ପ୍ରମୂଖ ଖବର
  • ମେକ୍ସିକୋ ଏବଂ ଇୟୁ ଉପରେ ଟାରିଫ୍‌ ବୋମା ପକାଇଲେ ଟ୍ରମ୍ପ, ଲାଗିବ ୩୦ ପ୍ରତିଶତ ଶୁଳ୍କ
  • ||
  • ପ୍ରଥମ ଥର ଟି-୨୦ ବିଶ୍ୱକପ୍ ପାଇଁ ଯୋଗ୍ୟତା ଅର୍ଜନ କଲା ଇଟାଲୀ, ନେଦରଲ୍ୟାଣ୍ଡସକୁ ବି ମିଳିଲା ସୁଯୋଗ
  • ||
  • ଏଫଏମ କଲେଜ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣା ; କଲେଜ ଅଧ୍ୟକ୍ଷ ନିଲମ୍ବିତ, ଏଚଓଡି ଗିରଫ
  • ||
  • ବ୍ରହ୍ମପୁର ରେଳ ଷ୍ଟେସନରୁ ୨ ଜଣଙ୍କ ମୃତଦେହ ଉଦ୍ଧାର, ବିଷ ପିଇ ଜୀବନ ହାରିଥିବା ସନ୍ଦେହ
  • ||
  • ନୀଳଗିରି ବ୍ଲକ ତେଲିପାଳ ପଞ୍ଚାୟତ ଋଷିଆ କେନାଲରେ ଅଘଟଣ, ବଜ୍ରପାତରେ ୩ ମୃତ
  • ||
  • କଟକ: ଓସିଏ କନ୍‌ଫରେନ୍ସ ହଲ୍‌ରେ ଅଗ୍ନିକାଣ୍ଡ , କାରଣ ଅସ୍ପଷ୍ଟ
  • ||
  • ଅସହ୍ୟ ହେଲା ଅଧ୍ୟାପକଙ୍କ ନିର୍ଯାତନା, ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଛାତ୍ରୀ, ଉଦ୍ଧାର କରିବାକୁ ଯାଇ ଛାତ୍ର ଗୁରୁତର
  • ||
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ପାକିସ୍ତାନ ନାଗରିକଙ୍କ ଭିସା ରଦ୍ଦ; ମା'ଠୁ ଅଲଗା ହେବ ପୁଅ ! ୨୦ ଦିନ ତଳେ କୋଳକୁ ନେଇଥିଲେ

Published By : Ankita S | April 25, 2025 10:34 AM

ନୂଆଦିଲ୍ଲୀ,୨୫/୦୪: ପହଲଗାମ ଆତଙ୍କୀ ଆକ୍ରମଣ ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ସମ୍ପର୍କ ଆହୁରି ଖରାପ ହୋଇଛି । ପାକିସ୍ତାନକୁ କଡ଼ା ଜବାବ ଦେବାକୁ ପ୍ରସ୍ତୁତି କରୁଛି ଭାରତ । ଏକାଧିକ ନିଷ୍ପତ୍ତି ନେଇଛନ୍ତି ଭାରତ ସରକାର । ଯେଉଁଥିରେ ପାକିସ୍ତାନ ନାଗରିକଙ୍କୁ ୨୭ ଏପ୍ରିଲ ସୁଦ୍ଧା ଭାରତ ଛାଡ଼ିବାକୁ ନିର୍ଦ୍ଦେଶ ହୋଇଛି । ଏହି ନିଷ୍ପତ୍ତିରେ ପାକିସ୍ତାନରୁ ଆସିଥିବା ଅନେକ ଲୋକ ସମସ୍ୟାରେ ପଡିଛନ୍ତି । ନିଜ ଲୋକଙ୍କଠୁ ଦୂରକୁ ଯିବାକୁ ବାଧ୍ୟ ହୋଇଛନ୍ତି । ଜଣେ  ମା'କୁ ବି ଏହି ନିଷ୍ପତ୍ତିରେ ସମସ୍ୟାରେ ସମ୍ମୁଖୀନ ହେବାକୁ ପଡ଼ିଛି କାରଣ ତାଙ୍କୁ ତାଙ୍କ ଛୋଟ ପୁଅକୁ ଛାଡି ଯିବାକୁ ପଡିପାରେ ।

