  • ||
  • ଝଡ଼ ତୋଫାନରେ ଲକ୍ଷ୍ନୌର ଇକାନା ଷ୍ଟାଡିୟମର ଭାଙ୍ଗି ଗଲା ବୋର୍ଡ , ଜଣେ ବ୍ୟକ୍ତି ଚାପି ହୋଇ ରହିଥିବା ସୂଚନା
  • ||
  • ରେଲୱେ ଚାକିରିକୁ ଫେରିଲେ ବଜରଙ୍ଗ , ଭିନେଶ ଓ ସାକ୍ଷୀ ମଲିକ – ଆନ୍ଦୋଳନରୁ ପଛକୁ ହଟିବାକୁ କଲେ ମନା
  • ||
  • ବରଗଡ଼: ବରଗଡ଼ରେ ଲାଇନ୍‌ଚ୍ୟୁତ୍ ହେଲା ଚୂନପଥର ବୋଝେଇ ମାଲବାହୀ ଟ୍ରେନ୍, ଟ୍ରାକ୍‌ରୁ ଖସିଲା ୫ ୱାଗନ୍
  • ||
  • ବାଲେଶ୍ୱର : ଶବକୁ ନେଇ ସାଂଘାତିକ ଖେଳ: ଆଉ କାହାର ଶବକୁ ଧରି ସ୍ତ୍ରୀ କହିଲା ସ୍ୱାମୀ ମୋର, ଦିଅ ଟଙ୍କା…
  • ||
  • ଭୁବନେଶ୍ୱର : କୋଲକାତା ଓ ଆସାମ ଫେରିଲେ ଯାତ୍ରୀ, ବସ୍‌ ସେବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ
  • ||
  • ସୋର: ବାହାନଗାରେ ସ୍ଵାଭାବିକ ହେଲା ଟ୍ରେନ୍ ଚଳାଚଳ, ଗଡ଼ିଲା ୩ଟି ଟ୍ରେନ୍
  • ||
  • ବାଲେଶ୍ୱର : ବାହାନଗା ଟ୍ରେନ୍‌ ଦୁର୍ଘଟଣା: ୨୮୫ ଜଣ ନେଲେଣି ୩.୨୨ କୋଟିର ଅନୁକମ୍ପା ରାଶି
  • ||
  • ଭୁବନେଶ୍ୱର: ବାହାନଗା ବିଭୀଷିକା: ପ୍ରତିଶ୍ରୁତି ପୂରଣ କରିପାରିଲାନି ସ୍ୱାମୀ, ମଙ୍ଗଳସୂତ୍ର ଦେବା ପୂର୍ବରୁ ଚାଲିଗଲା ଜୀବନ
  • ||
  • ପୁରୀ: ରଥଖଳା ହାଲ୍‌ଚାଲ୍‌…ବୁଲିଲା ଚଉଦ ନାହାକା, ଉଠିଲା ୨ୟ ଭୂଇଁ
  • ||
  • ପୁରୀ: ଅଣସର ଘରେ ମହାପ୍ରଭୁଙ୍କ ଗୁପ୍ତ ପୂଜା ଆରମ୍ଭ, ଶ୍ରୀମନ୍ଦିରକୁ ବିଜେ କଲେ ପଟିଦିଅଁ: ଆଜିଠୁ ଶ୍ରୀଅଲାରନାଥ ଦର୍ଶନ
  • ||

ବିଶ୍ୱ ପଖାଳ ଦିବସ: ମାଟି ପିଣ୍ଡାରୁ ଯାଇ ପଞ୍ଚତାରକା ହୋଟେଲରେ ଶୋଭାପାଉଛି ପଖାଳ କଂସା, ଟିକେ ଖାଇ ଦେଲେ ମନ ଶାନ୍ତି..

