ନୂଆଦିଲ୍ଲୀ - ମୁଲତାନରେ ଖେଳାଯାଇ ଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚ ଜିତିବା ପରେ ଏବେ ପାକିସ୍ତାନର ବଢି ଯାଇଛି ସାହସ । ଏବେ ପାକିସ୍ତାନୀ ଟିମ୍‌ ରାୱଲପିଣ୍ଡିରେ ସିରିଜ ଜିତିବାର ସ୍ୱପ୍ନ ଦେଖୁଛି। ଏହି ସ୍ୱପ୍ନକୁ ବାସ୍ତବରେ ପରିଣତ କରିବାକୁ ରାୱଲପିଣ୍ଡିର ମୈଦାନରେ କିଛି ଏମିତି ହେଉଛି , ଯାହାକୁ ଦେଖି ଇଂଲଣ୍ଡର କ୍ରିକେଟ୍‌ ଏକ୍ସପର୍ଟସ ଓ ତାଙ୍କର ପ୍ରଶଂସକମାନଙ୍କ ମଥା ଘୂରି ଗଲା। ଏମିତି କି ପାକିସ୍ତାନୀ ପ୍ରଶଂସକ ମଧ୍ୟ ଏହି ଜିନିଷ ଦେଖି ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି। 

ଉଲ୍ଲେଖନୀୟ ଯେ, ପାକିସ୍ତାନ ରାୱଲପିଣ୍ଡିରେ ପିଚ୍‌ ପ୍ରସ୍ତୁତ କରିବାକୁ ହିଟରର ବ୍ୟବହାର କରିଥିଲା। ସୋସିଆଲ ମିଡ଼ିଆରେ ଏକ ଫଟୋ ଭାଇରାଲ ହେଉଛି, ଯେଉଁଥିରେ ହିଟର ମାଧ୍ୟମରେ ପିଚ୍‌କୁ ଶୁଖା ଯାଉଛି। 

ରାୱଲପିଣ୍ଡିରେ ପାକିସ୍ତାନର ହେଡ୍‌ କ୍ୟୁରେଟନ ଶୁଖିଲା ପିଚ୍ କରିବା ପାଇଁ ବଡ଼ ବଡ଼ ପଙ୍ଖା ବ୍ୟତୀତ ହିଟରର ବ୍ୟବହାର ମଧ୍ୟ କରିଛନ୍ତି। ରାୱଲପିଣ୍ଡି ଷ୍ଟାଡିୟମର ପିଚ୍‌ର ଦୁଇ ପାର୍ଶ୍ୱରେ ବଡ଼ ବଡ଼ ହିଟର ଲାଗିଥିଲା, ଯେଉଁଥିରେ ପିଚ୍‌ରେ ଆବଶ୍ୟକତା ଠାରୁ ଅଧିକ ଉଷ୍ଣତା ଦିଆ ଯାଉଥିଲା, ଯେମିତି କି ଏଥିରେ ପିଚ୍‌ର ସବୁ ଆଦ୍ରତା ଦୂର ହୋଇ ଯିବ ଏବଂ କେବଳ ସ୍ପିନର୍ସଙ୍କୁ ସାହାଯ୍ୟ ମିଳିବ। ଏହି ହିଟର ଗୁଡ଼ିକ ସାଧାରଣ ଭାବେ ବିବାହ-ପାର୍ଟି ଆଦିରେ ବ୍ୟବହାର କରାଯାଏ। କିନ୍ତୁ ପାକିସ୍ତାନରେ ଏହାର ବ୍ୟବହାର ପିଚ୍‌ ପ୍ରସ୍ତୁତ କରିବାକୁ ହେଉଛି। 

ମୁଲତାନରେ ଖେଳା ଯାଇ ଥିବା ପ୍ରଥମ ଟେଷ୍ଟରେ ପାକିସ୍ତାନକୁ ପରାଜୟ ମିଳିଥିଲା, କିନ୍ତୁ ଏହାପରେ ପାକିସ୍ତାନ ଏହି ପିଚ୍‌ରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ ଦେଖିଲା ଏବଂ ଫଳ ସ୍ୱରୂପ ଇଂଲଣ୍ଡର ଟିମ୍ ହାରି ଗଲା। ଏହି ପିଚକୁ ପାକିସ୍ତାନ ପଙ୍ଖାର ବ୍ୟବହାରରେ ପ୍ରସ୍ତୁତ କରିଥିଲା । ଏବେ ରାୱଲପିଣ୍ଡିରେ ପଙ୍ଖା ସହ ହିଟରର ମଧ୍ୟ ବ୍ୟବହାର ହୋଇଛି।