ରାଜସ୍ଥାନର ଜୈସଲମେର ରହୁଥିବା ୨୭ ବର୍ଷୀୟ ରାଧା ପାକିସ୍ତାନୀ ନାଗରିକ । ୨ ବର୍ଷର ଅପେକ୍ଷା ପରେ ୨୦ ଦିନ ପୂର୍ବରୁ ରାଧା ତାଙ୍କ ପୁଅକୁ କୋଳରେ ଧରିଥିଲେ । ମାତ୍ର ଭାରତ ଛାଡିବା ନିର୍ଦ୍ଦେଶରେ ପୁଣି ଥରେ ମା' କୋଳ ଖାଲି ହେବାକୁ ଯାଉଛି । ରାଧା ଏବଂ ତାଙ୍କ ସ୍ୱାମୀ ରାଜୁ ରାମ (୩୦)ଙ୍କ ସହିତ ତାଙ୍କର ଦୁଇ ଝିଅ ୨୦୨୩ ଫେବୃଆରୀରେ ଲଙ୍ଗ ଟର୍ମ ଭିସାରେ (ଏଲଟିଭି)ରେ ଭାରତ ଆସିଥିଲେ । ସେମାନଙ୍କର ଏକ ପୁତ୍ର ସନ୍ତାନ ରହିଛି । ଯାହାର ନାମ ଘନଶ୍ୟାମ । ସେ ମାତ୍ର ୨ ମାସର ହୋଇଥିଲେ । ରାଧାଙ୍କ ପୁଅ ଘନଶ୍ୟାମ କମ୍ ବୟସ ହୋଇଥିବାକୁ ତାଙ୍କର ଭିସା ହୋଇପାରିନଥିଲା । ତେଣୁ ତାଙ୍କ ପୁଅ ଭାରତ ଆସିପାରନଥିଲେ । ଗତ ଏପ୍ରିଲ ୬ରେ ଏସଟିଭି ଜରିଆରେ ରାଧାଙ୍କ ଶାଶୂଶ୍ୱଶୁରଙ୍କ ସହ ତାଙ୍କ ପୁଅ ଭାରତ ଆସିଥିଲେ । ୨ବର୍ଷ ହେବ ପୁଅକୁ ଛାଡି ଭାରତରେ ରହୁଥିଲେ ରାଧା ।

ରାଧାଙ୍କ ପରି ରାଜସ୍ଥାନରେ ପାକିସ୍ତାନରୁ ଆସିଥିବା ହିନ୍ଦୁ ପରିବାର ଅଛନ୍ତି ଯେଉଁମାନେ ସର୍ଟ ଟର୍ମ ଭିସାରେ ରହିଛନ୍ତିି । ଏହି ଭିସାରେ ୧୨ ଶହରୁ ଅଧିକ ପାକିସ୍ତାନୀ ନାଗରିକ ଚିନ୍ତାରେ ପଡିଛନ୍ତି । ତାଙ୍କ ଉପରେ ଭାରତ ଛାଡିବାର ଖଣ୍ଡା ଝୁଲୁଛି । ଲଙ୍ଗ ଟର୍ମ ଭିସାରେ ରହିବାକୁ ଏଏସପି (ସିଆଇଡି) ନରପତ ସିଂହ, ଯିଏକି ବିଦେଶୀ ରିଜୋନାଲ ରେଜିଷ୍ଟ୍ରେସନ ଅଫିସର ବି ଅଛନ୍ତି । ସେ କହିଛନ୍ତି ତାଙ୍କ ଅଫିସ୍ ଗୃହ ମନ୍ତ୍ରଣାଳୟଙ୍କ ଆଦେଶ ଅପେକ୍ଷାରେ ରହିଛନ୍ତି କାରଣ ଏଲଟିଭିଧାରୀଙ୍କୁ କିଛି ଚିନ୍ତା କରିବା ଦରକାର ନାହିଁ ବୋଲି ଆଶ୍ୱସନା ଦିଆଯାଇଛି ।    

