ଅଭିନନ୍ଦନଙ୍କ ୟୁନିଫର୍ମକୁ କଣ କଲା ପାକିସ୍ତାନ ?

source:www.thelallantop.com
ଭୁବନେଶ୍ୱର ୭/୩: ୱିଙ୍ଗ କମାଣ୍ଡର ଅଭିନନ୍ଦନ । ଦେଶରେ ବୋଧେ ଏମିତି କେହି ଜଣେ ନଥିବ ଯିଏ କି ଏହି ନାଁ ଶୁଣି ନଥିବ । ନବଜାତଙ୍କ ନାଁ ତାଙ୍କ ନାଁ ଅନୁସାରେ ରଖାଯାଉଛି । ଆଜିର ଯୁବପିଢି ମଧ୍ଯ ତାଙ୍କ ନିଶ ଷ୍ଟାଇଲରେ ନିଶ ରଖୁଛନ୍ତି । ତେବେ ଆପଣଙ୍କର ମନେ ଥିବ ଯେ ଯେତେବେଳେ ଅଭିନନ୍ଦନ ପାକ୍ ଆର୍ମୀ ହାତରେ ଧରା ପଡିଲେ ସେତେବେଳେ ସେ ୟୁନିଫର୍ମରେ ଥିଲେ । କିନ୍ତୁ ଯେତେବେଳେ ଭାରତ ଫେରିଥିଲେ ସୁଟ୍ ପିନ୍ଧି ଫେରିଥିଲେ । ହାତରେ କୌଣସି ପ୍ଯାକେଟ୍ ମଧ୍ଯ ନଥିଲା । ଅର୍ଥାତ୍ ୟୁନିଫର୍ମ ପାକିସ୍ତାନରେ ହିଁ ରହିଗଲା । ତେବେ ଏହାର କାରଣ କଣ ଏବଂ ପାକିସ୍ତାନୀ ଏହାକୁ କଣ କଲେ ଆସନ୍ତୁ ଜାଣିବା ।



ଏହାର ଜବାବ ଏକ ଫଟୋରୁ ମିଳିଛି । ଅଭିନନ୍ଦନଙ୍କ ୟୁନିଫର୍ମ ଏବେ ପାକିସ୍ତାନ ଏୟାରଫୋର୍ସ ମ୍ଯୁଜିୟମରେ ରଖାଯାଇଛି । ଏହା ତଳେ ୱାର ଟ୍ରଫି ଲିଖିତ ଅଛି । ଅର୍ଥାତ୍ ଯୁଦ୍ଧରେ ବିଜୟର ପ୍ରତୀକ । ଏହି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ପାକିସ୍ତାନୀ ଟ୍ୱିଟର ୟୁଜର୍ସ ଏଥିରେ ପାକିସ୍ତାନୀ ଜିନ୍ଦାବାଦ ଓ ଏଭଳି ବିଭିନ୍ନ କ୍ଯାପସନ୍ ଦେଇ ପୋଷ୍ଟ କରିବାରେ ଲାଗିଛନ୍ତି ।

ତେବେ କହିରଖୁଛୁ ଏହି ଖବର ଏକ ଗୁଜବ । କାରଣ ଏହି ଫଟୋଟି ଏକ ପୁରୁଣା ଫଟୋ । ଫଟୋଟି ବର୍ଷେ ତଳର । ବର୍ଷେ ତଳେ ଫଟୋଟି ଟ୍ୱିଟରରେ ସେୟାର ହୋଇଥିଲା । କିଛି ପାକିସ୍ତାନୀ ୟୁଜର୍ସ ଏହି ପୁରୁଣା ଫଟୋକୁ ୱାର୍ ଟ୍ରଫି କ୍ଯାପସନ୍ ଦେଇ ପୁଣି ସେୟାର କରିବାରେ ଲାଗିଛନ୍ତି । ତେବେ ପ୍ରକୃତରେ ଅଭିନନ୍ଦନଙ୍କ ୟୁନିଫର୍ମକୁ ପାକିସ୍ତାନ କଣ ପାଇଁ ରଖିଛି ତାହା କେବଳ ପାକିସ୍ତାନ ହିଁ ଜାଣିଥିବ ।

ତେବେ ବର୍ତ୍ତମାନ ଅଭିନନ୍ଦନ ମେଡିକାଲ ଟେଷ୍ଟ ମଧ୍ଯ ଦେଇ ଗତି କରୁଛନ୍ତି । ସେ ସମ୍ପୂର୍ଣ୍ଣ ସୁସ୍ଥ ହେବା ପରେ ଏୟାରଫୋର୍ସରେ ପୁଣି ଯୋଗ ଦେବେ । ।