ପାକିସ୍ତାନୀ ମନ୍ତ୍ରୀ ହିନ୍ଦୁଙ୍କୁ ନେଇ କଲେ ଏମିତି ଟିପ୍ପଣୀ, ନିଜ ପାର୍ଟିର ସଦସ୍ୟ କଲେ ଟାର୍ଗେଟ୍

source:www.amarujala.com
ନୁଆଦିଲ୍ଲୀ ୫/୩: ପାକିସ୍ତାନର ଜଣେ ମନ୍ତ୍ରୀ, ହିନ୍ଦୁ ସମ୍ପ୍ରଦାୟ ଉପରେ ଖରାପ ଟିପ୍ପଣୀ କରିଛନ୍ତି । ଏହା ପରେ ସେ ନିଜ ପାର୍ଟିର ବରିଷ୍ଠ ସଦସ୍ଯଙ୍କ ଟାର୍ଟେଗକୁ ଆସିଯାଇଛନ୍ତି । ଏଠାକାର ପଞ୍ଜାବର ସୂଚନା ଓ ସଂସ୍କୃତି ମନ୍ତ୍ରୀ ଫୟାଜୁଲ ହସନ ଚୌହାନ କହିଛନ୍ତି ଯେ ହିନ୍ଦୁମାନେ ହେଉଛନ୍ତି ଗାଈ ମୁତ୍ର ପିଉଥିବା ଲୋକ ।
ଏକ ପ୍ରେସ୍ କନଫରେନ୍ସରେ ସୂଚନା ମନ୍ତ୍ରୀ କହିଥିଲେ, ‘ ହେ ଗାଇ ମୂତ୍ର ପିଉଥିବା ଲୋକ ଶୁଣ, ଆମେ ମୁସଲିମ୍, ଆମ ପାଖରେ ପତାକା ଅଛି, ମୌଲା ଅଲ୍ଲୀ ସମ୍ମାନର ପତାକା, ହଜରତ ଉମରଙ୍କ ବୀରତ୍ୱର ପତାକା । ଏହି ପତାକା ସହିତ କୌଣସି ଜିନିଷର ଦିଆନିଆ ନାହିଁ । ଏହି ଭ୍ରମରେ ତୁମେମାନେ ରୁହନି ଯେ ତୁମେମାନେ ଆମଠୁ ଉତ୍ତମ । ଆମେ ଯାହା, ତୁମେମାନେ କେବେ ବି ହୋଇପାରିବ ନାହିଁ । ତୁମେମାନେ ସମସ୍ତେ ମୂର୍ତ୍ତି ପୂଜା କରୁଥିବା ଲୋକ ।‘
ଚୌହାନଙ୍କ ଏହି କଥା ଭାରତ ଓ ପାକିସ୍ତାନରେ ଚିକ୍ତତା ବଢାଇଦେଇଥିଲା । ପରେ ସିଆରପିଏଫ ଯବାନଙ୍କ ଉପରେ ଆତ୍ମଘାତୀ ଆକ୍ରମଣ କରାଯାଇଥିଲା । ଏଥିରେ ୪୦ ଯବାନ ସହିଦ ହୋଇଥିଲେ । ଆକ୍ରମଣର ମୁଖ୍ଯ ଦୋଷୀ ଥିଲା ପାକିସ୍ତାନର ଆତଙ୍କୀ ସଙ୍ଗଠନ ଜୈଶ-ଏ-ମହମ୍ମଦ ।
ଲଘୁ ସମ୍ପ୍ରଦାୟଙ୍କ ଉପରେ ଚୌହାନଙ୍କ ଏଭଳି ଟିପ୍ପଣୀକୁ ମାନବ ଅଧିକାର ମନ୍ତ୍ରୀ ଶିରିନ୍ ମଜାରୀ ନିନ୍ଦା କରିଥିଲେ । ସେ କହିଥିଲେ, ‘ କାହାକୁ ବି କୌଣସି ଧର୍ମ ଧର୍ମ ଉପରେ ହମଲା କରିବାର କୌଣସି ଅଧିକାର ନାହିଁ । ଆମ ହିନ୍ଦୁଧର୍ମୀମାନେ ନିଜ ଦେଶ ପାଇଁ ଅନେକ ବଳିଦାନ ଦେଇଛନ୍ତି । ଆମ ପ୍ରଧାନମନ୍ତ୍ରୀଙ୍କ ସନ୍ଦେଶ ସବୁବେଳେ ସହିଷ୍ଣୁତା ଓ ସମ୍ମାନୀୟ ହୋଇଥାଏ ଏବଂ ଆମେ କୌଣସି ବି ପ୍ରକାର ହିଂସା ବା ଧାର୍ମିକ ଘୃଣାର ପ୍ରସାରକୁ ସମର୍ଥନ କରିବା ଉଚିତ୍ ନୁହେଁ ।‘
ରାଜନୈତିକ ମାମଲାରେ ବିଶେଷ ସହାୟକ ମନ୍ତ୍ରୀ ନାଇମୁଲ ହକ ଏନେଇ କୁହନ୍ତି ଯେ ଚୌହାନଙ୍କ ବୟାନରେ ତାଙ୍କ ବିରୁଦ୍ଧରେ କାର୍ଯାନୁଷ୍ଠାନ ହେବା ଉଚିତ୍ । ଏହା ହିନ୍ଦୁ ସମ୍ପ୍ରଦାୟକୁ ଅପମାନ କରୁଥିବା ବୟାନ । ସରକାରଙ୍କ ମନ୍ତ୍ରୀ କିମ୍ବା କୌଣସି ବି ବ୍ଯକ୍ତିଙ୍କ ଏଭଳି ବାଜେକଥା ବରଦାସ୍ତ କରାଯିବନି । ଆଉ ଜଣେ ମନ୍ତ୍ରୀ କହିଛନ୍ତି ଯେ ପାକିସ୍ତାନର ଏହି ପତାକା କେବଳ ସବୁଜ ନୁହେଁ, ବରଂ ଏହା ଧଳା ବିନା ଅଧା । ଧଳା ରଙ୍ଗ ଲଘୁ ସମ୍ପ୍ରଦାୟଙ୍କୁ ଦର୍ଶାଉଛି ।