ପ୍ରମୂଖ ଖବର
  • ମୟୂରଭଞ୍ଜ : ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ଘୋର ଆର୍ଥିକ ସଂକଟରେ ପାକ୍‌ ଅର୍ଥନୀତି: ଆଜି ପାକ୍‌କୁ ଋଣ ପ୍ରଦାନ ନେଇ ସମୀକ୍ଷା କରିବ ଆଇଏମ୍‌ଏଫ, ଭାରତର ବିରୋଧ
  • ||
  • ଅମୃତସର ବାସିନ୍ଦାଙ୍କୁ ଘରେ ରହିବାକୁ ନିର୍ଦ୍ଦେଶ, ଝରକା ଠାରୁ ଦୂରରେ ଏବଂ ଲାଇଟ୍ ବନ୍ଦ ରଖିବାକୁ ନିର୍ଦ୍ଦେଶାବଳୀ ଜାରି
  • ||
  • ଭାରତୀୟ ସେନାକୁ ସଫଳତା , ଧରାପଡିଲା ପାକିସ୍ତାନୀ ପାଇଲଟ୍
  • ||
  • ସମୀକ୍ଷା କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, CDS ଏବଂ ୩ ସେନା ମୁଖ୍ୟଙ୍କ ସହ ଯୁଦ୍ଧ ସ୍ଥିତି ନେଇ କରିବେ ଆଲୋଚନା
  • ||
  • ଭାରତ-ପାକ୍ ଯୁଦ୍ଧ ନେଇ ସସପେନ୍ସ: ଆଇପିଏଲ୍‌ ଆୟୋଜନ ଉପରେ ହୋଇପାରେ ବଡ଼ ନିଷ୍ପତ୍ତି
  • ||
  • ବାଲେଶ୍ବର ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରେ ବଢ଼ିଲା ସୁରକ୍ଷା, ଅପରାହ୍ନ ୨ଟାରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ
  • ||
  • ପାକିସ୍ତାନ ଉପରେ ଆକ୍ରମଣକୁ ନେଇ ବିସ୍ତୃତ ତଥ୍ୟ ଦେବ ବୈଦେଶିକ ମନ୍ତ୍ରଣାଳୟ,ସକାଳ ୯ଟାରେ ପ୍ରେସ ମିଟ୍
  • ||
  • ରାଜ୍ୟରେ ଆହୁରି ବଢ଼ିବ ଗରମ ପ୍ରକୋପ, ୧୦ରୁ ୧୪ ପ୍ରଚଣ୍ଡ ତାତି,ପଶ୍ଚିମରେ ହିଟ୍‌ୱେଭ୍‌, ଉପକୂଳରେ ଗୁଳୁଗୁଳି ଆଶଙ୍କା
  • ||

ହାଫିଜ୍‌ ସଇଦର ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କଲା ପାକିସ୍ତାନ , ଅବୁ କତାଲର ହତ୍ୟା ପରେ ISI ତତ୍ପର

Published By : Prameya | March 17, 2025 8:38 PM

ନୂଆଦିଲ୍ଲୀ : ପାକିସ୍ତାନ ୨୬ / ୧୧ ମୁମ୍ୱାଇ ଆକ୍ରମଣର ମାଷ୍ଟରମାଇଣ୍ଡ ହାଫିଜ ସଇଦ୍‌ର ସୁରକ୍ଷା ବ୍ୟବସ୍ଥାକୁ ବୃଦ୍ଧି କରିଛି। ନିକଟରେ ସଇଦର ନିକଟତମ ସହଯୋଗୀ, ଅବୁ କତାଲର ହତ୍ୟା ପରେ ସୁରକ୍ଷାକୁ ଆହୁରି କଡ଼ାକଡ଼ି କରି ଦେଇଛି। ପାକିସ୍ତାନର ଗୁଇନ୍ଦା ଏଜେନ୍ସି ଆଇଏସଆଇ ସଇଦର ସୁରକ୍ଷାର ସମୀକ୍ଷା କରିଛି ଏବଂ ତାର ଘରକୁ ଏକ ସବ୍‌-ଜେଲ୍‌ରେ ବଦଳାଇ ଦେଇଛି,  ପାକିସ୍ତାନୀ ସାମ୍ୱାଦିକ ଅଜାଜ୍‌ ସଇଦ ଏହି କଥା ସ୍ପଷ୍ଟ କରିଛନ୍ତି।

