ନୂଆଦିଲ୍ଲୀ,୦୩/୧୦: ପାକିସ୍ତାନ ଅଧିକୃତ ଜମ୍ମୁ ଏବଂ କାଶ୍ମୀରରେ ଚାଲିଥିବା ଅସନ୍ତୋଷର ପ୍ରଭାବ ଏବେ ଇସଲାମାବାଦରେ ଦେଖିବାକୁ ମିଳିଛି। କାଶ୍ମୀର ଆକ୍ସନ କମିଟି ଦ୍ୱାରା ଆୟୋଜିତ ଏକ ବିରୋଧ ପ୍ରଦର୍ଶନ ସମୟରେ  ଜାତୀୟ ପ୍ରେସ୍ କ୍ଲବରେ ପୁଲିସର  ଲାଠିଚାର୍ଜ। ଯାହାକୁ ନେଇ ତୀବ୍ର ନିନ୍ଦା କରିଛନ୍ତି ମାନବାଧିକାର ଗୋଷ୍ଠୀ ଏବଂ ଗଣମାଧ୍ୟମ ସଂଗଠନ। 

ଗୁରୁବାର ଦିନ ଇସଲାମାବାଦ ପୁଲିସ ନ୍ୟାସନାଲ ପ୍ରେସ୍ କ୍ଲବ ଉପରେ ଚଢାଉ କରି ଜୋରଜବରଦସ୍ତ ପରିସରରେ ପ୍ରବେଶ କରି PoJKର ସାମ୍ବାଦିକ ଏବଂ ପ୍ରଦର୍ଶନକାରୀଙ୍କ ଉପରେ ଆକ୍ରମଣ କରିଥିଲା  ।PoJKରେ କଥିତ ଅତ୍ୟାଚାର ଏବଂ ଇଣ୍ଟରନେଟ୍ ବ୍ଲାକଆଉଟ୍ ବିରୋଧରେ ଏକ ପ୍ରଦର୍ଶନ ସମୟରେ ଏହି ଘଟଣା ଘଟିଥିଲା। ପୁଲିସ ଲାଠିଚାର୍ଜ କରି ଗଣମାଧ୍ୟମ ଉପକରଣ ନଷ୍ଟ କରିଥିଲା ଯାହା ଦେଶବ୍ୟାପୀ ଉତ୍ତେଜନା ସୃଷ୍ଟି କରିଥିଲା।
ରିପୋର୍ଟ ଅନୁଯାୟୀ, PoJK ଓକିଲ ସମ୍ପ୍ରଦାୟର ସଦସ୍ୟମାନେ NPCବାହାରେ ଶାନ୍ତିପୂର୍ଣ୍ଣ ପ୍ରତିବାଦ କରୁଥିଲେ। ପୁଲିସ ସେମାନଙ୍କୁ ଆକ୍ରମଣ କରି ଟାର୍ଗେଟ କରିଥିଲା। ପ୍ରତ୍ୟକ୍ଷଦର୍ଶୀମାନେ ପୁଲିସ ଲାଠିଚାର୍ଜ ଏବଂ ଗଣମାଧ୍ୟମ ଉପକରଣ ନଷ୍ଟ କରିଥିବା ରିପୋର୍ଟ କରିଛନ୍ତି।ପାକିସ୍ତାନ ମାନବାଧିକାର କମିଶନ ଏହି ଆକ୍ରମଣକୁ ଦୃଢ଼ ନିନ୍ଦା କରିଛି। ସେପଟେ HRCP ସୋସିଆଲ ମିଡିଆରେ ପୋଷ୍ଟ କରି କହିଛନ୍ତି , "ଆମେ ଜାତୀୟ ପ୍ରେସ୍ କ୍ଲବ ଉପରେ ଚଢାଉ ଏବଂ ସାମ୍ବାଦିକଙ୍କ ଉପରେ ଆକ୍ରମଣକୁ ଦୃଢ଼ ନିନ୍ଦା କରୁଛୁ।" ସେମାନେ ତୁରନ୍ତ ତଦନ୍ତ ଦାବି କରିଛନ୍ତି ଏବଂ କହିଛନ୍ତି ଯେ  ଲୋକଙ୍କୁ ନ୍ୟାୟ ଦିଆଯାଉ। ଏହି ଘଟଣା ଦେଶବ୍ୟାପୀ କ୍ରୋଧ ଏବଂ ମାନବାଧିକାର ଗୋଷ୍ଠୀମାନଙ୍କ ପକ୍ଷରୁ ନିନ୍ଦା କରାଯାଇଛି।