PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁରୀ : ଗୁଣ୍ଡିଚା ମନ୍ଦିର ରୋଷଘର ଚୁଲି ଭାଙ୍ଗିଲେ ଦୁର୍ବୃତ୍ତ, ୨୦ରୁ ଅଧିକ ଚୁଲି ଭାଙ୍ଗି ଥିବା ସୂଚନା
  • ||
  • ଭୁବନେଶ୍ୱର: ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ: ପ୍ରଥମ ଦିନରେ ଶୋକ ପ୍ରସ୍ତାବ ପାରିତ, ଆସିବ ପୂର୍ଣ୍ଣାଙ୍ଗ ବଜେଟ୍
  • ||
  • ନୂଆଦିଲ୍ଲୀ; ଫୁଟ୍‌ ଉପରେ ବିମାନ କ୍ୟାବିନରେ ଦେଖିବାକୁ ମିଳିଲା ଧୁଆଁ; ଦିଲ୍ଲୀ ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କଲା ସ୍ପାଇସଜେଟ୍‌
  • ||
  • ଭୁବନେଶ୍ୱର: ୪ରେ ଲଘୁଚାପ, ଆଜିଠୁ ବଢ଼ିବ ବର୍ଷା
  • ||
  • ଚୌଦ୍ୱାର : ଜଗା ଦର୍ଶନ ସାରି ଘରକୁ ଫେରୁଥିବା ବେଳେ ବୋଲେରୋକୁ ପିଟିଲା ଟ୍ରକ: ଜଣେ ମୃତ, ୯ ଗୁରୁତର
  • ||
  • ପୁରୀ: ଦାରୁବ୍ରହ୍ମଙ୍କ ପତିତପାବନ ଯାତ୍ରା: ଆଜି ଜନ୍ମବେଦିକୁ ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବାରିପଦା: ଆଜି ଗଡ଼ିବ ଦ୍ୱିତୀୟ ଶ୍ରୀକ୍ଷେତ୍ର ରଥ, ସୁଭଦ୍ରାଙ୍କ ରଥକୁ ଟାଣିବେ ମହିଳା ଶ୍ରଦ୍ଧାଳୁ
  • ||
  • କଟକ: ଆଜିଠୁ ମିଳିତ ପୁଲିସ୍‌ ସେବା ପରୀକ୍ଷା, ୩୪ କେନ୍ଦ୍ରରେ ପରୀକ୍ଷା ଦେବେ ୨୯ ହଜାର ୬୪୪ ପରୀକ୍ଷାର୍ଥୀ
  • ||

ପାକିସ୍ତାନରେ ପୁଣି ପେଟ୍ରୋଲର ଲମ୍ବ ଡିଆଁ; ଦରବୃଦ୍ଧିକୁ ନେଇ ଶେହବାଜ ସରକାରଙ୍କ ଉପରେ ବିରୋଧୀଙ୍କ ତାତି, ଭାରତକୁ ପୁଣି ପ୍ରଶଂସା କଲେ ଇମରାନ୍‌

Image Courtesy : The Week

ଇସଲାମାବାଦ,୨୭/୦୫: ଗୁରୁବାର ପାକିସ୍ତାନ ସରକାର ପେଟ୍ରୋଲ ଲିଟର ପିଛା ୩୦ ଟଙ୍କା ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି। ଗୁରୁବାର ମଧ୍ୟରାତ୍ରୀରୁ  ଏହି ନୂଆମୂଲ୍ୟ ଲାଗୁ ହେବା ପରଠାରୁ ଶହବାଜ ସରକାରଙ୍କ ଉପରେ ବର୍ଷିଛନ୍ତି ବିରୋଧି।ଏହି ନୂଆ ମୁଲ୍ୟ ଲାଗୁ ହେବା ପରଠାରୁ ପେଟ୍ରୋଲ ଲିଟର ପିଛା ୧୭୯ ଟଙ୍କା ୮୫ ପଇସା ରହିଥିବା ବେଳେ ଡିଜେଲ ଲିଟର ପିଛା ୧୭୪ ଟଙ୍କା ୧୫ ପଇସା ରହିଛି। ସେହିପରି କିରୋସିନ୍‌ ଲିଟର ପିଛା ୧୫୫ ଟଙ୍କା ୯୫ ପଇସାରେ ବିକ୍ରି ହେଉଛି। ପାକିସ୍ତାନର ଅର୍ଥମନ୍ତ୍ରୀ ମିଫ୍ତାହ ଇସମାଇଲ ଏକ ସାମ୍ବାଦିକ ସମ୍ମିଳନୀ କରି ନୂଆ ଦର ମଧ୍ୟରାତ୍ରୀରୁ ଲାଗୁ ହେବା କଥା କହିଛନ୍ତି। ଏହାର ଗୋଟିଏ ଦିନ ପୂର୍ବରୁ କତରରେ ପାକିସ୍ତାନ ସରକାର ଅନ୍ତରାଷ୍ଟ୍ରୀୟ ମୁଦ୍ରାକୋଷରୁ ଋଣ ନେବା ପାଇଁ ଆଲୋଚନା କରିଥିଲେ।