ରାଉରକେଲା,୨୦/୦୩: ପଖାଳ ଓଡ଼ିଆଙ୍କ ନିତିଦିନିଆ ଖାଦ୍ୟ । ମାତ୍ର ଖରାଦିନ ଆସିଲେ ବେଶୀ ଖୋଜା ପଡ଼େ ପଖାଳ । ସାଙ୍ଗକୁ କିଛି ଭଜା ହେଉ କି ବଡ଼ି ଚୁରା ଖାଇ ମୁଦେ ପାଣି ପିଇ ଦେଲେ ଆପେ ଆପେ ପାଟିରୁ ବାହାରେ ଓଃ କି ଶାନ୍ତି.. । ପାଖାଳ ଆମର ଗର୍ବ ଓ ଗୌରବ । ବିଭିନ୍ନ ଖାଦ୍ୟ ମଧ୍ୟରୁ ପଖାଳରୁ ସ୍ଥାନ ସ୍ୱତନ୍ତ୍ର । ଯେତେ ଯାହା ଖାଇଲେ ବି ପଖାଳ ଟିକେ ଖାଇ ଦେଲେ ମନକୁ ଶାନ୍ତି ଓ ତୃପ୍ତି ମିଳିଥାଏ । ଧୁ ଧୁ ଖରା ବେଳେ ତୁଣ୍ଡରେ ପଖାଳ ତୋରାଣି ବାଜିଲେ ଶାନ୍ତି ମିଳେ । ଖଟିଖିଆର ଭାତହାଣ୍ଡିରୁ ଏବେ ସୌଖିନ ହୋଟେଲ ପର୍ଯ୍ୟନ୍ତ ପଖାଳର ଚାହିଦା । ବର୍ତ୍ତମାନ ଅତ୍ୟାଧୁନିକ ଖାଦ୍ୟ ମଧ୍ୟରେ ଏହାର ତାର ସତ୍ତା କି ମହକ ହରାଇ ନାହିଁ । ଓଡ଼ିଶାରେ ପଖାଳ ପୁରପଲ୍ଲୀରେ ଘରେ ଘରେ ବହୁଳ ମାତ୍ରାରେ ଆଦୃତ୍ତ । ଓଡ଼ିଆ ଜାତି ଓ ସଂସ୍କୃତିର ଗୁରୁତ୍ୱ ବହନ କରୁଥିବା ପଖାଳକୁ ନେଇ ପ୍ରତି ବର୍ଷ ମାର୍ଚ୍ଚ ୨୦ ତାରିଖକୁ ବିଶ୍ୱ ପଖାଳ ଦିବସ ଭାବେ ପାଳନ କରାଯାଉଛି ।

ଖରାଦିନେ ପଖାଳ ପେଟକୁ ଥଣ୍ଡା ରଖିଥାଏ । ଏହା ସହ ଦେହରେ ଜଳୀୟ ଅଂଶକୁ ମଧ୍ୟ ନିୟନ୍ତ୍ରଣ କରେ । ଛୁଙ୍କ ଦିଆ ଦହି ପଖାଳ ସହ ବାଇଗଣ ଭର୍ତ୍ତା, ବଡ଼ି ଚୁରା, ଶାଗ ଭଜା, ମାଛ ଭଜା, ଶୁଖୁଆ ଭଜା, ବାଇଗଣ ଚେକା ଭଜା, ଧନିଆ ଓ ନଡ଼ିଆ ଅବା ଆମ୍ବ ଚଟଣି ଭଳି କେତେ କଣ । ଗରିବ ଓଡ଼ିଆଙ୍କ ଘରେ ଘରେ ପରିଚିତ ପାରମ୍ପରିକ ସହଜ ଖାଦ୍ୟର ସ୍ୱାଦକୁ ଟିକେ ମଜା ଉଠାଇବା ଲାଗି ଏକତ୍ରିତ ହେଉଛନ୍ତି ପୁରା ପରିବାର । ଖାଲି ଓଡ଼ିଶା ନୁହେଁ ଦେଶ ତଥା ଦେଶ ବାହାରେ ଓଡ଼ିଆଙ୍କ ପ୍ରିୟ ପଖାଳ ବଡ଼ ବଡ଼ ହୋଟେଲର ଡାଇନିଂ ଟେବୁଲରେ ମଧ୍ୟ ଶୋଭା ବଢ଼ାଉଛି । ଓଡ଼ିଶାରେ ଯଦିଓ ଛୁଙ୍କ ଦହି ପଖାଳ ଭାବେ ସମସ୍ତେ ଜାଣନ୍ତି । ଓଡ଼ିଶାରେ ଭାତକୁ ପାଣିରେ ରଖି ବାସିତୋରାଣି ସହ ଖାଇବାର ପରମ୍ପରା ରହିଛି ।

