ପ୍ରମୂଖ ଖବର
  • କଟକ : ବଡ଼ମ୍ବା ପୁଲିସର ସଫଳତା, ଦୁର୍ଦ୍ଦାନ୍ତ ଅପରାଧୀ ପପୁ ଚୌଧୁରୀ ଗିରଫ
  • ||
  • ସ୍କୁଲ୍ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ବଡ଼ ଘୋଷଣା : ଏଣିକି ସରକାରୀ ବସ୍‌ରେ ଫ୍ରିରେ ଯାତାୟାତ କରିବେ ପ୍ରଥମରୁ ପ୍ଲସ୍ ଟୁ
  • ||
  • ବୁଲା କୁକୁର ପ୍ରସଙ୍ଗ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ରାୟ, ସେଲ୍ଟର ହୋମ୍‌ ନୁହେଁ ବନ୍ଧ୍ୟାକରଣ ହିଁ ସମାଧାନ
  • ||
  • କଟକ : ଚନ୍ଦକାରୁ ଆଠଗଡ଼ ରେଞ୍ଜ; ଭରା ମହାନଦୀ ପାର୍ ହେଲେ ୨୨ଟିକିଆ ହାତୀପଲ
  • ||
  • ଦିଗପହଣ୍ଡି : ଝରଣାରେ ଗାଧୋଇବା ବେଳେ ପାହାଡ଼ ଉପରୁ ଖସି ଆସିଲା ପଥର, ଚାପି ହୋଇ ଷଷ୍ଠ ଶ୍ରେଣୀ ଛାତ୍ର ମୃତ
  • ||
  • ଚୌଦ୍ୱାର: କଟକ CDMOର ସିନିୟର୍ ଆସିଷ୍ଟାଣ୍ଟଙ୍କ ଘରେ ଭିଜିଲାନ୍ସ ଚଢାଉ, ଏକକାଳନୀନ ୫ଟି ସ୍ଥାନରେ ଚାଲିଛି ରେଡ୍
  • ||
  • ମହିଳା ଏସିଆ କପ୍‌ ହକି: ଭାରତୀୟ ଦଳ ଘୋଷଣା, ସଲିମା ଟେଟେ ନେବେ ନେତୃତ୍ୱ, ଓଡ଼ିଶାରୁ ସୁନେଲିତା
  • ||
  • ଆମେରିକାରେ ଭୂକମ୍ପର ଜୋରଦାର ଝଟକା, ରିକ୍ଟର ସ୍କେଲରେ ତୀବ୍ରତା ୮.୦ ରେକର୍ଡ
  • ||
  • ବୁଲା କୁକୁର ଉପରେ ଆଜି ସୁପ୍ରିମ୍‌ ଶୁଣାଣି, ସ୍ଥଗିତାଦେଶ ଆବେଦନ ଉପରେ ଶୁଣାଣି କରିବେ ଖଣ୍ଡପୀଠ
  • ||
  • ଆସନ୍ତାରେ ୩୧ ହେବାକୁ ଥିବା ସ୍ପେସାଲ୍‌ ଓଟିଇଟି ପୁଣି ସ୍ଥଗିତ, ଆଶଙ୍କାରେ ୭୫ ହଜାର ଇନ୍‌ସର୍ଭିସ୍‌ ଶିକ୍ଷକ
  • ||
  • ହିନ୍ଦୋଳ : ମଦ୍ୟପ ଯୁବକଙ୍କ ଉନ୍ମତ୍ତ କାଣ୍ଡ, ବୃଦ୍ଧ ବଡ଼ବାପାକୁ ଗାଁ ଦାଣ୍ଡରେ ଘୋଷାଡ଼ି ବାଡ଼େଇଲା ପୁତୁରା
  • ||
  • ଅନୁଗୁଳ କାରାଗାରର ବିଚାରାଧୀନ କଏଦୀଙ୍କ ମୃତ୍ୟୁ
  • ||
  • ଆସୁଛି ଆଉ ଦୁଇଟି ଲଘୁଚାପ: ଆସନ୍ତା ୨୬ ଯାଏ ବିସ୍ତୃତ ଅଞ୍ଚଳରେ ବର୍ଷା ସମ୍ଭାବନା, ଆଜି ୫ ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ
  • ||

ଅଣ୍ଟା ସଳଖୁଛି ଆତଙ୍କୀ ସଙ୍ଗଠନ : ପାକିସ୍ତାନରେ ୩୧୩ଟି ଆତଙ୍କୀ ପ୍ରଶିକ୍ଷଣ ଶିବିର ତିଆରି କରିବ ଜୈଶ, ଫଣ୍ଡ୍ ଯୋଗାଡ଼ କରୁଛି ମସୁଦ

Published By : Rasmita Pradhan | August 21, 2025 3:13 PM

ନୂଆଦିଲ୍ଲୀ, ୨୧/୦୮ : ଅଣ୍ଟା ସଳଖୁଛି ଆତଙ୍କୀ ସଙ୍ଗଠନ। ଭାରତର ‘ସିନ୍ଦୂର’ ମାଡ଼ରେ ଧ୍ଵସ୍ତ ବିଧ୍ଵସ୍ତ ହୋଇଥିବା ଆତଙ୍କୀ ଠିକଣାର ମରାମତି କରିବାକୁ ଯୋଜନା କରୁଛି ଜୈଶ-ଏ-ମହମ୍ମଦ। ପାକିସ୍ତାନରେ ପୁଣି ଥରେ ତିଆରି କରିବ ୩୧୩ଟି ଆତଙ୍କୀ ପ୍ରଶିକ୍ଷଣ ଶିବିର। ମସୁଦ ଅଜହରର ପାଇଁ ତିଆରି ହେବ ସ୍ଵତନ୍ତ୍ର ଠିକଣା। ଫଣ୍ଡିଂ ଏକାଠି କରୁଛନ୍ତି ମସୁଦ ଅଜହର ଓ ତାର ଭାଇ ତଲ୍‌କା ଅଲ ସୈଫ।