ମୋ ପିଲାଠୁ ପୁଣି ଅଲାଗା ହେବାକୁ ପଡ଼ିବ- ସରକାରଙ୍କ ନିଷ୍ପତ୍ତି ପରେ ଅସହାୟ ରାଧା ଦୁଃଖରେ ଭାଙ୍ଗି ପଡିଛନ୍ତି । କାନ୍ଦି କାନ୍ଦି ସେ କହିଛନ୍ତି, ''ମୋର ପିଲାକୁ କୋଳରେ ନେବାକୁ ୨ ବର୍ଷ ଅପେକ୍ଷା କରିଥିଲି । ମାତ୍ର କିଛି ଦିନ ପୁଅ ସହ ରହିବା ପରେ ପୁଣି ଥରେ ମୋତେ ଅଲଗା ହେବାକୁ ପଡ଼ିବ ।''

ସେହିପରି ଧାର୍ମିକ ଉତ୍ପୀଡ଼ିନର ଶିକାର ହୋଇ ପାକିସ୍ତାନରୁ ଚାଲିଆସି ଭାରତ ଜୈସଲମେରରେ ଶରଣ ନେଇଥିବା ଦିଲ୍ଲୀପ ସିଂହ ସୋଧା କହିଛନ୍ତି, ତୁମେ ଆମକୁ ଏଠାରେ ଗୁଳି ମାରିପାର । ଯଦି ଆମେ ଏଠାରେ ମରୁ ତେବେ ଅତିକମ୍‌ରେ ଆମ ଅସ୍ଥି ହରିଦ୍ୱାରରେ ପଡ଼ିପାରିବ ।''

ଅଧିକ ପଢନ୍ତୁ...LoCରେ ପାକ୍ ସେନାର ଫାୟାରିଂ, ଜବାବ ଦେଲା ଭାରତୀୟ ସେନା

୨୭ ଏପ୍ରିଲ ସୁଦ୍ଧା ଦେଶ ଛାଡ଼ିବାକୁ ନିର୍ଦ୍ଦେଶ- ପହଲଗାମ ବର୍ବରତା ପରେ ସବୁଠି କ୍ରୋଧର ନିଆଁ । ପାକିସ୍ତାନ ଉପରେ ପ୍ରତିଶୋଧ ନେବାକୁ ଚାହୁଁଛନ୍ତି ଦେଶବାସୀ । ପହଲଗାମ ଆକ୍ରମଣରେ ପରେ ପାକିସ୍ତାନକୁ ଶକ୍ତ ଚାପୁଡ଼ା ମାରିଛି ଭାରତ । ସିନ୍ଧୁ ନଦୀ ଚୁକ୍ତି ସ୍ଥଗିତ କରିବା ସହିତ ଅଟାରୀ-ୱାଘା ସୀମା ବନ୍ଦ ହୋଇଛି । ଏହା ସହିତ ପାକିସ୍ତାନ ନାରଗିକଙ୍କର ଭିସା ରଦ୍ଦ କରିବାକୁ ନିଷ୍ପତ୍ତି ନେଇଛି । ଭାରତରେ ରହୁଥିବା ସବୁ ପାକିସ୍ତାନୀ ନାଗରିକଙ୍କୁ ୨୭ ଏପ୍ରିଲ ସୁଦ୍ଧା ଦେଶ ଛାଡିବାକୁ ନିର୍ଦ୍ଦେଶ ହୋଇଛ । ଏହା ପରେ ପାକିସ୍ତାନରୁ ଆସିଥିବା ରାଧା ଭିଲ ଚିନ୍ତାର ପଡିଛନ୍ତି ।

ଏଣିକି ପାକିସ୍ତାନ ନାଗରିକଙ୍କୁ ସାର୍କ (ଏସ୍ଏଏଆର୍‌ସି) ଅନୁସାରେ ଭାରତ ଆସିବାକୁ ଅନୁମତି ମିଳିବ ନାହିଁ । ପୂର୍ବରୁ ପାକିସ୍ତାନ ନାଗରିକ ପାଇଥିବା ଏହି ଭିସା ଆଉ ବୈଧ ରହିବ ନାହିଁ । ଯେଉଁ ପାକିସ୍ତାନ ନାଗରିକ ଏବେ ଏସ୍‌ଭିଇଏସ୍ ଭିସାରେ ଭାରତରେ ଅଛନ୍ତି ସେମାନଙ୍କୁ ଭାରତ ଛାଡିବାକୁ ନିର୍ଦ୍ଦେଶ ଦିଆଯାଇଛି ।

                                                    

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.