PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ: ଅବକାରୀ ନୀତି ମାମଲାରେ ମନୀଷ ସିସୋଦିଆଙ୍କୁ ଝଟକା, ଜାମିନ ଆବେଦନ ଖାରଜ କଲେ କୋର୍ଟ
  • ||
  • ମନମୁଣ୍ଡା ଏବଂ ବିଳାଶପୁରରେ ସମବାୟ ବ୍ୟାଙ୍କିଙ୍ଗ୍‌ ସେବା ଓ ଋଣ କର୍ମଶାଳା ଅନୁଷ୍ଠିତ
  • ||
  • ଭୁବନେଶ୍ବର: ଝାରସୁଗୁଡ଼ା ଉପନିର୍ବାଚନ; ଦିବଂଗତ ମନ୍ତ୍ରୀ ନବ ଦାସଙ୍କ ଝିଅ ଦୀପାଳି ଦାସ ହେଲେ ବିଜେଡି ପ୍ରାର୍ଥୀ
  • ||
  • ନୀଳଗିରି : ଜାମୁଡିସାହି ଗ୍ରାମରେ ଅଭିଯୁକ୍ତକୁ ନୋଟିସ୍ ଦେବାକୁ ଯାଇ ପାଲଟା ଆକ୍ରମଣର ଶିକାର ହେଲେ ନୀଳଗିରି ପୋଲିସ। ୫ ପୋଲିସଙ୍କୁ ହାଣିଲା ଅଭିଯୁକ୍ତ
  • ||
  • ହରଭଙ୍ଗା : ଦଣ୍ଡ ଯାତ୍ରାରେ ଆଖିବୁଜିଲେ କାଳିସୀ, ମୃତ୍ୟୁର କାରଣ ଅସ୍ପଷ୍ଟ
  • ||
  • ଭୁବନେଶ୍ୱର : ଏପ୍ରିଲ ୩ରୁ ଜାପାନ ଯିବେ ନବୀନ, ଓଡ଼ିଶା ପାଇଁ ପୁଞ୍ଜିନିବେଶ ଖୋଜିବେ
  • ||
  • ଭୁବନେଶ୍ୱର : ଆଜି ପ୍ରବଳ ବର୍ଷା ସମ୍ଭାବନା, ବିଜୁଳି, ଘଡ଼ଘଡ଼ି ସହ କୁଆପଥର ବର୍ଷିବ: ୭ ଜିଲ୍ଲାକ ଅରେଞ୍ଜ ୱାର୍ଣ୍ଣିଂ
  • ||

ପାକିସ୍ତାନରେ ପୁଣି ମହଙ୍ଗା ମାଡ଼, ପେଟ୍ରୋଲ-ଡିଜେଲ ଦାମରେ ୩୫ ଟଙ୍କା ବୃଦ୍ଧି

ଇସଲାମାବାଦ – ପାକିସ୍ତାନ ଏହି ସମୟରେ ଆର୍ଥିକ ସଙ୍କଟ ଦେଇ ଗତି କରୁଛି। ସେଠାରେ ଦୈନିକ ଜୀବନର ଆବଶ୍ୟକତାକୁ ପୂରଣ କରିବା ବି ଦୁଃସ୍ୱପ୍ନ ପାଲଟି ଯାଇଛି। ଏହି ଭିତରେ ପାକିସ୍ତାନ ସରକାର ପେଟ୍ରୋଲ ଓ ଡିଜେଲ୍ ଦାମ୍‌ରେ ୩୫ ଟଙ୍କା ପ୍ରତି ଲିଟର ପିଛା ବୃଦ୍ଧି କରିଛନ୍ତି। ଏହି ପଦକ୍ଷେପ ଏହି ସପ୍ତାହରେ ପାକିସ୍ତାନୀ ଟଙ୍କା ହ୍ରାସ ଘଟିବା ପରେ ନିଆଯାଇଛି। କାରଣ ସରକାର ଦ୍ୱାରା ମୂଲ୍ୟ ସୀମାକୁ ହଟାଇବା ପରେ ମୁଦ୍ରାର ମୂଲ୍ୟ ପାଖାପାଖି ୧୨ ପ୍ରତିଶତ କମ୍ ହୋଇ ଯାଇ ଥିଲା ।

