ପ୍ରମୂଖ ଖବର
  • ବଲାଙ୍ଗୀର : ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟରେ ଆଶାନ୍ତି, ହଷ୍ଟେଲ ଫି ବୃଦ୍ଧି ନେଇ ଧାରଣା ଦେଲେ ଛାତ୍ରଛାତ୍ରୀ
  • ||
  • ବାରିପାଦ: ବିଚ୍‌ ରାସ୍ତାରେ ଯୁବକଙ୍କୁ ଭୁଜାଲି ମାଡ଼, ଆହତ ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ବୁଧବାର ମେୟରଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ, ଯୋଗଦେବେ ସବୁ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଏବଂ କର୍ପୋରେଟର
  • ||
  • ସୁନ୍ଦରଗଡ଼ : ପୋଖରୀରୁ ଅଜଣା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • କେନ୍ଦ୍ରାପଡ଼ା : ଆଳିରେ ସିରିଜ୍‌ ଚୋରି, ଲକ୍ଷାଧିକ ଟଙ୍କାର ଅଳଙ୍କାର ନେଇଗଲେ ଦୁର୍ବୃତ୍ତ
  • ||
  • ବର୍ମିଂହାମ୍‌ରେ ଇଣ୍ଡିଆ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: ପ୍ରତ୍ୟାବର୍ତ୍ତନ ପାଇଁ ପ୍ରସ୍ତୁତ ଗିଲ୍‌ ବାହିନୀ, ବୁମ୍‌ରା ଖେଳିବେ କି ନାହିଁ ହୋଇନି ସ୍ପଷ୍ଟ
  • ||
  • ବାହୁଡ଼ା ଯାତ୍ରା ପ୍ରସ୍ତୁତି: ଆଜ୍ଞାମାଳ ବିଜେ ପରେ ଶରଧାବାଲିରେ ଦକ୍ଷିଣ ମୋଡ଼ ନେବ ତିନ ରଥ
  • ||
  • ବଡ଼ବିଲ: ଖଣିରେ ଧସିଲା ମାଟି ଅତଡ଼ା, ଚାଲିଗଲା ୩ ଜୀବନ
  • ||
  • ନନ୍ଦିଘୋଷ ଭାଙ୍ଗିଲେ ରାଗରୋଷରେ ଜର୍ଜରିତ ମା’ଲକ୍ଷ୍ମୀ ଠାକୁରାଣୀ, ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଫେରିଲେ
  • ||
  • ଉତ୍ତର-ପଶ୍ଚିମରେ ପ୍ରବଳ ବର୍ଷା ଆଶଙ୍କା: ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୫ରୁ ବର୍ଷା ବଢ଼ିପାରେ
  • ||

IND-PAK Tension; ପାକିସ୍ତାନୀ ଯୁଦ୍ଧ ବିମାନ ଧ୍ୱଂସ, ୨ ଫାଇଟର ଜେଟ୍‌କୁ ଖସାଇଲା ବାୟୁସେନା

Published By : Ankita S | May 10, 2025 8:22 AM

ନୂଆଦିଲ୍ଲୀ,୧୦/୦୫: ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ଘମାସନ ଜାରି ରହିଛି । ଶୁକ୍ରବାର ପାକିସ୍ତାନ ଭାରତ ଉପରେ ଡ୍ରୋନ୍ ଓ ମିସାଇଲ ମାଡ଼ କରିଥିଲା । ଭାରତର ଏୟାର ଡିଫେନ୍ସ ସିଷ୍ଟମ ସବୁ ଆକ୍ରମଣକୁ ପଣ୍ଡ କରିଛି । ଶନିବାର ପାକିସ୍ତାନ ଜମ୍ମୁ କାଶ୍ମୀର ଉପରେ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲା । ଏଥିରେ ଭାରତୀୟ ସେନାକୁ ସଫଳତା ମିଳିଛି । ଦୁଇ ଯୁଦ୍ଧ ବିମାନକୁ ଖସାଇଛି ଭାରତୀୟ ବାୟୁସେନା ।

ସୂଚନା ଅନୁସାରେ, ଶ୍ରୀନଗର ଆକାଶରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଛି । ଶ୍ରୀନଗର ନିକଟରେ ପାକିସ୍ତାନ ବାୟୁସେନାର ଦୁଇ ଫାଇଟର ଜେଟ୍‌କୁ ଖସାଇଛି ଭାରତୀୟ ବାୟୁସେନା । ଦମ୍ ଦେଖାଇ ଦୁଇ ପାକିସ୍ତାନୀ ଯୁଦ୍ଧ ବିମାନକୁ ଖସାଇଛି ଭାରତ । ଶତ୍ରୁ ଦେଶକୁ ଚକମା ପରେ ଚକମା ଦେଉଛି । ପାକ୍ ଫାଇଟର ଜେଟ୍ F-16କୁ ଧ୍ୱଂସ କରିଛି । ଶ୍ରୀନଗର ଆଖପାଖରେ ଖଣ୍ଡବିଖଣ୍ଡିତ ହୋଇଛି ଯୁଦ୍ଧ ବିମାନ । ତେବେ ୨ ଜଣ ପାଇଲଟଙ୍କର ପତ୍ତା ମିଳୁନି । ତାଙ୍କୁ ଖୋଜା ଖୋଜି ଜାରି ରହିଛି । ସେପଟେ ଜରୁରୀକାଳିନ ବୈଠକ ଡାକିଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ୍ । 

 ଅଧିକ ପଢନ୍ତୁ...ସୀମାରେ ସୈନ୍ୟବଳ ଠୁଳ କରୁଛି ପାକିସ୍ତାନ; ଏୟାର ମିସାଇଲ ସିଷ୍ଟମ ସକ୍ରିୟ କଲା ଭାରତ

ପାକ୍‌ର ୪ ଏୟାରବେସ୍ ଉପରେ ଆଟାକ୍- ପାକିସ୍ତାନ ଉପରେ ଭାରତ ଜୋରଦାର ଆଟାକ୍ କରିଛି । ଶତ୍ରୁ ଦେଶକୁ ଝଟକା ପରେ ଝଟରା ଲାଗିଛି । ନିଜ କୁକର୍ମର ଫଳ ଭୋଗୁଛି । ଭାରତ ପ୍ରଚଣ୍ଡ ପ୍ରହାର କରିଛି । ପାକ୍‌ର ୪ଟି ଏୟାରବେସ୍ ଉପରେ ଭାରତ ଆକ୍ରମଣ କରି ୬ଟି ମିସାଇଲ ମାଡ଼ କରିଛି । ଲାହୋର, ସିୟାଲକୋଟ ଓ କରାଚି ଏୟାରବେସ୍ ଧ୍ୱଂସ ହୋଇଛି । ହୁତୁ ହୁତୁ ହୋଇ ଜଳୁଛି ଏୟାରବେସ୍ । 

କହି ରଖୁଛୁ କି, ପହଲଗାମ ଆତଙ୍କୀ ଆକ୍ରମଣ ପ୍ରତିଶୋଧ ନେଇ ଭାରତ ଗତ ମେ ୬ ତାରିଖ ବିଳମ୍ୱିତ ରାତିରେ ପାକିସ୍ତାନ ଓ ପିଓକେର ୯ଟି ଆତଙ୍କୀ ଆଡ୍ଡାରେ ଏୟାରଷ୍ଟ୍ରାଇକ୍ କରିଥିଲା । ଏଥିରେ ୧୦୦ ଆତଙ୍କୀ ନିପାତ ହୋଇଥିଲେ । ଛାରଖାର ହୋଇଥିଲା ଆତଙ୍କୀସ୍ଥାନ । ଏହାପରେ ପାକିସ୍ତାନ ଗତ ଗୁରୁବାର ରାତିରୁ ଭାରତ ଉପରେ ଆକ୍ରମଣ କରୁଛି । ହେଲେ ତାର ସବୁ ଯୋଜନାକୁ ପଣ୍ଡ କରିଛନ୍ତି ଭାରତୀୟ ସେନା । ଲଗାତାର ଦୁଇ ଦିନ ହେବ ୩୬ ସ୍ଥାନକୁ ଟାର୍ଗେଟ କରିଥିଲା । ଆମ ଶକ୍ତିଶାଳୀ ସେନା ତାର ସବୁ ଯୋଜନାକୁ ବିଫଳ କରିଥିଲେ । ୪୦୦ରୁ ଅଧିକ ଡ୍ରୋନ୍‌ ମାରି ଖସାଇଥିଲେ । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.