ଗରମ ଭାତରୁ ପେଜ ନ ଗାଳି ସେଥିରେ ଥଣ୍ଡାପାଣି ଦେଇ ଯେଉ ପଖାଳ ପ୍ରସ୍ତୁତ କରାଯାଏ ତାକୁ ସଜ ପଖାଳ କୁହାଯାଏ । ଭାତ ପଖାଳିବାର ୧୦ରୁ୧୨ ଘଣ୍ଟାରୁ ଏକଦିନ ପର୍ଯ୍ୟନ୍ତ ଅଥବା ଆହୁରି କିଛି ସମୟ ରଖି ତିଆରି ହୁଏ ବାସି ପଖାଳ । ଜିରା, ଭ୍ରୁସଙ୍ଗ ପତ୍ର ଆଦିକୁ ଭାଜି ପଖାଳରେ ମିଶାଇ ଛୁଙ୍କ ଦିଆ ପଖାଳ ତିଆରି ହୁଏ । ସଜ ବା ବାସି ପଖାଳରେ ଦହି ଓ ଭଜା ଜିରା, ରସୁଣ, ଭ୍ରୁସଙ୍ଗ ପତ୍ର, ଆମ୍ବ ଅଦା ଆଦି ଦେଇ ସ୍ୱତନ୍ତ୍ର ଛୁଙ୍କ ଦିଆ ପାଖଳ ତିଆରି ହୁଏ । ଚାଇଁ ପଖାଳ ବା ଗରମ ପଖାଳ କରିବାକୁ ହେଲେ ସଜ ଭାତରେ ଗରମ ନଛାଡ଼ୁଣୁ ପାଣି ମିଶାଇ ଓ ଗରମ ଗରମ ଖିଆ ଯାଇଥାଏ । ଟଭା ପଖାଳ, ଅଦା ପଖାଳ, କଞ୍ଚା ଆମ୍ବ ପଖାଳ, କାକୁଡ଼ିକୋରା ପଖାଳ ପ୍ରମୁଖ ପ୍ରସ୍ତୁତ କରାଯାଇଥାଏ ।

ପଖାଳ ଦିବସ କେବଳ ଓଡ଼ିଆ ନୁହେଁ ଏହି ଦିବସରେ ଭାରତର ବାହାରରେ ମଧ୍ୟ ପାଳନ କରୁଛନ୍ତି । ବିଭିନ୍ନ ରାଜନୈତିକ ବ୍ୟକ୍ତି ବିଶେଷ ଏହି ପଖାଳ ଦିବସ ପଖାଳ ଖାଇବା ସହ ନିଜ ସଂସ୍କୃତି ଓ ପରମ୍ପରାର ସହ ଜଡ଼ିତ ଏହି ପ୍ରିୟ ଖାଦ୍ୟର ପ୍ରଚାରପ୍ରସାର କରିଥାନ୍ତି । ରାଉରକେଲା ସହରର ଛୋଟ ଛୋଟ ହୋଟେଲରେ ପାଖଳ କଂସା ୪୦ରୁ ୫୦ ଟଙ୍କା ଦରରେ ମିଳିଥାଏ । ବଡ଼ ହୋଟେଲ ପାଖଳ କଂସାର ଦର ୨୦୦ ଟଙ୍କାରୁ ଆରମ୍ଭ ହେଉଛି ।