ପୂର୍ବରୁ ହାଫିଜ୍‌ ସଇଦ ଉପରେ ଅନେକ ଥର ପ୍ରାଣଘାତୀ ଆକ୍ରମଣ ହୋଇଛି, କିନ୍ତୁ ସେ ପ୍ରତିଥର ଜୀବନ ବଞ୍ଚାଇ ଖସିବାରେ ସଫଳ ହୋଇଛି। ହେଲେ ହାଫିଜ୍ ସଇଦର ଘରକୁ ଏବେ ନିୟନ୍ତ୍ରିତ ହେପାଜତରେ ବଦଳାଇ ଦିଆ ଯାଇଛି, ଯେଉଁଠି ପ୍ରତ୍ୟେକ ଗତିବିଧି ଉପରେ ନଜର ରଖା ଯାଉଛି।

ଜେଲ୍‌ରେ କମ୍ ରହିଛି ହାଫିଜ ସଇଦ –

ପାକିସ୍ତାନର ଦାବି ଯେ, ହାଫିଜ୍‌ ସଇଦ ଟେରର ଫଣ୍ଡିଂ ଅଭିଯୋଗରେ ସଜା କାଟୁଛି, କିନ୍ତୁ ଏହି ସବୁ ଦାବି ସତ୍ତ୍ୱେ ରିପୋର୍ଟ ଦର୍ଶାଉଛି ଯେ, ସେ ବାସ୍ତବିକ ଭାବେ ଜେଲ୍‌ରେ କମ୍‌ ହିଁ ରହିଛି। ଏହାର ବିପରୀତ ,ତାକୁ ଅନେକ ସମୟରେ ଲାହୋରରେ ନଜରବନ୍ଦୀ କରାଯାଇଛି, ଯେଉଁଠି ତାକୁ ସୀମିତ ସ୍ୱାଧୀନତା ଦିଆ ଯାଇ ଥାଏ। ହାଫିଜ୍‌ ସଇଦ ,ଯାହାକୁ ଜାତିସଂଘ ଓ ଆମେରିକା ଦ୍ୱାରା ଏକ ଗ୍ଲୋବାଲ ଆତଙ୍କବାଦୀ ଭାବେ ଘୋଷିତ କରାଯାଇ ସାରିଛି , ଲଗାତାର ପାକିସ୍ତାନରେ ଖୋଲାଖୋଲି ସକ୍ରିୟ ନଜର ଆସିଛି।

ଗତ ସବୁ ଆକ୍ରମଣକୁ ଯଦି ଦେଖିବା ତ, ୨୩ ଜୁନ୍ ୨୦୨୧ରେ ଲାହୋରର ଜୌହର ଟାଉନରେ ତାର ଏକ ନିବାସ ପାଖରେ କାର୍‌ ବୋମା ବିସ୍ଫୋରଣ ହୋଇଥିଲା , ଯେଉଁଥିରେ ୩ଜଣ ଲୋକଙ୍କ ମୃତ୍ୟୁ ହୋଇଥିଲା ଏବଂ ୨୦ରୁ ଅଧିକ ଲୋକ ଆହତ ହୋଇ ଥିଲେ। ୨୦୨୩ରେ , ସଇଦର ଦୁଇ ନିକଟତର ସହଯୋଗୀ, ହଞ୍ଜଲା ଅଦନାନ ଓ ରିୟାଜ ଅହମ୍ମଦ ଓରଫ ଅବୁ କାସିମ୍‌ର ହତ୍ୟା କରି ଦିଆ ଯାଇଥିଲା , ଯେଉଁଥିରେ LeTରେ ଭୟ ସୃଷ୍ଟି ହୋଇ ଥିଲା।

୨୦୨୪ରେ LeTର ସବ୍‌-ଚିଫ୍‌ ଅବଦୁଲ ରହମାନ ମକ୍କିର ମୃତ୍ୟୁ ପରେ , ସୁରକ୍ଷା କାରଣରୁ ହାଫିଜ୍‌ ସଇଦ , ମକ୍କିର ଅନ୍ତିମ ସଂସ୍କାରରେ ଭାଗ ମଧ୍ୟ ନେଇ ନଥିଲା। ମକ୍କିର ଅନ୍ତିମ ସଂସ୍କାରର ନେତୃତ୍ୱ ତାର ପୁଅ କରିଥିଲା, ଯେଉଁଥିରେ ପାକିସ୍ତାନର ଅନେକ ମୁଖ୍ୟ ଆତଙ୍କୀମାନେ ଭାଗ ନେଇ ଥିଲେ। ଇଣ୍ଡିଆ ଟୁଡେ ସହ ଗୁଇନ୍ଦା ସୂତ୍ର ଗୁଡ଼ିକ ସ୍ପଷ୍ଟ କରିଛନ୍ତି ଯେ, ପାକିସ୍ତାନ-ଶାସିତ କାଶ୍ମୀର (ପିଓକେ)ରୁ ଅନେକ ଆତଙ୍କବାଦୀଙ୍କୁ ପାକିସ୍ତାନରେ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରିଦିଆ ଯାଇଛି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.