PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆସାମ-ଅରୁଣାଚଳ ସୀମାରେ ଫାୟାରିଂ , ୨ ମୃତ ଓ ୩ ନିଖୋଜ
  • ||
  • ପୁରୀ : ସ୍କୁଟି ଉପରେ ମାଡିଗଲା ଟାଉନ ବସ୍, ଚାଲିଗଲା ୩ ଜୀବନ
  • ||
  • ଝଡ଼ ତୋଫାନରେ ଲକ୍ଷ୍ନୌର ଇକାନା ଷ୍ଟାଡିୟମର ଭାଙ୍ଗି ଗଲା ବୋର୍ଡ , ଜଣେ ବ୍ୟକ୍ତି ଚାପି ହୋଇ ରହିଥିବା ସୂଚନା
  • ||
  • ରେଲୱେ ଚାକିରିକୁ ଫେରିଲେ ବଜରଙ୍ଗ , ଭିନେଶ ଓ ସାକ୍ଷୀ ମଲିକ – ଆନ୍ଦୋଳନରୁ ପଛକୁ ହଟିବାକୁ କଲେ ମନା
  • ||
  • ବରଗଡ଼: ବରଗଡ଼ରେ ଲାଇନ୍‌ଚ୍ୟୁତ୍ ହେଲା ଚୂନପଥର ବୋଝେଇ ମାଲବାହୀ ଟ୍ରେନ୍, ଟ୍ରାକ୍‌ରୁ ଖସିଲା ୫ ୱାଗନ୍
  • ||
  • ବାଲେଶ୍ୱର : ଶବକୁ ନେଇ ସାଂଘାତିକ ଖେଳ: ଆଉ କାହାର ଶବକୁ ଧରି ସ୍ତ୍ରୀ କହିଲା ସ୍ୱାମୀ ମୋର, ଦିଅ ଟଙ୍କା…
  • ||
  • ଭୁବନେଶ୍ୱର : କୋଲକାତା ଓ ଆସାମ ଫେରିଲେ ଯାତ୍ରୀ, ବସ୍‌ ସେବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ
  • ||
  • ସୋର: ବାହାନଗାରେ ସ୍ଵାଭାବିକ ହେଲା ଟ୍ରେନ୍ ଚଳାଚଳ, ଗଡ଼ିଲା ୩ଟି ଟ୍ରେନ୍
  • ||
  • ବାଲେଶ୍ୱର : ବାହାନଗା ଟ୍ରେନ୍‌ ଦୁର୍ଘଟଣା: ୨୮୫ ଜଣ ନେଲେଣି ୩.୨୨ କୋଟିର ଅନୁକମ୍ପା ରାଶି
  • ||
  • ଭୁବନେଶ୍ୱର: ବାହାନଗା ବିଭୀଷିକା: ପ୍ରତିଶ୍ରୁତି ପୂରଣ କରିପାରିଲାନି ସ୍ୱାମୀ, ମଙ୍ଗଳସୂତ୍ର ଦେବା ପୂର୍ବରୁ ଚାଲିଗଲା ଜୀବନ
  • ||
  • ପୁରୀ: ରଥଖଳା ହାଲ୍‌ଚାଲ୍‌…ବୁଲିଲା ଚଉଦ ନାହାକା, ଉଠିଲା ୨ୟ ଭୂଇଁ
  • ||
  • ପୁରୀ: ଅଣସର ଘରେ ମହାପ୍ରଭୁଙ୍କ ଗୁପ୍ତ ପୂଜା ଆରମ୍ଭ, ଶ୍ରୀମନ୍ଦିରକୁ ବିଜେ କଲେ ପଟିଦିଅଁ: ଆଜିଠୁ ଶ୍ରୀଅଲାରନାଥ ଦର୍ଶନ
  • ||

