ପ୍ରମୂଖ ଖବର
  • ନାଇଜେରିଆର ଡଙ୍ଗା ବୁଡ଼ି ୨୫ ମୃତ; ଅନେକ ନିଖୋଜ, ଡଙ୍ଗାରେ ଥିଲେ ମୋଟ୍ ୧୦୦ ଯାତ୍ରୀ
  • ||
  • ଫିଡେ ମହିଳା ଚେସ୍‌ ବିଶ୍ୱକପ୍‌ ଫାଇନାଲ୍‌: ଦିବ୍ୟା-ହମ୍ପି ଦ୍ୱିତୀୟ କ୍ଲାସିକାଲ ଗେମ୍‌ ଡ୍ର’, ଆଜି ଟାଇବ୍ରେକରେ ଫଳାଫଳ ନିର୍ଣ୍ଣୟ
  • ||
  • ଭଦ୍ରକରେ ବନ୍ୟା ବିତ୍ପାତ; ୪ ପଞ୍ଚାୟତରେ ୨ ଦିନ ସ୍କୁଲ୍‌ ଛୁଟି
  • ||
  • ଜର୍ମାନୀରେ ଲାଇନଚ୍ୟୁତ ହେଲା ଟ୍ରେନ; ୩ ମୃତ, ୩୪ ଆହତ
  • ||
  • ଉତ୍ତର ଓଡ଼ିଶାରେ ବନ୍ୟା: ୬ ଜିଲ୍ଲାରେ ୧୧ ହଜାର ଲୋକ ପ୍ରଭାବିତ, ପାଣିଘେରରେ ଯାଜପୁରର ୧୧ ପଞ୍ଚାୟତ
  • ||
  • ଜଗତସିଂହପୁର : ବାଇକ୍‌କୁ ପିଟିଲା ବସ୍‌; ଜଣେ ମୃତ, ଜଣେ ଗୁରୁତର
  • ||
  • ବାରାବାଙ୍କୀ ଅବସାନେଶ୍ୱର ଶିବ ମନ୍ଦିରରେ ଦଳାଚକଟା, ୨ ଶ୍ରଦ୍ଧାଳୁ ମୃତ
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଖସାପଡ଼ା ନୀତି, ଆଜି ଅପରାହ୍ନ ୬ଟାରୁ ରାତି ୧୦ ଦର୍ଶନ ମନା
  • ||
  • ଶ୍ରାବଣ ମାସର ତୃତୀୟ ସୋମବାରରେ ଚଳଚଞ୍ଚଳ ଧବଳେଶ୍ଵରଙ୍କ ପୀଠ, ଶ୍ରାବଣୀ ଲିଙ୍ଗରେ ଜଳଲାଗି କଲେ କାଉଡ଼ିଆ
  • ||

ପାକିସ୍ତାନରେ ଭାରସାମ୍ୟ ହରାଇ ଖାତକୁ ଖସିଲା ବସ୍,୯ ମୃତ, ୩୦ ଆହତ…

Published By : Ladu Kishor | July 27, 2025 9:21 PM

ନୂଆଦିଲ୍ଲୀ: ପାକିସ୍ତାନରେ ଏକ ଯନ୍ତ୍ରଣା ଦାୟକ ସଡ଼କ ଦୁର୍ଘଟଣା ଘଟିଛି। ରବିବାର ଏହି ବସ୍ ଦୁର୍ଘଟଣାରେ ଅତି କମରେ ୯ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୩୦ ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଏହି ଦୁର୍ଘଟଣା ସମ୍ପର୍କରେ ଅଧିକାରୀ ମାନେ ସୂଚନା ଦେଇଛନ୍ତି। ବସ୍‌ଟି ଇସଲାମାବାଦରୁ ଲାହୋର ଯାଉଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା। ପଞ୍ଜାବ ପ୍ରଦେଶର ଚକୱାଲ ଜିଲ୍ଲାର ବାଲକାସର ନିକଟରେ ବସ୍‌ଟି ଏକ ଖାତକୁ ଖସିପଡ଼ିଥିଲା । ଗାଡ଼ିରେ ୪୦ ରୁ ଅଧିକ ଯାତ୍ରୀ ଥିଲେ।

ଚକୱାଲ ଜରୁରୀକାଳୀନ ସେବାର ଜଣେ ମୁଖପାତ୍ରଙ୍କ ଅନୁଯାୟୀ, ବସ୍‌ର ଟାୟାର ଫାଟିଯିବାରୁ ଡ୍ରାଇଭର ନିୟନ୍ତ୍ରଣ ହରାଇଥିଲେ, ଯାହା ଫଳରେ ଗାଡ଼ିଟି ଓଲଟି ପଡ଼ି ଖାତକୁ ଖସିପଡ଼ିଥିଲା। ଚକୱାଲ ଜିଲ୍ଲା ସ୍ୱାସ୍ଥ୍ୟ ପ୍ରାଧିକରଣ (DHA)ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡାକ୍ତର ସଇଦ ଅଖତର ଏକ ବିବୃତ୍ତିରେ କହିଛନ୍ତି, "ଦୁର୍ଘଟଣାରେ ୯ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ଅନ୍ୟ ୩୦ ଜଣ ଆହତ ହୋଇଛନ୍ତି।" ୮ ଜଣ ଯାତ୍ରୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି, ଯେତେବେଳେ ଜଣେ ହସ୍ପିଟାଲରେ ମୃତ୍ୟୁବରଣ କରିଛନ୍ତି। ମୃତକଙ୍କ ମଧ୍ୟରେ ବସ୍‌ ଡ୍ରାଇଭର ମଧ୍ୟ ଅଛନ୍ତି। ଆହତ ମାନଙ୍କୁ ଚକୱାଲର ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଜରୁରୀକାଳୀନ ଉଦ୍ଧାର ସେବାର ମୁଖପାତ୍ର କହିଛନ୍ତି ଯେ ମୃତକଙ୍କ ମଧ୍ୟରେ ମହିଳା ଏବଂ ପିଲାମାନେ ମଧ୍ୟ ଅଛନ୍ତି। ପାକିସ୍ତାନର ପଞ୍ଜାବ ପ୍ରଦେଶର ମୁଖ୍ୟମନ୍ତ୍ରୀ ମରିୟମ ନୱାଜ ଦୁର୍ଘଟଣାରେ ଲୋକଙ୍କ ମୃତ୍ୟୁ ପାଇଁ ଦୁଃଖ ପ୍ରକାଶ କରିଛନ୍ତି। ସେ ପୀଡିତ ପରିବାର ପ୍ରତି ସମବେଦନା ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ ମରିୟମ ନୱାଜ ଆହତମାନଙ୍କୁ ସର୍ବୋତ୍ତମ ଚିକିତ୍ସା ସୁବିଧା ଯୋଗାଇବାକୁ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.