PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ମେଲାଣି ନେବେ ମା’, ଟ୍ଵିନ୍ ସିଟିରେ ମୁତୟନ ହେବେ ୧୭ ପ୍ଲାଟୁନ ଫୋର୍ସ
  • ||
  • କୋଲକାତା : ଦୁର୍ଗା ଭସାଣି ବେଳେ ଫ୍ଲାସ ଫ୍ଲଡ୍, ୭ ମୃତ, ୪୦ ନିଖୋଜ
  • ||
  • ଭୁବନେଶ୍ଵର : ରାଜ୍ୟରେ ଖସୁଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୪୯ ପଜିଟିଭ୍ ଚିହ୍ନଟ
  • ||

ପ୍ରେମ ମାନେନା ସୀମା ସରହଦ: ପାକିସ୍ତାନୀ ଯୁବତୀଙ୍କୁ ବିବାହ କଲେ ଅମ୍ବାଲାର ପରବିନ୍ଦର

ପଟିୟାଲା,୯।୩: ଭାରତ-ପାକିସ୍ତାନ ସୀମାରେ ଯଦିଓ ବିବାଦ ଲାଗି ରହିଛି, କିନ୍ତୁ ପ୍ରେମ ଏଭଳି ଏକ ହତିଆର ଯାହାର କୌଣସି ସୀମା ସରହଦ ନାହିଁ। ଅମ୍ବାଲାର ତୋପଲାରେ ରହୁଥିବା ପରବିନ୍ଦର ସିଂହ(୩୪) ନାମକ ଜଣେ ଯୁବକ ଆଜି ପାକିସ୍ତାନ ସିୟାଲକୋଟର କିରଣ ଚିମା(୨୯) ନାମକ ଜଣେ ଯୁବତୀଙ୍କୁ  ବିବାହ କରିଛନ୍ତି। ଦୁହିଁଙ୍କର ବିବାହ ସ୍ଥାନୀୟ ଏକ ଗୁରୁଦ୍ବାରରେ ସମ୍ପନ୍ନ ହୋଇଛି।

source:https://www.jagran.com

କିରଣ ପାକିସ୍ତାନରେ ପେଶାରେ ଜଣେ ଅଧ୍ୟାପିକା ଓ ପରବିନ୍ଦରଙ୍କ ସହ ଗତ ୨ ବର୍ଷ ହେବ ତାଙ୍କର ପ୍ରେମ ସମ୍ପର୍କ ଥିଲା। ଏହାପରେ ଦୁହେଁ ବିବାହ କରିବାର ନିଷ୍ପତ୍ତି ନେଇଥିଲେ। ଏହି ଲକ୍ଷ୍ୟରେ ଶନିବାର ଦୁହେଁ ପଟିୟାଲାର ଗୁରୁଦ୍ବାର ଖେଲ ସାହିବ ପହଁଞ୍ଚିଥିଲେ।

source:https://www.jagran.com

ବିବାହରେ କିରଣଙ୍କ ବାପା ସୁରଜିତ ଚିମା, ମା ସୁମେରା ଚିମା, ଭାଇ ଅମରଜିତ ଓ ଭଉଣୀ ରମନଜୀତ କୌର ଯୋଗ ଦେଇଥିଲେ। ଏମାନେ ସମସ୍ତେ ସମଝୌତା ଏକ୍ସପ୍ରେସରେ ଭାରତ ଆସିଛନ୍ତି। ଦୁଇ ପରିବାର ପୂର୍ବରୁ ପରସ୍ପରକୁ ଜାଣିଥିଲେ। କିନ୍ତୁ ଭାରତ ବିଭାଜନ ସମୟରେ ଦୁଇ ପରିବାର ଅଲଗା ହୋଇଯାଇଥିଲେ।  ଏବେ ସେମାନେ ଏହି ବିବାହ ପରେ ପୁଣିଥରେ ଏକାଠି ହୋଇପାରିଛନ୍ତି।