ପ୍ରମୂଖ ଖବର
  • ଗୋରୁ ବୋଝଇ ପିକଅପ୍‌କୁ ଗୋଡ଼ାଇ ଗୋଡ଼ାଇ ଧରିଲା ପୁଲିସ: ୬ ଗୋରୁ ଉଦ୍ଧାର, ଡ୍ରାଇଭର ଓ ହେଲପର୍‌ ଫେରାର
  • ||
  • ବଜ୍ରପାତରେ CRPF ଡେପୁଟି କମାଣ୍ଡାଣ୍ଟ ମୃତ, ୩ ଯବାନ ଗୁରୁତର
  • ||
  • ଅନୁଗୁଳ ଅବକାରୀ ବିଭାଗକୁ ବଡ଼ ସଫଳତା; ୨୨ ଗ୍ରାମ ବ୍ରାଉନସୁଗର ଜବତ, ଜଣେ ଗିରଫ
  • ||

Pahalgam Attack: ପହଲଗାମ ଆକ୍ରମଣ ପରେ ବିଳିବିଳଉଛି ପାକିସ୍ତାନ; ଲଗାତାର ୮ ଦିନ ହେବ କରିଆସୁଛି ଅସ୍ତ୍ରବିରତି ଉଲଘଂନ

Published By : Bijay Swain | May 2, 2025 4:55 PM

ନୂଆଦିଲ୍ଲୀ: ପହଲଗାମ ଆକ୍ରମଣ ପରେ ବିଳିବିଳଉଛି ପାକିସ୍ତାନ। ଲାଇନ ଅଫ କଣ୍ଟ୍ରୋଲ(ଏଲଓସି) ନିକଟରେ ଲଗାତାର 8 ଦିନ ହେଲାଣି ପାକିସ୍ତାନ ଅସ୍ତ୍ରବିରତି ଉଲଘଂନ କରିଚାଲିଛି। ଜମ୍ମୁ ଓ କାଶ୍ମୀରରେ ଥିବା କୁପୱାଡା, ବାରମୁଲ୍ଲା, ପୁଞ୍ଜ, ନୈସେରା, ସୁନ୍ଦେରବନି ଓ ଅଖନୁର ସେକ୍ଟରରେ ପାକିସ୍ତାନ ଗତ ମେ ୧-୨ ମଧ୍ୟରାତ୍ରରେ ଅସ୍ତ୍ରବିରତି ଉଲଘଂନ କରିଛି। ଭାରତୀୟ ସେନା ମଧ୍ୟ ଏହାର ଜବାବରେ ଗୁଳିଚାଳନା କରିଥିବା ଜଣାପଡିଛି।

ଆପଣଙ୍କୁ ଜଣାଇ ରଖୁ ଯେ ଭାରତ ଓ ପାକିସ୍ତାନ ମଧ୍ୟରେ ଥିବା ଆନ୍ତର୍ଜାତୀୟ ନିୟନ୍ତ୍ରଣ ରେଖା ଏଲଓସିର ଲମ୍ୱ ହେଉଛି ୭୪୦ କିଲୋମିଟର। ଏହାର ଉଭୟ ପାର୍ଶ୍ୱରେ ଉଭୟ ଦେଶର ସେନା ଏହାର ସୁରକ୍ଷାରେ ନିୟୋଜିତ ରହିଛନ୍ତି। ତେବେ ଉଭୟ ଦେଶ ମଧ୍ୟରେ ହୋଇଥିବା ବୈଠକରେ କେହି କାହା ଉପରେ ଫାଙ୍କା ଗୁଲିଚାଳନା କରିବେ ନାହିଁ ବୋଲି ଅସ୍ତ୍ରବିରତି ଚୁକ୍ତି ସମ୍ପାଦିତ ହୋଇଥିଲା। ହେଲେ ପାକିସ୍ତାନ ଏହି ଅସ୍ତ୍ରବିରତି ଚୁକ୍ତିକୁ ବେଖାତିର କରି ଏହାର ଉଲଘଂନ କରିଚାଲିଛି। ତେବେ ଗତ କାଲି ମଧ୍ୟରାତ୍ରରେ ହୋଇଥିବା ଅସ୍ତ୍ରବିରତି ଉଲଘଂନରେ କେହି ମୃତାହତ ହୋଇନଥିବା ନେଇ ସେନା ପକ୍ଷରୁ ସୂଚନା ଜାରି କରାଯାଇଛି। 

ଜମ୍ମୁ ଓ କାଶ୍ମୀରରେ ଥିବା ଏଲଓସିର ଉତ୍ତର ଓ ଦକ୍ଷିଣାଞ୍ଚଳରେ ପାକିସ୍ତାନ ବାରମ୍ୱାର ଅସ୍ତ୍ରବିରତି ଉଲଘଂନ କରିଚାଲିଛି। ଖାସ କରି ଉତ୍ତର କାଶ୍ମୀରରେ ଥିବା କୁପୱାଡା ଓ ବାରମୁଲ୍ଲା ସେକ୍ଚର ଓ ଜମ୍ମୁରେ ଥିବା ପୁଞ୍ଜ, ନୌସେରା, ସୁନ୍ଦେରବନି ଓ ଅଖନୁର ସେକ୍ଟର ନିକଟରେ ପାକିସ୍ତାନ ବାରମ୍ୱାର ଅସ୍ତ୍ରବିରତି ଉଲଘଂନ ଜାରି ରଖିଛି। ଏହି ସେକ୍ଟର ନିକଟରେ ପାକିସ୍ତାନ ବାରମ୍ୱାର ହିଂସା ଘଟାଉଥିବାରୁ ଭାରତୀୟ ସେନା ପକ୍ଷରୁ ଏହି ଅଞ୍ଚଳ ଗୁଡିକୁ ହାଇ ଆଲର୍ଟରେ ରଖାଯାଇଛି। 

ଗତ ଏପ୍ରିଲ୍‌ ୨୨ ତାରିଖରେ ହୋଇଥିବା ପହଲଗାମ ଆକ୍ରଣଣ ପରେ ପାକିସ୍ତାନ ପଟୁ ଅସ୍ତ୍ରବିରତି ଉଲଘଂନ ବଢିବାରେ ଲାଗିଛି। ଯେଉଁଥିପାଇଁ ପୂର୍ବରୁ ଖରାପ ହୋଇ ରହିଥିବା ଭାରତ-ପାକିସ୍ତାନ ସମ୍ପର୍କ ଚରମ ସୀମାରେ ପହଞ୍ଚିଛି। ତେବେ ଏଯାଏ କୈଣସି ମୃତାହତର ସୂଚନା ମିଳିପାରି ନାହିଁ। କିନ୍ତୁ ବର୍ତ୍ତମାନ ସେନାକୁ ସ୍ୱାଧିନ ଭାବେ ନିଷ୍ପତ୍ତି ନେବାର ଅଧିକାର ଦିଆଯାଇ ଥିବାରୁ ସେୱନା ଏହାର କଡା ଜବାବ ଦେଉଛି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.