ପ୍ରମୂଖ ଖବର
  • ଯାତ୍ରା କଳିରେ ପଡିଲା ଯବନିକା, ୫ ବର୍ଷ ରହିବି ବର୍ଷେ ପରେ ମଞ୍ଚରେ ଚଢିବି କହିଲେ ପୀୟୂଷ
  • ||
  • ମହାକାଶକୁ ଉଡ଼ାଣ ଭରିବେ ଶୁଭାଂଶୁ ଶୁକ୍ଳା; ୬ ଥର ଘୁଞ୍ଚିଲା ପରେ ଆସନ୍ତାକାଲି ଲଞ୍ଚ ହେବ ଆକ୍ସିଓମ୍‌-୪ ମିଶନ୍
  • ||
  • ଗଞ୍ଜାମ: ୨ ଦଳିତଙ୍କୁ ଲଣ୍ଡା କରି ଆଣ୍ଠେଇ ଚଲାଇବା ମାମଲା, ଘଟଣାସ୍ଥଳକୁ ଯାଇ ଅନୁଧ୍ୟାନ କରିବ କଂଗ୍ରେସର ଫ୍ୟାକ୍ଟ ଫାଇଣ୍ଡିଂ ଟି
  • ||
  • ବୁଧବାର BMC କର୍ପୋରେସନ ବୈଠକ: ଏକାଧିକ ପ୍ରସ୍ତାବରେ ବାଜିବ ମୋହର, ଉଠିବ ଜଳବନ୍ଦୀ ଓ ଡେଙ୍ଗୁ ପ୍ରସଙ୍ଗ
  • ||
  • ପାଟନାରେ ପୂର୍ବାଞ୍ଚଳ ଶକ୍ତି ମନ୍ତ୍ରୀ ସମ୍ମିଳନୀ, ଆଜି ଯୋଗ ଦେବେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ
  • ||
  • ମହାପ୍ରଭୁଙ୍କୁ ଲାଗି ହେବା ପୂର୍ବରୁ ଦଶମୂଳ ମୋଦକ ଚୋରି, ମାରା ମହୌଷଧି ଶ୍ରୀଜିଉଙ୍କୁ ଲାଗି ହେଲା କିପରି ?
  • ||
  • ଗୋପାଳପୁର ଗଣଦୁଷ୍କର୍ମ ମାମଲା, ୬ ଅଭିଯୁକ୍ତଙ୍କୁ ଦିନିକିଆ ରିମାଣ୍ଡରେ ନେବ କ୍ରାଇମ୍‌ବ୍ରାଞ୍ଚ
  • ||
  • କେନ୍ଦୁଝର: ଟ୍ରକ୍ ପଛରେ ପିଟିହେଲା କନ୍ୟାଯାତ୍ରୀ ବସ୍, ଜଣେ ମୃତ ୧୩ ଗୁରୁତର
  • ||
  • ଇରାନ୍-ଇସ୍ରାଏଲ୍ ଯୁଦ୍ଧ ନେଇ ଟ୍ରମ୍ପ୍‌ଙ୍କ ବଡ଼ ଘୋଷଣା, ୧୨ ଦିନ ପରେ ସମ୍ପୂର୍ଣ୍ଣ ଅସ୍ତ୍ରବିରତି ଘୋଷଣା
  • ||
  • ଘୂର୍ଣ୍ଣିବଳୟ ପ୍ରଭାବରେ ଲଗାଣ ବର୍ଷା: ସପ୍ତାହେ ଯାଏ ପ୍ରବଳ ଛେଚିବ,୨୫ରେ ୩ଟି,୨୬ରେ ୫ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
  • ||

