PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଯାତ୍ରା ଅଭିନେତା ଦୈତାରୀ ପଣ୍ଡାଙ୍କ ନାଁରେ ରାଜଧାନୀ ମିଡ଼ିଆ ହାଉସ୍ ସିଇଓ ଥାନାରେ କଲେ ଅଭିଯୋଗ , ଯାତ୍ରା ରାଜିନାମା ଅଗ୍ରୀମ ଟଙ୍କା ଫେରସ୍ତ ନକରିବାରୁ ବାଲେଶ୍ୱର ଜିଲ୍ଲା ଔପଦା ଥାନାରେ ରୁଜୁ ହୋଇଛି ମାମଲା, ପାର୍ବତୀ ଗଣନାଟ୍ୟ ଠାରୁ ୧୫ ଲକ୍ଷ ଟଙ୍କା ନେଇଥିଲେ ଅଗ୍ରୀମ
  • ||
  • ନୂଆଦିଲ୍ଲୀ : ଆସାମ ବନ୍ୟା ପୀଡିତଙ୍କ ପାଇଁ ସାହାଯ୍ୟର ହାତ ବଢାଇଲେ ଫିଲ୍ମ ନିର୍ମାତା କରନ ଜୋହର, ରିଲିଫ ପାଣ୍ଠିକୁ ଦେଲେ ୧୧ଲକ୍ଷ
  • ||
  • ଭୁବନେଶ୍ବର : କଂଗ୍ରେସ ବିଧାୟକ ରାଜନ ଏକ୍କାଙ୍କୁ ଭେଟିଲେ ବିଜେଡି ଟିମ୍, ରାଷ୍ଟ୍ରପତି ପ୍ରାର୍ଥି ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିବାକୁ କଲେ ନିବେଦନ
  • ||
  • କଟକ : ପ୍ରକାଶ ପାଇଲା ମାଟ୍ରିକ ପରୀକ୍ଷା ଫଳ, ଚଳିତ ବର୍ଷ ପାସ ହାର ୯୦.୫୫
  • ||
  • ନିଶ୍ଚିନ୍ତକୋଇଲି : କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଥାନା ସୁକରପଡା ଗାଁରେ ପାରିବାରିକ କଳହରୁ ମା’କୁ ହତ୍ୟା କରିଛି ପୁଅ
  • ||
  • ଆନନ୍ଦପୁର : ଶାଳବଣୀ ଛକ ନିକଟରେ ଟାୟାର ଫାଟିଯିବାରୁ ପୋଲିସ ହାବୁଡରେ ଧରାପଡିଲା ବେଆଇନ ଗୋ-ଚାଲାଣ ଟ୍ରକ, ଜବତ କଲା ଆନନ୍ଦପୁର ପୋଲିସ
  • ||
  • ଭୁବନେଶ୍ୱର : ଅଭିନେତ୍ରୀ ରଶ୍ମିରେଖାଙ୍କ ମୃତ୍ୟୁ ଘଟଣା, ପ୍ରେମିକ ସନ୍ତୋଷ ପାତ୍ର ରାଉରକେଲା ବାସନ୍ତୀକଲୋନୀରେ ଆତ୍ମହତ୍ୟା କରିଛନ୍ତି
  • ||
  • ରାଉରକେଲା : ରାଉରକେଲାରେ ୩୧୧ କୋଟିର GST ଠକେଇ, ବନ୍ଧାହେଲେ ୫ ବ୍ୟବସାୟୀ
  • ||
  • ରାୟଗଡ଼ା : ଚାନ୍ଦିଲି ଥାନା ଅନ୍ତର୍ଗତ ୩୨୬ ନମ୍ବର ଜାତୀୟ ରାଜପଥର ହାତୀଖମ୍ବ ଗାଁ ନିକଟରେ ଏକ ଯାତ୍ରୀବାହୀ ବସ୍ ଓଲଟି ଜଣେ ମହିଳାଙ୍କ ମୃତ୍ୟୁ, ୩୦ ଆହତ
  • ||