ରମଜାନରେ ପାକିସ୍ତାନ ବଢାଇଲା ଭାରତ ଆଡକୁ ବନ୍ଧୁତ୍ବର ହାତ, କରିଲା ଏହି କାମ

ନୂଆଦିଲ୍ଲୀ,୩୧।୩:  ଭାରତ-ପାକିସ୍ତାନ ସମ୍ପର୍କରେ ବିବାଦ ଭିତରେ ରମଜାନ ମାସରେ ଏକ ସକରାତ୍ମକ ଖବର ସାମନାକୁ ଆସିଛି। ପାକିସ୍ତାନର ବୈଦେଶିକ ମନ୍ତ୍ରୀ ବିଲାଓ୍ବଲ ଭୁଟ୍ଟୋ ଜର୍ଦାରୀ ଗୁରୁବାର ବୈଦେଶିକ ମନ୍ତ୍ରଣାଳୟରେ ଆୟୋଜିତ ଇଫତାର ରାତ୍ରଭୋଜନରେ ଜଣେ ଭାରତୀୟ ରାଷ୍ଟ୍ରଦୂତଙ୍କୁ ନିମନ୍ତ୍ରଣ ପଠାଇଥିଲେ, ଯାହାକୁ ଭାରତୀୟ ରାଷ୍ଟ୍ରଦୂତ ସ୍ବୀକାର କରିଥିଲେ। ପାକିସ୍ତାନ ପକ୍ଷରୁ ଭାରତର ହାଇକମିଶନର ନିମନ୍ତ୍ରଣ ପଠାଇଥିଲେ, କିନ୍ତୁ ସେ ପାକିସ୍ତାନରେ ନଥିବା କାରଣରୁ ଭାରତର ବରିଷ୍ଠ ରାଷ୍ଟ୍ରଦୂତ ଇଫତାରରେ ସାମିଲ ହୋଇଥିଲେ।

ପାକିସ୍ତାନର ଖବର କାଗଜ ‘ ଦ ଏକ୍ସପ୍ରେସ୍ ଟ୍ରିବ୍ୟୁନ୍’କହିଛି, ବିଲାଓ୍ବଲ ଭୁଟ୍ଟୋ ରାଜଧାନୀ ଇସ୍ଲାମାବାଦ ସ୍ଥିତ ଦୂତାବାସ ସହିତ ଭାରତୀୟ ରାଷ୍ଟ୍ରଦୂତଙ୍କୁ  ଇଫତାର ପାର୍ଟି ପାଇଁ ନିମନ୍ତ୍ରଣ ପଠାଇଥିଲେ। ଭାରତର ନିମନ୍ତ୍ରଣ ସ୍ବୀକାର କରିଥିଲା ଓ ତାଙ୍କର ବରିଷ୍ଠ ରାଷ୍ଟ୍ରଦୂତ ବୈଦେଶିକ ମନ୍ତ୍ରଣାଳୟରେ ଇଫତାର ପାର୍ଟିରେ ଭାଗ ନେଇଥିଲେ।

ଉଲ୍ଲେଖନୀୟ ଯେ, ସାଧାରଣତଃ ଭାରତ-ପାକିସ୍ତାନ ଏଭଳି ସମାରୋହରେ ପରସ୍ପରକୁ ଆମନ୍ତ୍ରଣ କରିନଥାନ୍ତି, କିନ୍ତୁ ଇଫତାର ଡିନରରେ ଜଣେ ଭାରତୀୟ ରାଷ୍ଟ୍ରଦୂତ ସାମିଲ ହୋଇଛନ୍ତି। ଏହି କଥାରୁ ସଙ୍କେତ ମିଳୁଛି ପାକିସ୍ତାନ ପ୍ରତିରକ୍ଷା ଓ ବୈଦେଶିକ ମନ୍ତ୍ରୀ ଆଗାମୀ ସଙ୍ଘାଇ ସହଯୋଗ ସଂଗଠନ(ଏସସିଓ) ବୈଠକରେ ଭାଗ ନିଅନ୍ତି ଯଦି ​‌ତେବେ ଦୁଇ ଦେଶ ଭିତରେ ଉଚ୍ଚସ୍ତରୀୟ ଆଲୋଚନାର ସମ୍ଭାବନା ରହିପାରେ। ଏସସିଓର ଋଷ, ଭାରତ, ଚୀନ୍, ପାକିସ୍ତାନ, କଜାକିସ୍ତାନ, କିର୍ଗିସ୍ତାନ, ତଜାକିସ୍ତାନ ଓ ଉଜବେକିସ୍ତାନ ସାମିଲ ହେବେ। ଏହି ସମ୍ମିଳନୀର ଅଧ୍ୟକ୍ଷା କରିବ ଭାରତ।