ବ୍ଲାକଲିଷ୍ଟ ହେବା ଭୟରେ ପାକିସ୍ତାନ, ଭାରତ ବିରୋଧରେ ଏଫଟିଏଫରେ କଲା ଅଭିଯୋଗ

ନୂଆଦିଲ୍ଲୀ,୧୦।୩:ଅନ୍ତରାଷ୍ଟ୍ରୀୟ ଆତଙ୍କବାଦୀ ଅର୍ଥପୋଷଣ ଉପରେ ନଜର ରଖୁଥିବା ସଂସ୍ଥା ଏଫଏଟିଏଫରେ ଭାରତ ଓ ପାକିସ୍ତାନ ଏବେ ମୁହାଁମୁହିଁ ହୋଇଛନ୍ତି। ବାଲକୋଟ ଆକ୍ରମଣ ପରେ ପାକିସ୍ତାନ ଏଫଟିଏଫକୁ କହିଛି ଭାରତର ମନୋବୃତ୍ତି ତା ପ୍ରତି ଠିକ୍ ନାହିଁ ଓ ବାରମ୍ବାର ଶତ୍ରୁତା କରୁଛି। ତେଣୁ ଭାରତକୁ ସଂସ୍ଥା ରିଭ୍ୟୁବୋର୍ଡରୁ ବାହାର କରିଦେଉ। ଅନ୍ୟପକ୍ଷେ ଏଫଟିଏଫ ନିକଟରେ ଦାବି କରିଛି ପାକିସ୍ତାନ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ। ଏଫଟିଏଫର ଗ୍ରେ ଲିଷ୍ଟରେ ପୂର୍ବରୁ ପାକିସ୍ତାନର ନାଁ ରହିଛି। ଭାରତର କହିବା ଅନୁସାରେ ପାକିସ୍ତାନ ନିଜ ମାଟିରେ ଆତଙ୍କୀ ଗତିବିଧିକୁ ପ୍ରଶୟ ଦେଉଛି। ତେଣୁ ତାକୁ ବ୍ଲାକଲିଷ୍ଟ କରାଯାଉ।
ଭାରତ ପୁଲୱାମା ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଆତଙ୍କବାଦୀଙ୍କ କଡା ନଜର ରଖିବ ବୋଲି ବୟାନ ଦେବା ପରେ ପାକିସ୍ତାନ ଏବେ ଭୟଭୀତ ହୋଇଛି । ଏବେ ପାକିସ୍ତାନ ଏଫଟିଏଫରେ ଅନୁରୋଧ କରିଛି ଯେ, ଭାରତକୁ ସଂସ୍ଥାର ଏଶିୟା ପ୍ରଶାଂନ୍ତ ସଂଯୁକ୍ତ ସମୂହରୁ ଅଧ୍ୟକ୍ଷ ପଦରୁ ହଟାଯାଉ। ପାକିସ୍ତାନର ଅର୍ଥ ମନ୍ତ୍ରୀ ଅସଦ ଓମର ପେରିସ ସ୍ଥିତ ସଂସ୍ଥା ଏଫଏଟିଏଫର ଅଧ୍ୟକ୍ଷ ମାର୍ଶଲ ବିଲିଙ୍ଗସିଲିଆଙ୍କୁ ପଠେଇଥିବା ଏକ ପତ୍ରରେ କହିଛନ୍ତି , ଭାରତ ବ୍ୟତୀତ ଅନ୍ୟ କୌଣସୀ ଦେଶକୁ ସହ ଅଧ୍ୟକ୍ଷ ଭାବରେ ନିଯୁକ୍ତ କରାଯାଉ । ଅନ୍ୟପକ୍ଷେଏଫଏଟିଏଫର କହିବା ଅନୁଯାୟୀ, ପାକିସ୍ତାନ ଅଲକାଏଦା, ଜୈଶ, ହକ୍କାନୂୀ ନେଟୱାର୍କ, ଲଶ୍କର-ଏ-ତୈୟବା, ଜମାତ-ଉଦ-ଦାବା ବ୍ୟତୀତ ତାଲିବାନ ସହ ଜଡିତ ଲୋକଙ୍କ ବିରୁଧରେ କୌଣସୀ କାର୍ଯ୍ୟାନୁଷ୍ଠାନ ନେଇ ନାହାଁନ୍ତି ।