ଭାରତକୁ ପାକିସ୍ତାନର ନିବେଦନ: ଆଉ ବାଲାକୋଟ ଭଳି ଆକ୍ରମଣ ନକରିବାକୁ କଥା ଦିଅ

source:www.yahoo.com

ନୂଆଦିଲ୍ଲୀ,୨୨ ।୬(ଏଜେନ୍ସି): ବାଲାକୋଟରେ ଭାରତ ଦ୍ୱାରା ବିମାନ ଆକ୍ରମଣ କରାଯିବାରେ ଭୟଭୀତ ହୋଇପଡିଥିବା ପାକିସ୍ତାନ ଏପର୍ଯ୍ୟନ୍ତ ନିଜର ବାୟୁସୀମାକୁ ଭାରତୀୟ ଏୟାରଲାଇନ୍ସଗୁଡିକ ପାଇଁ ଖୋଲୁନାହିଁ । ପାକିସ୍ତାନ ଏହି କଟକଣାକୁ ଚଳିତ ମାସ ୨୮ ତାରିଖ ଯାଏଁ ବୃଦ୍ଧି କରିବ ବୋଲି ଆଗରୁ ଘୋଷଣା କରିସାରିଛି । ହେଲେ ଏହାପରେ ବି ସିଏ ଏହି କଟକଣା ହଟାଇବ ନାହିଁ ବୋଲି ମନେ କରାଯାଉଛି । ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଇମ୍ରାନ ଖାନ ସରକାର ଚାହୁଁଛନ୍ତି କି ଭାରତ ପୁଣି ଥରେ ବାଲାକୋଟ ଭଳି ଆକ୍ରମଣ ନକରିବାକୁ ପ୍ରତିଶ୍ରୁତି ଦେଲା ପରେ ସିଏ ଏହି କଟକଣାକୁ ହଟାଇବାକୁ ବିଚାର କରିବେ । ପାକିସ୍ତାନ ଏଭଳି ଆଭିମୁଖ୍ୟ ପ୍ରଦର୍ଶନ କରିବାର କାରଣ ହେଉଛି ଯେ ଭାରତ ତା’ଉପରେ ପୁଣି ଏପରି ଆକ୍ରମଣ କରିପାରେ ବୋଲି ସିଏ ଆଶଙ୍କା କରୁଛି ।

ଭାରତୀୟ ବାୟୁସେନାର ୧୨ଟି ମିରେଜ ଯୁଦ୍ଧବିମାନ ଗତ ଫେବ୍ରୁଆରୀ ୨୬ରେ ପାକିସ୍ତାନର ଖାଇବର-ପାଖତୁନଖ୍ୱା ପ୍ରଦେଶ ଅନ୍ତର୍ଗତ ବାଲାକୋଟରେ ଥିବା ଜୈସର ଏକ ଶିବିର ଉପରେ ବୋମା ଓ ମିସାଇଲ ମାଡ଼ କରିଥିଲେ । ସେହି ଦିନ ଠାରୁ ପାକିସ୍ତାନ ସରକାର ନିଜ ଦେଶର ବାୟୁସୀମା ଦେଇ ଭାରତ ସମେତ ସମସ୍ତ ଦେଶଙ୍କ ବିମାନ ଚଳାଚଳା

ଉପରେ କଟକଣା ଲଗାଇଥିଲା । ମାର୍ଚ୍ଚ ୨୭ରେ ପାକିସ୍ତାନ ବିଦେଶୀ ଏୟାରଲାଇନ୍ସଗୁଡିକ ଉପରୁ ଏହି କଟକଣା ହଟାଇଦେଇଥିଲା । ମାତ୍ର ଭାରତୀୟ ଏୟାରଲାଇନ୍ସଗୁଡିକ ଉପରେ କଟକଣାକୁ ଜାରି ରଖିଛି । ମେ’ ୧୬ରୁ ପାକ୍‌ ସରକାର ୩ଥର ଏହାକୁ ବୃଦ୍ଧି କରିସାରିଲେଣି ।

