ପ୍ରମୁଖ ଖବର
  • ବିହାର ପଟଣାରେ ଭୟାବହ ଅଗ୍ନିକାଣ୍ଡ; ହୁତୁ ହୁତୁ ହୋଇ ଜଳିଲା ହୋଟେଲ, ୩ ମୃତ
  • ||
  • କନିଷ୍ଠ ଶିକ୍ଷକ ନିଯୁକ୍ତି ମାମଲା, ଡିଭିଜନ ବେଞ୍ଚରେ ଅପିଲ କଲେ ରାଜ୍ୟ ସରକାର
  • ||
  • ପୁରୀରେ ପହଞ୍ଚିଲା ଦ୍ବିତୀୟ ପର୍ଯ୍ୟାୟ ରଥକାଠ, ସମୁଦାୟ ୨୫ ଖଣ୍ଡ କାଠ ଆସିଲା
  • ||
  • ବିଶ୍ୱ ମ୍ୟାଲେରିଆ ଦିବସ, ଏ ବର୍ଷର ଥିମ ‘ଅଧିକ ସମନ୍ୱିତ ବିଶ୍ୱ ପାଇଁ ମ୍ୟାଲେରିଆ ବିରୋଧୀ ଲଢ଼େଇକୁ ତ୍ୱରାନ୍ୱିତ କରିବା’
  • ||
  • ରବିବାର କଟକ ଆସିବେ ରାହୁଲ ଗାନ୍ଧୀ, କଂଗ୍ରେସ କର୍ମୀଙ୍କୁ ଦେବେ ବିଜୟ ମନ୍ତ୍ର
  • ||
  • IPL 2024: ଆଜି ବେଙ୍ଗାଲୁରୁକୁ ଭେଟିବ ହାଇଦ୍ରାବାଦ, ପ୍ଲେ-ଅଫ ପାଇଁ ରୟାଲ୍‌ ଚ୍ୟାଲେଞ୍ଜର୍ସର ଶେଷ ସୁଯୋଗ
  • ||
  • ଓଡ଼ିଶାର ପ୍ରଥମ ହସ୍ପିଟାଲ: ସମ୍‌ ଅଲ୍ଟିମେଟ୍‌ ମେଡିକେୟାରକୁ ଜେସିଆଇ ପ୍ରାଇମ୍‌ ସାର୍ଟିଫିକେଟ୍‌
  • ||

ପାକିସ୍ତାନର ହିରୋ ପାଲଟିଲେ ଅର୍ଶଦ ନଦୀମ, ନୀରଜ ଚୋପ୍ରାଙ୍କ ରେକର୍ଡ ଭାଙ୍ଗି ରାଜ୍ୟଗୋଷ୍ଠୀ କ୍ରୀଡାରେ ଜିତିଲେ ସ୍ୱର୍ଣ୍ଣ ପଦକ

ବର୍ମିଂହାମ,୮।୮: ଇଂଲଣ୍ଡର ବର୍ମିଂହାମ୍‌ରେ ଖେଳାଯାଉଥିବା ରାଜ୍ୟଗୋଷ୍ଠୀ କ୍ରୀଡାରେ ପାକିସ୍ତାନୀ ଜାଭେଲିନ୍ ପ୍ଲେୟାରଙ୍କ କମାଲ। ପାକିସ୍ତାନୀ ଖେଳାଳି ଅର୍ଶଦ ନଦୀମ ସ୍ୱର୍ଣ୍ଣ ପଦକ ଜିତି ଭାରତର ଷ୍ଟାର ଜାଭେଲିନ୍ ପ୍ଲେୟାର ନିରଜ ଚୋପ୍ରାଙ୍କ ରେକର୍ଡ ଭାଙ୍ଗିଛନ୍ତି। ଆହତ କାରଣରୁ ରାଜ୍ୟଗୋଷ୍ଠୀ କ୍ରୀଡା ୨୦୨୨ ରେ ନୀରଜ ଭାଗ ନେଇପାରିନାହାନ୍ତି। ନୀରଜ ଚୋପ୍ରା ଅଲିମ୍ପିକରେ ଗୋଲ୍ଡ ଓ ଓ୍ବାର୍ଲ୍ଡ ଆଥଲେଟିକ୍ସ ଚମ୍ପିଆନସିପ୍‌ରେ ସିଲଭର ପଦକ ଜିତିଥିଲେ, କିନ୍ତୁ ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାଗ ନେଇ ନପାରିବା କାରଣରୁ ପାକିସ୍ତାନର ଅର୍ଶଦ ନଦୀମଙ୍କ ଭାଗ୍ୟ ଖୋଲିଯାଇଛି ଓ ସେ ରାଜ୍ୟଗୋଷ୍ଠୀ କ୍ରୀଡା ୨୦୨୨ ରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି।

୯୦ ମିଟର ପର୍ଯ୍ୟନ୍ତ ସେ ଜାଭେଲିନ୍ ଥ୍ରୋ କରି  ରାଜ୍ୟଗୋଷ୍ଠୀ କ୍ରୀଡା ୨୦୨୨ ରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ନଦୀମ ଏଭଳି କରି ନୀରଜ ଚୋପ୍ରାଙ୍କ ରେକର୍ଡ ଭାଙ୍ଗିଛନ୍ତି। କାରଣ ଆଜି ପର୍ଯ୍ୟନ୍ତ ନୀରଜ ଚୋପ୍ର ୯୦ ମିଟର ପର୍ଯ୍ୟନ୍ତ ଜାଭେଲିନ୍ ଥ୍ରୋ କରିପାରି ନାହାନ୍ତି। ମୈଦାନରେ ପ୍ରତିଦ୍ବନ୍ଦିତା ହେବା ବ୍ୟତୀତ ଅର୍ଶଦ ନଦୀମ ଓ ନୀରଜ ଚୋପ୍ରା ଦୁହେଁ ଭଲ ବନ୍ଧୁ, ପରସ୍ପରକୁ ନିଜର ପ୍ରଦର୍ଶନକୁ ପ୍ରୋତ୍ସାହିତ ଓ ପ୍ରଶଂସା କରିଥାନ୍ତି। ତାଙ୍କର ଏହି ବନ୍ଧୁତ୍ବକୁ ନେଇ ସୋସିଆଲ ମିଡିଆରେ ଖୁବ ଚର୍ଚ୍ଚାର ବିଷୟ ହୋଇଥିଲା,କାରଣ ଚୋପ୍ରା ସବୁବେଳେ ୯୦ ମିଟରର ପାର କରିବାର ଲକ୍ଷ୍ୟ ରଖିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.