ଅପରେସନ ସିନ୍ଦୂରରେ ଧ୍ଵଂସ ହୋଇଯାଇଥିବା ଆତଙ୍କୀ ପ୍ରଶିକ୍ଷଣ ଶିବିରର ମରାମତି ପାଇଁ ଜୈଶ-ଏ- ମହମ୍ମଦ ପ୍ରସ୍ତୁତି ଚଳାଇଛି। ଏଥର ପାକିସ୍ତାନରେ ୩୧୩ଟି ମରକଜ ସ୍ଥାପନ କରିବ ଜୈଶ । ଏଠାରେ ବଡ଼ ବଡ଼ ହମ୍‌ଲା ପାଇଁ ଆତଙ୍କବାଦୀଙ୍କୁ ଟ୍ରେନିଂ ଦିଆଯିବ। ଏଥିପାଇଁ ଫଣ୍ଡିଂ ଅଭିଯାନ ଆରମ୍ଭ ହୋଇଛି। ୩.୯୧ ଅରବ ପାକିସ୍ତାନୀ ମୁଦ୍ରା ଏକାଠି କରିବାକୁ ଲକ୍ଷ୍ୟ ରଖାଯାଇଛି। ଖୋଦ୍ ମସୁଦ ଅଜହର ଏବଂ ତା’ର ଭାଇ ତଲ୍‌ହା ଅଲ୍ ସୈଫ ଏହାର କମାଣ ସମ୍ଭାଳୁଛନ୍ତି। 

ଫଣ୍ଡ୍ ଏକାଠି କରିବା ପାଇଁ EasyPaisa ଓ SadaPay ଭଳି ଡିଜିଟାଲ୍ ପେମେଣ୍ଟ ପ୍ଲାଟଫର୍ମର ବ୍ୟବହାର କରାଯାଉଛି । ମସୁଦ ଅଜହରର ପରିବାର ଲୋକଙ୍କ ଆକାଉଣ୍ଟକୁ ଟଙ୍କା ଟ୍ରାନ୍ସଫର୍ ହେଉଛି। ଗାଜାବାସୀଙ୍କୁ ସହାୟତାର ଆଳରେ ପ୍ରତି ଶୁକ୍ରବାର ମସଜିଦ୍‌ରେ ଫଣ୍ଡ୍ ଏକାଠି କରାଯାଉଛି। ଏହି ଫଣ୍ଡିଂ ଡ୍ରାଇଭ୍‌ରେ ବହାବଲପୁର ସ୍ଥିତ ଅଲ୍ ରହମତ ଟ୍ରଷ୍ଟ ପ୍ରମୁଖ ଭୂମିକା ଗ୍ରହଣ କରିଛି । ଯାହାକି ଜୈଶ ପାଇଁ ଫ୍ରଣ୍ଟଫୁଟ୍‌ ଭଳି କାମ କରୁଛି। ଏହି ଟଙ୍କାରେ ଜୈଶ ବିଭିନ୍ନ ମେସିନ୍ ଗନ୍, ରକେଟ୍ ଲଞ୍ଚର୍ ଏବଂ ଅନ୍ୟ ଅସ୍ତ୍ରଶସ୍ତ୍ର କିଣିବ। ଏହାକୁ ବଡ଼ ବଡ଼ ଆତଙ୍କୀ ହମ୍‌ଲା ପାଇଁ ବ୍ୟବହାର କରିବ। 

ଏପ୍ରିଲ ୨୨ରେ ଆତଙ୍କବାଦୀମାନେ ପହଲଗାମ୍‌ରେ ଆକ୍ରମଣ କରିଥିଲେ। ଏଥିରେ ୨୬ ନୀରିହ ପର୍ଯ୍ୟଟକଙ୍କ ଜୀବନ ଯାଇଥିଲା। ଏହାପରେ ମେ ୭ରେ ଭାରତୀୟ ସୁରକ୍ଷା ବାହିନୀ ଆତଙ୍କୀସ୍ତାନ ଉପରେ ପ୍ରତିଶୋଧ ନେଇଥିଲା। ଅପରେସନ ସିନ୍ଦୂର ମାଧ୍ୟମରେ ପାକିସ୍ତାନ ଅଧିକୃତ କାଶ୍ମୀର ଏବଂ ପାକିସ୍ତାନ ଥିବା ୯ଟି ଆତଙ୍କୀ ଠିକଣା ଧ୍ଵଂସ କରିଦେଇଥିଲା। ଏଥିରେ ୧୦୦ରୁ ଉର୍ଦ୍ଧ୍ଵ ଆତଙ୍କୀ ନିପାତ ହୋଇଥିଲେ। ହେଲେ କଣ ହେବ ଯେତେ ସରି ହେଲେବି ସୁଧୁରିବନି ପାକିସ୍ତାନ। 



Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.