ଭାରତ ମଧ୍ୟ ପାକିସ୍ତାନର ବିମାନଗୁଡିକ ଉପରେ ଜବାବୀ କଟକଣା ଲଗାଇଛି । ତେବେ ପାକିସ୍ତାନ ଅପେକ୍ଷା ଭାରତୀୟ ଏୟାରଲାଇନ୍ସଗୁଡିକ ଏଭଳି କଟକଣା ଯୋଗୁ ଅଧିକ କ୍ଷତି ସହୁଛନ୍ତି । କାରଣ ସେମାନଙ୍କୁ ଏବେ ଆରବ ସାଗର ଉପର ଦେଇ ବିମାନ ଚଳାଇବାକୁ ପଡୁଛି । ଏହାଯୋଗୁ ସେମାନଙ୍କୁ ଅଧିକ ବ୍ୟୟ କରିବାକୁ ପଡୁଛି ଏବଂ ବିମାନ ଉଡାଣ ପାଇଁ ଅଧିକ ସମୟ ବି ଲାଗୁଛି । ପାକିସ୍ତାନର କଟକଣା ଯୋଗୁ ଏବେ ଭାରତରୁ ଇରାନ ଓ ଆଫଗାନିସ୍ତାନକୁ ବିମାନରେ ଯାତ୍ରା କରିବା ପାଇଁ ଦୁଇ ଗୁଣ ଅଧିକ ସମୟ ଲାଗୁଛି । ସେହିପରି ଦିଲ୍ଲୀରୁ ଆସ୍ତାନା ଯିବା ପାଇଁ ୩ ଘଣ୍ଟା ଏବଂ ମସ୍କୋ ଯିବା ପାଇଁ ଦୁଇ ଘଣ୍ଟା ଅଧିକ ସମୟ ଲାଗୁଛି ।

ପାକିସ୍ତାନର ସରକାରୀ ଏୟାରଲାଇନ୍ସ ପିଆଇଏ ଭାରତ ଦ୍ୱାରା କଟକଣା ଲଗାଯିବା ପୂର୍ବରୁ ପ୍ରତି ସପ୍ତାହରେ କ୍ୱାଲାଲମ୍ପୁରକୁ ୪ଟି, ବ୍ୟାଙ୍କକକୁ ୨ଟି ଏବଂ ଦିଲ୍ଲୀକୁ ଦୁଇଟି ବିମାନ ଚଳାଉଥିଲା । ମାତ୍ର ଏବେ ସେସବୁ ବନ୍ଦ ରହିଛି । ଏହାଯୋଗୁ ପାକିସ୍ତାନର ଲୋକେ ମଧ୍ୟ-ପ୍ରାଚ୍ୟ ଏସୀୟ ଦେଶ ଦେଇ ବ୍ୟାଙ୍କକ ଏବଂ କ୍ୱାଲାଲମ୍ପୁରକୁ ଯାଉଛନ୍ତି । ଦୁଇ ଦେଶର ଏୟାରଲାଇନ୍ସଗୁଡିକ ଏହାଯୋଗୁ କ୍ଷତି ସହୁଥିଲେ ମଧ୍ୟ ସରକାରୀ ସ୍ତରରେ ଏହି ସମସ୍ୟାର ସମାଧାନ ପାଇଁ ଏଯାଏଁ କିଛି ପ୍ରୟାସ କରାଯାଇନଥିବାର କୁହାଯାଇଛି । ତେବେ ପାକିସ୍ତାନ ସରକାର ପୁଣି ଥରେ ବାଲାକୋଟ ଭଳି ଆକ୍ରମଣ ନକରିବାକୁ ଭାରତ ନିକଟରେ ଦାବି କରି ପରୋକ୍ଷରେ ଏହି ଘଟଣାର ସତ୍ୟତାକୁ ସ୍ୱୀକାର କରିଥିବାର ମନେ କରାଯାଉଛି ।