ନୂଆଦିଲ୍ଲୀ, ୦୪/୦୪ : ପାକିସ୍ତାନରେ ୮୦ ପ୍ରତିଶତ ଲୋକ ଗେ। ବାକି ୨୦ ପ୍ରତିଶତ ବାଇସେକ୍ସୁଆଲ୍। ପାକିସ୍ତାନୀ ଟ୍ରାନ୍ସଜେଣ୍ଡର କାର୍ଯ୍ୟକର୍ତ୍ତା ହିନା ବଲୁଚଙ୍କ କଡ଼ା ବୟାନ। ସୋସିଆଲ୍ ମିଡିଆରେ ହିନା ବଲୁଚଙ୍କ ପ୍ରତିକ୍ରିୟାକୁ ନେଇ ବିବାଦ ସୃଷ୍ଟି ହୋଇଛି। ହିନା କହିଛନ୍ତି ଯେ, ପାକିସ୍ତାନରେ କେହି ଷ୍ଟ୍ରେଟ୍ ନାହାଁନ୍ତି। ଦେଶର ସବୁଲୋକ ସମଲିଙ୍ଗୀ କିମ୍ଵା ବାଇସେକ୍ସୁଆଲ୍। ସାମାଜିକ ଚାପ, ଧର୍ମ ଏବଂ ପାରିବାରିକ ସମ୍ମାନ ପାଇଁ ପାକିସ୍ତାନୀ ନିଜର କାମୁକତା ଲୁଚାଇ ରଖନ୍ତି। 

କ୍ଵୀର ଗ୍ଲୋବାଲକୁ ଏକ ସାକ୍ଷାତକାର ଦେଇ ହିନା ବଲୁଚ କହିଛନ୍ତି ଯେ, ପାକିସ୍ତାନର ଅଧାରୁ ଅଧା ଲୋକ ବାସ୍ତବରେ ଗେ। ସେମାନେ ବାସ୍ ଏହା ଖୋଲି କହିବାକୁ ଚାହୁଁନାହାଁନ୍ତି। ହିନା ତାଙ୍କ ପିଲାଦିନର ଅନୁଭୂତି ବଖାଣି କହିଛନ୍ତି ଯେ, ଲୋକମାନେ ଏହି ବାସ୍ତବତାକୁ ଅସ୍ଵୀକାର କରନ୍ତି। ମୋ ସହ ମଧ୍ୟ ଏମିତି ହୋଇଛି। ପିଲାଦିନେ ଲିଙ୍ଗ ଅଭିବ୍ୟକ୍ତିକୁ ନେଇ ମୁଁ ଚିନ୍ତିତ ଥିଲି। ଘର ଲୋକଙ୍କ ଠାରୁ ଗାଳି ନଶୁଣି କିଭଳି ଲିପଷ୍ଟିକ୍ ଲଗାଇବି ସେଥିପ୍ରତି ଚିନ୍ତିତ ଥିଲି। ମହିଳାଙ୍କ ପୋଷାକ ପିନ୍ଧିବାକୁ ଇଚ୍ଛା ଥିଲେ ବି ପିନ୍ଧି ପାରୁନଥିଲି। ଝିଅ ପିଲା ଭଳି ପୋଷାକ ପିନ୍ଧିଲେ ମାଡ଼ ଗାଳି ବି ଖାଇବାକୁ ପଡୁଥିଲା। ହିନା କହିଛନ୍ତି ଯେ, ପାକିସ୍ତାନର ଏକ ନିର୍ଦ୍ଧିଷ୍ଟ ସମୁଦାୟ ଶୋଷଣର ଶିକାର ହେଉଛନ୍ତି। ଖ୍ଵାଜା ସରା ସମୁଦାୟର ଲୋକଙ୍କୁ ଭିକ ମାଗିବା ପାଇଁ ବାଧ୍ୟ କରାଯାଉଛି। ବିବାହରେ ନାଚିବାକୁ ଏବଂ ଦେହ ବ୍ୟବସାୟ କରିବାକୁ ବାଧ୍ୟ କରାଯାଉଛି। 

ଏହି ଖବରଟିକୁ ପଢନ୍ତୁ- Chinamaxxing କ'ଣ ? Gen Z କିପରି କାମ କରୁଛନ୍ତି ସହଜ, ବଦଳୁଛି କର୍ପୋରେଟ୍ କଲ୍ଚର