ପାକିସ୍ତାନରେ ବ୍ୟାନ୍ ହେଲା ସମସ୍ତ ଭାରତୀୟ ସିନେମା

ଇସଲାମବାଦ୍,୨୭।୨: ସର୍ଜିକାଲ ଷ୍ଟ୍ରାଇକ୍-୨ ପରେ ସମସ୍ତ ଭାରତୀୟ ଚଳଚ୍ଚିତ୍ରକୁ ପାକିସ୍ତାନରେ ବ୍ୟାନ୍ କରିଦେଇଛନ୍ତି ପାକିସ୍ତାନ ସୂଚନା ମନ୍ତ୍ରୀ ଫଓ୍ବାଦା ହୁସେନ। ଏହା ସହିତ ଭାରତର ବିଜ୍ଞାପନ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦେଶ ଦେଇଛନ୍ତି।
Cinema Exhibitors Association has boycotted #Indian content, no Indian Movie will be released in Pakistan. Also, have instructed PEMRA to act against Made in India Advertisements: Federal Minister for Information and Broadcasting, Chaudhry Fawad Hussain pic.twitter.com/LPBqKgBWOm
— Govt of Pakistan (@pid_gov) February 26, 2019
ଫଓ୍ବାଦା ହୁସେନ ତାଙ୍କ ଟ୍ବିଟର ଆାକାଉଣ୍ଟରେ ଟୁଇଟ କରି ଲେଖିଛନ୍ତି ଯେ, ସିନେମା ପ୍ରଦର୍ଶନୀ ଆସୋସିଏସନ୍ ଭାରାତୀୟ ସିନେମାକୁ ବାୟକଟ୍ କରୁଛି। ଏବେ କୈାଣସି ବି ଭାରତୀୟ ଚଳଚ୍ଚିତ୍ରକୁ ପାକିସ୍ତାନରେ ରିଲିଜ୍ କରାଯିବ ନାହିଁ। ଏଥି ସହିତ ପିଇଏମ୍ଆରଏକୁ ଭାରତୀୟ ବିଜ୍ଞାପନ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସ୍ବାଗତ କରାଯାଇଛି। ଗତକାଲି ହୋଇଥିବା ଏହାର ଷ୍ଟାଇକ୍ ନିୟନ୍ତ୍ରଣ ରେଖାର ନୀତି ଉଲଘଂନ କରିଛି। ଏହା ଏକ ଗଭୀର ଆକ୍ରମଣାତ୍ମକ କାର୍ଯ୍ୟ ଥିଲା। ପ୍ରତିଶୋଧ ନେବା ଓ ଆତ୍ମ ସୁରକ୍ଷାର ଅଧିକାରୀ ଆମ ନିକଟରେ ବି ଅଛି ବୋଲି ପାକିସ୍ତାନ ବୈଦଶିକ ମନ୍ତ୍ରୀ ଶାହା ମହମ୍ମଦ କ୍ବାରେସି କହିଥିଲେ।
ସେହିପରି ଉଚିତ ସମୟ ଆସିଲେ ଉଚିତ ସ୍ଥାନ ଦେଖି ପାକିସ୍ତାନ ଉଚିତ ଜବାବ ଦେବ ବୋଲି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ସର୍ଜିକାଲ ଷ୍ଟ୍ରାଇକ ପରେ କ୍ଷୋଭ ପ୍ରକାଶ କରି କହିଥିବା ଶୁଣିବାକୁ ମିଳୁଛି।