ପାକିସ୍ତାନର ଅର୍ଥ ମନ୍ତ୍ରୀ ଇଶାକ ଡାର କହିଛନ୍ତି କି , ଦର ବୃଦ୍ଧି ତେଲ ଓ ଗ୍ୟାସ ଅଧିକାରୀଙ୍କର ସୁପାରିଶ ଆଧାରରେ କରାଯାଇଛି। ସେ କହିଛନ୍ତି କି ହୋଇପାରେ ଏହାକୁ ଗ୍ଲୋବାଲ ମାର୍କେଟ୍ରୁ ଏନର୍ଜି କ୍ରୟ କରିବାକୁ ଉଚ୍ଚ ଦାମ୍‌ କାରଣକୁ ଲାଗୁ କରାଯାଇଥାଏ ପାରେ ।

ଏଜେନ୍ସି  ମୁତାବିକ , ଇଶାକ୍‌ ଡାର କହିଛନ୍ତି କି ତେଲ ଓ ଗ୍ୟାସ ନିୟାମକ ପ୍ରାଧିକରଣର ସୁପାରିଶ ଉପରେ ଏହି ବୃଦ୍ଧି ତତ୍କାଳ ପ୍ରଭାବରେ କରାଯାଉଛି। ଏହି ନିଷ୍ପତ୍ତି ଡାରଙ୍କର ଏହି ବୟାନର କିଛି ଦିନ ପରେ ନିଆଯାଇଛି, ଯେଉଁଥିରେ ସେ କହିଥିଲେ କି ପାକିସ୍ତାନର ଅର୍ଥ ବ୍ୟବସ୍ଥା  ଓ ସମୃଦ୍ଧି ପାଇଁ ଆଲ୍ଲହା ଦାୟୀ । ଡାର୍‌ କହିଥିଲେ କି  ଯଦି ଆଲ୍ଲହା ପାକିସ୍ତାନ ତିଆରି କରିପାରନ୍ତି , ତ ସେ ଏହାର ରକ୍ଷା ,ବିକାଶ ଓ ସମୃଦ୍ଧି ମଧ୍ୟ କରି ପାରିବେ ।

ପାକିସ୍ତାନ ଏହି ସମୟରେ ନିଜର ସବୁଠୁ ଖରାପ ସମୟ ଦେଇ ଗତି କରୁଛି। ମହଙ୍ଗା ଏଠାରେ ରେକର୍ଡ ଭାଙ୍ଗିଛି, ବେକାରୀ ଶୀର୍ଷ ସ୍ତରରେ ଏବଂ କରଜ  ବଢ଼ି ଚାଲିଛି। ଏହି ଭିତରେ ସରକାର ପେଟ୍ରୋଲ ଡିଜେଲର ଦାମ୍‌ ବୃଦ୍ଧିର ନିଷ୍ପତ୍ତି ନେଇଛନ୍ତି । ସେପଟେ, ଗତ ସପ୍ତାହରେ ସରକାରଙ୍କ ଦ୍ୱାରା ଲଗାଯାଇ ଥିବା ମୂଲ୍ୟ କ୍ୟାପ୍‌କୁ ହଟେଇବା ପରେ ପାକିସ୍ତାନୀ ଟଙ୍କା ୧୨ ପ୍ରତିଶତ ହ୍ରାସ ପାଇଥିଲା ।

ପାକିସ୍ତାନର ଅର୍ଥ ମନ୍ତ୍ରୀ  ଇଶାକ ଡାର ଏହି ଖରାପ ସ୍ଥିତିକୁ ନେଇ କହିଥିଲେ କି  ପୂର୍ବ ସରକାର ଅନେକ ଏମିତି କାମ କରିଛନ୍ତି ଯେଉଁଥି ପାଇଁ ବର୍ତ୍ତମାନର ସ୍ଥିତି ହୋଇଛି। ଜୋର ଦେଇ କହିଥିଲେ କି ଶହବାଜ ସରକାରଙ୍କ ବେଳେ ପାକିସ୍ତାନ ବିକାଶର ରାସ୍ତାରେ ଚାଲୁଥିଲା , କିନ୍ତୁ  ଏହାପରେ ସବୁକିଛି ଖରାପ ହୋଇଗଲା । ଗତ  ୫ବର୍ଷରେ ପାକିସ୍ତାନ କେବଳ ଡ୍ରାମା ଦେଖାଇଛି।

ସମ୍ବନ୍ଧିତ ଖବର