ଏହାରି ଭିତରେ ପୁଣି ଥରେ ଭାରତର ପ୍ରଶଂସା କରିଛନ୍ତି ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମରାନ୍‌ ଖାନ୍‌। ଏହା ସହିତ ତୈଳ ଦର ବୃଦ୍ଧିକୁ ନେଇ ଶେହବାଜ ସରକାରଙ୍କୁ ଘେରିଛନ୍ତି। ଇମରାନ୍‌ କହିଛନ୍ତି ଯେ, ଶେହବାଜ ସରକାର ଏକ ସମ୍ବେଦଶୀଳ ସରକାର। ପୂର୍ବରୁ ସରକାରରେ ଥିବା ବେଳେ ଆମେ ଋଷ ଠାରୁ ୩୦% ଶସ୍ତା ତେଲ କିଣିବାକୁ ଡିଲ୍ କରିଥିବା ବେଳେ ବର୍ତ୍ତମାନର ସରକାର ଏହାକୁ କାର୍ଯକ୍ଷମ ହେବାକୁ ଦେଲେନାହିଁ। 

ଏଥି ସହିତ ଭାରତର ପ୍ରଶଂସା କରି ସେ କହିଛନ୍ତି ଯେ ଭାରତ ହେଉଛି ଆମେରିକାର ରଣନୀତିକ ଭାଗିଦାରୀ, କିନ୍ତୁ ଋଷରୁ ଶସ୍ତା ତେଲ କିଣି ଭାରତ ଲିଟର ପିଛା ପାକିସ୍ତାନୀ ମୁଦ୍ରା ତୁଳନାରେ ୨୫ ଟଙ୍କା ହ୍ରାସ କରିଛି। ଇମ୍ରାନ ଖାନ ଟ୍ୱିଟ କରି କହିଛନ୍ତି ଯେ, ଆମଦାନୀ ହୋଇଥିବା ସରକାରଙ୍କ ମୂଲ୍ୟ ଦେବାର ଆରମ୍ଭ ହୋଇଛି। ଦେଶରେ ପେଟ୍ରୋଲ ଡିଜେଲ ମୂଲ୍ୟ ୨୦% ବୃଦ୍ଧି ପାଇଛି କିମ୍ବା ଲିଟର ପିଛା ୨୦ ଟଙ୍କା ବଢ଼ିଛି। ଏହା ଆମ ଦେଶର ଇତିହାସରେ ତେଲର ମୂଲ୍ୟ ବୋଲି କହି ଶେହବାଜ ସରକାରଙ୍କୁ ତାତ୍ସଲ୍ୟ କରିଛନ୍ତି ଶେହବାଜ ସରକାର। ଏହି ଅସମ୍ପୂର୍ଣ୍ଣ ଏବଂ ସମ୍ବେଦନଶୀଳ ସରକାର ରୁଷରୁ ୩୦% ଶସ୍ତା ତେଲ କିଣିବା ପାଇଁ ଆମର ଚୁକ୍ତି ଉପରେ ଆଗକୁ କାମ ବଢ଼ାଇନାହିଁ।

ସମ୍ବନ୍ଧିତ ଖବର