ଭିଡିଓ ପାଇଁ ପାକିସ୍ତାନୀ ଟିକଟକ୍ ଷ୍ଟାର ଜଙ୍ଗଲରେ ଲଗାଇ ଦେଲେ ନିଆଁ! ସୋସିଆଲ ମିଡିଆ ୟୁଜର କହିଲେ ଦିଆଯାଉ ଦଣ୍ଡ

ଇସଲାମାବାଦ,୧୮।୫: ଜଙ୍ଗଲରେ ନିଆଁ ଲାଗିବା ବେଳେ ଫଟୋ ସୁଟ୍। ଏଭଳି ଅଦ୍ଭୁତ କାର୍ଯ୍ୟ କରି ପାକିସ୍ତାନର ସୋସିଆଲ ମିଡିଆ ସେନସେସନ୍ ହୁମୈରା ଅସଗର ଅଡୁଆରେ ପଡିଛନ୍ତି। ଜଙ୍ଗଲରେ ନିଆଁ ଲାଗିବା ବେଳେ ସେ ଫଟୋସୁଟ୍ କରିଥିବାରୁ ଏବେ ଇଣ୍ଟରନେଟ୍ ୟୁଜର୍ସଙ୍କ ରୋଷର ପାତ୍ର ହୋଇଛନ୍ତି। ୟୁଜରମାନେ ଏହି କାରଣ ପାଇଁ ହୁମୈରାଙ୍କୁ କଡା ଭର୍ତ୍ସନା କରିବାକୁ ପଛାଇ ନାହାନ୍ତି। ଏପରିକି ତାଙ୍କୁ ଅନଫଲୋ କରିବାର ମଧ୍ୟ ଦାବି କରିଛନ୍ତି। ଉଲ୍ଲେଖନୀୟ ଯେ, ହୁମୈରାଙ୍କ ଟିକଟକ୍ରେ ୧୧ ମିଲିୟନରୁ ଅଧିକ ଫଲୋଅର୍ସ ଅଛନ୍ତି।
This tiktoker from Pakistan has set fire to the forest for 15 sec video.
— Discover Pakistan ?? | پاکستان (@PakistanNature) May 17, 2022
Government should make sure that culprits are punished and the tiktoker along with the brand should be penalised. #Pakistan #TikTok pic.twitter.com/76ad77ULdJ
ଭିଡିଓ ସେୟାରିଂ ଆପ୍ଲିକେସନ୍ ଟିକଟକ୍ରେ ପୋଷ୍ଟ କରାଯାଇଥିବା ଏହି ଭିଡିଓରେ ନେଇ ହୁମୈରା ଅସଗର ଜଙ୍ଗଲରେ ନିଆଁ ଲାଗିଥିବା ବେଳେ ତା ପାଖ ଦେଇ ଚାଲି ଚାଲି ଯାଉଛନ୍ତି। ସେ ପୋଷ୍ଟର କ୍ୟାପସନ୍ରେ ଲେଖିଛନ୍ତି, ମୁଁ ଯେଉଁଆଡେ ଯାଏ ସେଠାରେ ନିଆଁ ଲାଗିଯାଏ। କ୍ଲିପ୍ ଭାଇରାଲ ହେବାପରେ ଟ୍ବିଟରରେ @PakistanNature ଆକାଉଣ୍ଟ ଦ୍ବାରା ପାକିସ୍ତାନର ସରକାର ଏଭଳି ଟିକ୍ଟକ୍ ଷ୍ଟାରଙ୍କୁ ଦଣ୍ଡ ଦେବାକୁ ଅପିଲ କରିଛନ୍ତି। ତାଙ୍କର କହିବା ଅନୁସାରେ, ଏହି ପୋଷ୍ଟ ପରିବେଶ ପ୍ରସଙ୍ଗକୁ ଉପେକ୍ଷା କରୁଛି।
This is a disturbing & disastrous trend on Tik Tok! Young people desperate 4 followers are setting fire to our forests during this hot & dry season! In Australia it is lifetime imprisonment for those who start wildfires. We need to introduce similar legislation @WildlifeBoard pic.twitter.com/RGMXnbG9f1
— Rina S Khan Satti (@rinasaeed) May 17, 2022
ସୋସିଆଲ ମିଡିଆ ୟୁଜରମାନେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଇଛନ୍ତି। କେହି କେହି କହିଛନ୍ତି ପାକିସ୍ତାନର ଏହି ଟିକ୍ଟକ୍ ଷ୍ଟାର ୧୫ ସେକେଣ୍ଡର ଭିଡିଓ ପାଇଁ ଜଙ୍ଗଲରେ ନିଆଁ ଲଗାଇ ଦେଇଛନ୍ତି। ସରକାର ଦୋଷୀ ଟିକଟକରଙ୍କୁ ଦଣ୍ଡିତ କରନ୍ତୁ। ଭିଡିଓଟି ସେତେବେଳେ ପୋଷ୍ଟ କରାଯାଇଛି, ଯେତେବେଳେ ପାକିସ୍ତାନର କିଛି ସ୍ଥାନରେ ତାପମାତ୍ରା ୫୧ଡିଗ୍ରୀ ସେଲସିୟସ୍ ଛୁଇଁଛି। ଲୋକମାନେ ଭୀଷଣ ଗରମରେ ଅସ୍ତବ୍ୟସ୍ତ ହେଉଥିବା ବେଳେ ଜଙ୍ଗଲରେ ଏପଟେ ନିଆଁ ଲାଗିଛି। ହୁମୈରା ଅସଗରଙ୍କ ଭିଡିଓ ଭାଇରାଲ ହେବାର କିଛି ଦିନ ପୂର୍ବରୁ, ଉତ୍ତର ପଶ୍ଚିମ ସହର ଏବୋଟ୍ଟାବାଦରେ ଜଣେ ବ୍ୟକ୍ତି ଜାଣିଶୁଣି ଜଙ୍ଗଲରେ ନିଆଁ ଲଗାଇବା ଅଭିଯୋଗରେ ଗିରଫ ହୋଇଥିଲେ। ଭିଡିଓ ଭାଇରାଲ ହେବାପରେ ହୁମୈରା କହିଛନ୍ତି, ଜଙ୍ଗଲରେ ନିଆଁ ମୋ ପାଇଁ ଲାଗିନଥିଲା ଓ ଭିଡିଓ କରିବାରେ କିଛି ଅସୁବିଧା ନାହିଁ। ତେବେ ଏହି କ୍ଲିପକୁ ଟିକଟକ୍ରୁ ହଟାଇ ଦିଆଯାଇଛି, କିନ୍ତୁ ବୁଦ୍ଧିଜୀବିମାନେ ଟ୍ବିଟରରେ ନିଜର ଅସନ୍ତୋଷ ବ୍ୟକ୍ତ କରିଛନ୍ତି।