ଭାରତର ଅନୁରୋଧକୁ ପାକିସ୍ତାନର ଅଣଦେଖା; ବାରମ୍ବାର ଆଲୋଚନା ପରେ ବି କର୍ତ୍ତାରପୁର ତୀର୍ଥଯାତ୍ରୀଙ୍କ ଠାରୁ ଆଦାୟ ହେଉଛି ଶୁଳ୍କ

Image Courtesy: PTI
ନୂଆଦିଲ୍ଲୀ,୨୫/୦୩: ବିଦେଶ ରାଷ୍ଟ୍ର ମନ୍ତ୍ରୀ ଭି ମୁରଲୀଧରନ୍ ଗୁରୁବାର କହିଛନ୍ତି ଯେ ଭାରତ ସରକାରଙ୍କ ଅନୁରୋଧ ସତ୍ତ୍ୱେ ପାକିସ୍ତାନ କର୍ତ୍ତାରପୁର ସାହିବ କରିଡର ଦେଇ ଗୁରୁଦ୍ୱାର ଦରବାର ସାହିବ କାର୍ତ୍ତାରପୁର ପରିଦର୍ଶନ କରୁଥିବା ତୀର୍ଥଯାତ୍ରୀଙ୍କ ଠାରୁ ଶୁଳ୍କ ଜାରି ରଖିଛି। ବିଦେଶ ରାଷ୍ଟ୍ର ମନ୍ତ୍ରୀ ଭି ମୁରଲୀଧରନ୍ କହିଛନ୍ତି, “କାର୍ତ୍ତାରପୁର ସାହିବ କରିଡର ଦେଇ ପାସପୋର୍ଟ ମୁକ୍ତ ଯାତ୍ରା ପାଇଁ ଅନୁରୋଧ ଗ୍ରହଣ କରାଯାଇଛି। ତଥାପି, ୨୪ ଅକ୍ଟୋବର ୨୦୧୯ ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ସ୍ୱାକ୍ଷରିତ ଦ୍ୱିପାକ୍ଷିକ ଚୁକ୍ତିରେ ଦର୍ଶାଯାଇଛି ଯେ ତୀର୍ଥଯାତ୍ରୀମାନେ ବୈଧ ପାସପୋର୍ଟ ସହିତ ଯାତ୍ରା କରିବେ।
ବିଦେଶ ରାଷ୍ଟ୍ରମନ୍ତ୍ରୀ ଉପରୋକ୍ତ ଟିପ୍ପଣୀ ଲୋକସଭା ସାଂସଦ ହରସିମରତ୍ କୌର ବାଦଲଙ୍କ ଏକ ପ୍ରଶ୍ବର ଉତ୍ତରରେ ଦେଇଥିଲେ। ତେବେ ରରସିମରତ କୌର ପଚାରିଥିଲେ ଯେ, ସରକାରଙ୍କ ପାଖରେ ଶିଖ୍ ତିର୍ଥଯାତ୍ରୀଙ୍କ ପାଇଁ କର୍ତାରପୁର ସାହିବଙ୍କ ପରିଦର୍ଶନ କରିବାକୁ ପାସପୋର୍ଟ ମୁକ୍ତ କରିବା ପାଇଁ ସରକାରଙ୍କ ପାଖରେ କୌଣସି ଯୋଜନା ଅଛି କି? ତୀର୍ଥଯାତ୍ରୀଙ୍କ ଯାତ୍ରାକୁ ସୁଗମ କରିବା ପାଇଁ ନିଆଯାଇଥିବା ଅନେକ ପଦକ୍ଷେପ ଉପରେ ଆଲୋକପାତ କରି ବିଦେଶ ରାଷ୍ଟ୍ର ମନ୍ତ୍ରୀ କହିଛନ୍ତି, “ଏହି ଚୁକ୍ତିରେ ଭାରତୀୟ ତୀର୍ଥଯାତ୍ରୀ ତଥା ଭାରତର ବିଦେଶୀ ନାଗରିକ (OCI) କାର୍ଡଧାରୀଙ୍କୁ ଭିସା ମୁକ୍ତ ଯାତ୍ରା ପାଇଁ ବ୍ୟବସ୍ଥା ରହିଛି। ପାକିସ୍ତାନରେ ଦରବାର ସାହିବ କର୍ତ୍ତାରପୁରରେ ତୀର୍ଥଯାତ୍ରୀଙ୍କ ପରିଦର୍ଶନକୁ ସୁଗମ କରିବା ପାଇଁ ଡେରା ବାବା ନାନକ ସହରରୁ ଜିରୋ ପଏଣ୍ଟ ପର୍ଯ୍ୟନ୍ତ ଏକ ରାଜପଥ ଏବଂ ଏକ ଇଣ୍ଟିଗ୍ରେଟେଡ୍ ଚେକ୍ ପୋଷ୍ଟ (ଆଇସିପି) ଭାରତ ପକ୍ଷରୁ ନିର୍ମାଣ କରାଯାଇଛି।
ଭାରତର ତମାମ ଅନୁରୋଧ ସତ୍ତ୍ବେ ପାକିସ୍ତାନ ପ୍ରତ୍ୟେକ ଗସ୍ତ ପାଇଁ ଭାରତରୁ ତୀର୍ଥଯାତ୍ରୀଙ୍କୁ ଚାର୍ଜ ଜାରି ରଖିଛି ବୋଲି ବାଦଲଙ୍କ ପ୍ରଶ୍ନର ଜବାବ ଦେଇଛନ୍ତି ମୁରଲୀଧରନ୍। ଭାରତ ସରକାର କ୍ରମାଗତ ଭାବରେ ପାକିସ୍ତାନ ସରକାରଙ୍କୁ ଅନୁରୋଧ କରିଛନ୍ତି ଯେ ତୀର୍ଥଯାତ୍ରୀଙ୍କ ଇଚ୍ଛାକୁ ଦୃଷ୍ଟିରେ ରଖି କର୍ତ୍ତାରପୁର ସାହିବ କରିଡର ଦେଇ ଗୁରୁଦ୍ୱାର ଦରବାର ସାହିବ କର୍ତ୍ତାରପୁର ପରିଦର୍ଶନ କରୁଥିବା ତୀର୍ଥଯାତ୍ରୀଙ୍କ ଉପରେ କୌଣସି ଶୁଳ୍କ ଲାଗୁ କରାଯିବା ଉଚିତ ନୁହେଁ। ପ୍ରତ୍ୟେକ ଯାତ୍ରା ପାଇଁ ପାକିସ୍ତାନ ପ୍ରତ୍ୟେକ ତୀର୍ଥଯାତ୍ରୀଙ୍କଠାରୁ ୨୦ ଆମରିକୀୟ ଡଲାର ଆଦାୟ କରୁଛି। ”