ନୂଆଦିଲ୍ଲୀ,୨୫।୧୦:  ଭାରତ ନିଜର ପଶ୍ଚିମ ସୀମାରେ ବହୁତ ବଡ଼ ତ୍ରି-ସେବା ଅଭ୍ୟାସ ‘ତ୍ରିଶୁଳ’ ଆୟୋଜିତ କରିବାକୁ ଯାଉଛି। ଏଥିରେ ଭୟଭୀତ ହୋଇ ପାକିସ୍ତାନ ନିଜର ବିମାନ ସୀମାରେ ଅତିରିକ୍ତ କଟକଣା ଲଗାଇଛି। ପାକ୍ ଗଣାମାଧ୍ୟମ ରିପୋର୍ଟ ଅନୁସାରେ, ତ୍ରିଶୁଳର ପ୍ରସ୍ତୁତି ଭିତରେ ପଡୋଶୀ ଦେଶ ହଠାତ ନିଜର ମଧ୍ୟ ଓ ଦକ୍ଷିଣ ବାୟୁସୀମାରେ ବହୁ ବିମାନ ମାର୍ଗରେ କଟକଣା ଲଗାଇ ଦେଇଛି। ପାକିସ୍ତାନ ପକ୍ଷରୁ ଜାରି NOTAM ୨୮ ଓ ୨୯ ଅକ୍ଟୋବର ପାଇଁ ଲାଗୁ ରହିବ। ତେବେ ଇସଲାମାବାଦ କଟକଣା ପଛରେ ବହୁ ଅଧିକାରିକ କାରଣ କହି ନାହିଁ, କିନ୍ତୁ ପ୍ରତିରକ୍ଷା ବିଶେଷଜ୍ଞଙ୍କ କହିବା ଅନୁସାରେ, ଏହି ପଦକ୍ଷେପ କୌଣସି ସାମରିକ ଅଭ୍ୟାସ କିମ୍ବା ହତିଆର ପରୀକ୍ଷଣ ସହ ଜଡିତ ହୋଇପାରେ।

ଭାରତ କିଛି ଦିନ ପୂର୍ବରୁ ବ୍ୟାପକ ତ୍ରି-ସେବା (ସ୍ଥଳସେନା, ନୌସେନା ଓ ବାୟୁସେନା) ଅଭ୍ୟାସ ‘ତ୍ରିଶୁଳ’ ଘୋଷଣା କରିଥିଲା। ଯାହାକି ୩୦ ଅକ୍ଟୋବରରୁ ୧୦ ନଭେମ୍ବର ପର୍ଯ୍ୟନ୍ତ ସରକ୍ରିକ୍‌ ଅଞ୍ଚଳରେ ଆୟୋଜିତ ହେବ। ଏହି ଅଞ୍ଚଳ ଭାରତ-ପାକିସ୍ତାନ ସୀମାର ପଶ୍ଚିମ ଉପକୂଳରେ ରହିଛି। ରଣନୈତିକ ଦୃଷ୍ଟିରୁ ଅତ୍ୟନ୍ତ ସମ୍ବେଦନଶୀଳ ମନେକରାଯାଉଛି। ସୁତ୍ର ଅନୁସାରେ, ଏହ ଅଭ୍ୟାସ ସମୁଦ୍ର ସୁରକ୍ଷା, ସ୍ଥଳ ଏବଂ ବାୟୁ ଅଭିଯାନର ମିଳିତ ସଞ୍ଚାଳନ ଶତ୍ରୁର ସମ୍ଭାବିତ ଗତିବିଧିର ସମନ୍ବିତ ଜବାବ୍ ଉପରେ କେନ୍ଦ୍ରିତ ହେବ।

ଭାରତୀୟ ବାୟୁସେନା ୨୪ ଅକ୍ଟୋବରରେ ଏକ ନୋଟିସ୍ ଟୁ ଏୟାରମ୍ୟାନ୍ ଜାରି କରିଛି। ଏଥିରେ ପାକିସ୍ତାନ ସୀମା ସହ ‘ଅଭ୍ୟାସ ତ୍ରିଶୁଳ’ର ଘୋଷଣା କରାଯାଇଛି। ଏହି ଅଭ୍ୟାସ ଭାରତୀୟ ସେନା, ନୌସେନା ଓ ବାୟୁସେନା ମିଳିତ ସଞ୍ଚାଳନ ଉପରେ କେନ୍ଦ୍ରିତ ହେବ, ଯାହାକି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ଜୟ’ (ଜଏଣ୍ଟନେସ୍, ଆକ୍ସନ ଫର ଇନୋଭେସନ୍, ଆର୍ମି, ଏୟାର ଫୋର୍ସ, ନୌସେନା) ଭିଜନକୁ ମଜବୁତ କରିବାର ଉଦେଶ୍ୟ ରଖିଛି। ଅଭ୍ୟାସର କ୍ଷେତ୍ର ପାକିସ୍ତାନ ସୀମା ନିକଟରେ ରହିଛି, ସେଠାରେ ବାୟୁକ୍ଷେତ୍ରକୁ ୨୮ ହଜାର ଫୁଟ୍ ପର୍ଯ୍ୟନ୍ତ ସଂରକ୍ଷିତ ରଖିଛି। ଏହି ଅଭ୍ୟାସ କେବଳ ମିଳିତ ସଞ୍ଚାଳନର କ୍ଷମତାର ପରୀକ୍ଷଣ କରିବ, ସେଭଳି ସ୍ବଦେଶୀ ହତିଆର ପ୍ରଣାଳି ଓ ଇନୋଭେସନ୍‌ ଉପରେ ଜୋର ଦେବ।