ନୂଆଦିଲ୍ଲୀ,୨୩।୩: ଇରାନ-ଆମେରିକା ଏବଂ ଇସ୍ରାଏଲ ଯୁଦ୍ଧ ଅନେକ ଦେଶରେ ଶକ୍ତି ସଙ୍କଟ ସୃଷ୍ଟି କରିଛି। ଇରାନ ହର୍ମୁଜ ପ୍ରଣାଳୀରେ ତୈଳ ଏବଂ ଗ୍ୟାସ ଜାହାଜକୁ ଟାର୍ଗେଟ କରିଛି। ଫଳସ୍ୱରୂପ, ପାକିସ୍ତାନର ଅର୍ଥନୀତି ଭୁଶୁଡ଼ି ପଡିଛି। ଦରମା ହ୍ରାସ ଏବଂ ସରକାରୀ ଖର୍ଚ୍ଚ ଉପରେ କଟକଣା ପରେ, ପାକିସ୍ତାନରେ ତେଲ ଦାମ୍ ଆକାଶ ଛୁଆଁ ହୋଇଛି। ତେବେ ରବିବାର ପାକିସ୍ତାନ ସରକାରଙ୍କ ଆଉ ଏକ ନିର୍ଦ୍ଦେଶ ସ୍ଥିତିକୁ ଆହୁରି ଖରାପ କରିଛି। ପାକିସ୍ତାନ ସରକାର ରବିବାର ଲଗଜରୀ ଗାଡିରେ ବ୍ୟବହାର ହେଉଥିବା ପ୍ରତି ଲିଟର ହାଇ-ଅକ୍ଟେନ୍ ଫୁଏଲ ଉପରେ ଲେଭି ଟିକସ ବଢାଇ ୩୦୦ଟଙ୍କା ପ୍ରତି ଲିଟର କରିଛନ୍ତି। ଦାମ୍ ବଢିବାର ଘୋଷଣା ପୂର୍ବରୁ ବହୁ ସହରରେ ଥିବା ପେଟ୍ରୋଲ ପମ୍ପରେ ଲମ୍ବା ଲାଇନ୍ ଲାଗିଛି।
ଏକ ପ୍ରେସ୍ ରିଲିଜରେ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମ୍ଓ) କହିଛି ପାକିସ୍ତାନର ପ୍ରଧାନମନ୍ତ୍ରୀ ଶେହବାଜ ସରିଫ୍ ଲଗଜରୀ ଗାଡିରେ ବ୍ୟବହାର ହେଉଥିବା ହାଇ-ଅକ୍ଟେନ୍ ଫୁଏଲ ଉପରେ ବଡ଼ ନିଷ୍ପତ୍ତି ନେଇଛନ୍ତି। ପିଏମ୍ ଶେହବାଜ ଶରିଫ୍ ନିଷ୍ପତ୍ତି ନେଇଛନ୍ତି ଯେ, ପୂର୍ବରୁ ୧୦୦ ଟଙ୍କା ପ୍ରତି ଲିଟର ଲେଭି ଥିଲା, ଏବେ ତାକୁ ବଢାଇ ୨୦୦ଟଙ୍କା ପ୍ରତି ଲିଟର କରି ଦିଆଯାଇଛି। ଏହି ନିଷ୍ପତ୍ତି ଦ୍ବାରା ସରକାରଙ୍କୁ ପ୍ରତି ମାସ ୯ ବିଲିୟନ ଡଲାର ଟଙ୍କା ସଞ୍ଚୟ ହେବ। ପ୍ରଧାନମନ୍ତ୍ରୀଙ୍କ ନିର୍ଦେଶ ଅନୁସାରେ,ଏହି ଟଙ୍କାର ବ୍ୟବହାର ସାଧାରଣ ଲୋକଙ୍କୁ ଆଶ୍ବସ୍ତି ଦେବା ପାଇଁ କରାଯିବ।
ଯଦି ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ଯୁଦ୍ଧ ଶୀଘ୍ର ସମାପ୍ତ ନହୁଏ, ତେବେ ପାକିସ୍ତାନର ସ୍ଥିତି ଆହୁରି ଖରାପ ହେବ, କାରଣ ଏହାର ତୈଳ ଭଣ୍ଡାର ମାତ୍ର କିଛି ଦିନ ପାଇଁ ରହିଛି। କାରଣ ପାକିସ୍ତାନର ଯଥେଷ୍ଟ ତୈଳ ଭଣ୍ଡାର ନାହିଁ। ଯଦି ଯୋଗାଣ ବାଧାପ୍ରାପ୍ତ ହୁଏ, ତେବେ ପାକିସ୍ତାନ ଦୀର୍ଘ ସମୟ ପାଇଁ ନିଜକୁ ଚଳାଇବା ଅତ୍ୟନ୍ତ କଷ୍ଟକର ହୋଇଯିବ। ସ୍ଥିତି ଏପରି ହୋଇଛି ଯେ ପାକିସ୍ତାନର ତୈଳ ଏବଂ ଗ୍ୟାସ ଯୋଗାଣ କିଛି ଦିନ ଧରି ବାଧାପ୍ରାପ୍ତ ହୋଇଛି। ପାକିସ୍ତାନୀ ଅଧିକାରୀଙ୍କ ଅନୁଯାୟୀ, ପାକିସ୍ତାନର ତୈଳ ଏବଂ ଗ୍ୟାସ ଭଣ୍ଡାର ଏବେ ଶେଷ ହେବାକୁ ବସିଲାଣି। ବର୍ତ୍ତମାନ, ଏଥିରେ ପ୍ରାୟ ୭ ଦିନର ଅଶୋଧିତ ତେଲ, ୧୭ଦିନର ଡିଜେଲ, ୨୦ ରୁ ୨୨ ଦିନର ପେଟ୍ରୋଲ, ୧୦ ଦିନର ଜେଟ୍ ଇନ୍ଧନ ଏବଂ ୧୦ ଦିନର ଇନ୍ଧନ ରହିଛି।
ଶକ୍ତି ସଙ୍କଟର ମୁକାବିଲା ପାଇଁ ପାକିସ୍ତାନ ବହୁ କଠୋର ପଦକ୍ଷେପ ନେଇଛି। ପାକିସ୍ତାନର ଏଆରୱାଇ ନ୍ୟୁଜ୍ ଅନୁଯାୟୀ, ପାକିସ୍ତାନ ରବିବାର ହାଇ-ଅକ୍ଟେନ୍ ଇନ୍ଧନର ମୂଲ୍ୟ ୨୦୦ପାକିସ୍ତାନୀ ଟଙ୍କା (PKR) ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛି, ଯାହା ପୂର୍ବ ୧୦୦ ପାକିସ୍ତାନୀ ଟଙ୍କା ଥିଲା। ପାକିସ୍ତାନର ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ବିଳାସପୂର୍ଣ୍ଣ ଯାନରେ ବ୍ୟବହୃତ ହାଇ-ଅକ୍ଟେନ୍ ଇନ୍ଧନ ଉପରେ ଶୁଳ୍କରେ ଏହି ଗୁରୁତ୍ୱପୂର୍ଣ୍ଣ ବୃଦ୍ଧିକୁ ଅନୁମୋଦନ କରିଛନ୍ତି। ସରିଫଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।
ଏଆରୱାଇ ନ୍ୟୁଜ୍ ଅନୁଯାୟୀ, ହାଇ ଅକ୍ଟେନ୍ ଇନ୍ଧନ ମୂଲ୍ୟ ବୃଦ୍ଧି ସାଧାରଣ ପରିବହନ ଭଡ଼ା କିମ୍ବା ବିମାନ ଯାତ୍ରା ଖର୍ଚ୍ଚକୁ ପ୍ରଭାବିତ କରିବ ନାହିଁ। ବୈଠକରେ ଆଇନ ଏବଂ ନ୍ୟାୟ ମନ୍ତ୍ରୀ ଆଜମ ନାଜିର ତରାର, ଅର୍ଥ ମନ୍ତ୍ରୀ ମହମ୍ମଦ ଔରଙ୍ଗଜେବ, ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଆତାଉଲ୍ଲାହ ତରାର ଏବଂ ପେଟ୍ରୋଲିୟମ ମନ୍ତ୍ରୀ ଅଲି ପରଭେଜ ମଲିକଙ୍କ ସହିତ ଅନ୍ୟାନ୍ୟ ବରିଷ୍ଠ ସରକାରୀ ଅଧିକାରୀମାନେ ଉପସ୍ଥିତ ଥିଲେ।
ଆହୁରି ପଢନ୍ତୁ : ଇରାନ-ଆମେରିକା ଲଢ଼େଇ; 'ପିଇବା ପାଣି'କୁ ନେଇ ତ୍ରାହି ତ୍ରାହି ଡାକିବେ ଆରବ ଦେଶ, ବଢ଼ୁଛି ପରମାଣୁ ବିକିରଣ ଭୟ