ସ୍ୱର୍ଣ୍ଣ ମନ୍ଦିର ଉପରେ ଆଟାକ୍‌ କରିବାକୁ ଚେଷ୍ଟା କରିଥିଲା ପାକିସ୍ତାନ, ରିପୋର୍ଟରେ ଖୁଲାସା

Published By : Krishna Priya | May 19, 2025 2:34 PM

ନୂଆଦିଲ୍ଲୀ ୧୯/୦୫: ପାକିସ୍ତାନର ଘୃଣ୍ୟ କାର୍ଯ୍ୟର ପର୍ଦ୍ଦାଫାସ। ସାଧାରଣ ନାଗରିକଙ୍କ ସହିତ ଧାର୍ମିକ ସ୍ଥଳକୁ ଟାର୍ଗେଟ୍‌ କରିଥିଲା ପାକିସ୍ତାନ। ସ୍ୱର୍ଣ୍ଣ ମନ୍ଦିରକୁ ଉଡ଼ାଇ ଦେବାକୁ ରଚିଥିଲା ଷଡଯନ୍ତ୍ର । ହେଲେ ତା'ର ସବୁ ଚେଷ୍ଟାକୁ ବିଫଳ କରିଥିଲେ ଭାରତୀୟ ସେନା। ଏନେଇ ଏକ ନୂତନ ରିପୋର୍ଟରେ ଏଏନଆଇ ଖୁଲାସା କରିଛି ।

ଭାରତ 'ଅପରେସନ ସିନ୍ଦୂର' ମାଧ୍ୟମରେ ପାକିସ୍ତାନରେ ବଢ଼ୁଥିବା ଆତଙ୍କବାଦୀଙ୍କୁ ଉଚିତ୍‌ ଶିକ୍ଷା ଦେଇଥିଲା । କିନ୍ତୁ ତଥାପି ନିଜ ହରକତ ଛାଡି ନଥିଲା ପାକିସ୍ତାନ । ମେ ୭ ଓ ୮ ରାତିରେ ସେ ଭାରତର ଅନେକ ସହର ଉପରେ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲା। ଅମୃତସରର ସ୍ୱର୍ଣ୍ଣ ମନ୍ଦିର ମଧ୍ୟ ପାକିସ୍ତାନର ଟାର୍ଗେଟରେ ଥିଲା, କିନ୍ତୁ ଭାରତୀୟ ସେନା ପାକ୍‌ର ହୀନ ଯୋଜନାକୁ ପଣ୍ଡ କରିଦେଇଥିଲା।

ଏଏନଆଇର ରିପୋର୍ଟ ଅନୁଯାୟୀ, ମେଜର ଜେନେରାଲ କାର୍ତ୍ତିକ ସି ଶେଷାଦ୍ରି ପାକିସ୍ତାନର ଏହି ଘୃଣ୍ୟ କାର୍ଯ୍ୟର ପର୍ଦ୍ଦାଫାସ କରିଛନ୍ତି। ସେ କହିଛନ୍ତି ଯେ ପାକିସ୍ତାନୀ ସେନା ଅମୃତସରର ସ୍ୱର୍ଣ୍ଣ ମନ୍ଦିର ଉପରେ ଡ୍ରୋନ୍ ସାହାଯ୍ୟରେ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲା, କିନ୍ତୁ ଭାରତୀୟ ସେନା ପାକିସ୍ତାନର ସମସ୍ତ ଆକ୍ରମଣକୁ ବିଫଳ କରିଥିଲା । ପାକିସ୍ତାନ ସାଧାରଣ ନାଗରିକଙ୍କ ସହିତ ଧାର୍ମିକ ସ୍ଥଳଗୁଡ଼ିକୁ ମଧ୍ୟ ଟାର୍ଗେଟ କରିବାକୁ ଚେଷ୍ଟା କରିଥିଲା। ତେବେ ପାକିସ୍ତାନ ଅମୃତସର ସହିତ, ଜମ୍ମୁ, ଶ୍ରୀନଗର, ପଠାନକୋଟ, ଜଳନ୍ଧର, ଲୁଧିଆନା, ଚଣ୍ଡିଗଡ଼ ଏବଂ ଭୁଜକୁ ଟାର୍ଗେଟ କରିଥିଲା। ଏହା ବ୍ୟତୀତ ସେ ଭାରତର ଅନ୍ୟ ସହର ଉପରେ ମଧ୍ୟ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲା। 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.