ନୂଆଦିଲ୍ଲୀ : ପାକିସ୍ତାନ ଓ ପିଓକେରେ ଆତଙ୍କୀ ସ୍ଥାନଙ୍କୁ ଧ୍ୱଂସ କରିବାକୁ କରାଯାଇ ଥିବା ‘ଅପରେସନ ସିନ୍ଦୂର’ରେ ପାକିସ୍ତାନ ଉତ୍ତେଜିତ ହୋଇ ଯାଇଛି। ଗତ ରାତିରେ ପାକିସ୍ତାନ ପଠାନକୋଟ ସମେତ ୧୫ଟି ସାମରିକ ପୋଷ୍ଟ ଉପରେ ହମଲା କରିବାକୁ ଚେଷ୍ଟା କରିଛି, ଯାହାକୁ ଭାରତୀୟ ସେନା ଭଣ୍ଡୁର କରି ଦେଇଛି। ଭାରତର ଏୟାର ଡିଫେନ୍ସ ସିଷ୍ଟମ ଏସ୍‌-୪୦୦ ପାକସ୍ତାନୀ ମିସାଇଲକୁ ଆକାଶରୁ ହିଁ ନିଷ୍କ୍ରିୟ କରି ଦେଇଛି। ଏହା ପରେ ଭାରତ ଜବାବୀ କାର୍ଯ୍ୟାନୁଷ୍ଠାନ କରି ପାକିସ୍ତାନର ଲାହୋରରେ ଡ୍ରୋନ୍‌ ମାଧ୍ୟମରେ ଏୟାର ଡିଫେନ୍ସ ସିଷ୍ଟମକୁ ଧ୍ୱଂସ କରି ଦେଇଛି। ସୂତ୍ରାନୁସାରେ , ପାକିସ୍ତାନର ଏୟାର ଡିଫନ୍ସର ଏଚକ୍ୟୁ-୯ ଏୟାର ଡିଫେ୍ସ ମିସାଇଲ ଲଞ୍ଚର ଗୁଡ଼ିକୁ ଖୁବ୍‌ କ୍ଷତି କରିଛି।

୭-୮ ମେ’ ରାତିରେ ପାକିସ୍ତାନ ଡ୍ରୋନ୍‌ ଓ ମିସାଇଲ ବ୍ୟବହାର କରି ଅବନ୍ତପୁରା , ଶ୍ରୀନଗର , ଜମ୍ମୁ ,ପଠାନକୋଟ , ଅମୃତସର, କପୁରଥାଲା , ଜଳନ୍ଧର , ଲୁଧିଆନା , ଆଦମପୁର , ଭଟିଣ୍ଡା , ଚଣ୍ଡିଗଡ଼, ନଲ , ଫଲୋଦୀ , ଉତ୍ତରଲାଇ ଓ ଭୁଜ୍‌ ସହ ଉତ୍ତରୀ ଓ ପଶ୍ଚିମୀ ଭାରତରେ ଅନେକ ସାମରିକ ପୋଷ୍ଟ ଉପରେ ହମଲା କରିବାକୁ ଚେଷ୍ଟା କରିଛି। ଏହି ହମଲାକୁ କାଉଣ୍ଟର ୟୁଏଏସ ଗ୍ରିଡ୍‌  ଓ ଏୟାର ଡିଫେନ୍ସ ସିଷ୍ଟମ ନିଷ୍ଫଳ କରି ଦେଇଛି। ଏହି ହମଲାର ଭଗ୍ନାବଶେଷ ଏବେ ଅନେକ ସ୍ଥାନରୁ ଉଦ୍ଧାର କରଯାଉଛି, ଯାହା ପାକିସ୍ତାନ ହମଲା କରିଥିବା ସାବ୍ୟସ୍ତ କରୁଛି। 

ପାକିସ୍ତାନର ହମଲାକୁ ଜବାବ ଦେଇ ଭାରତୀୟ ସେନା ଗୁରୁବାର ସକାଳେ ପାକିସ୍ତାନରେ ଅନେକ ସ୍ଥାନରେ ଏୟାର ଡିଫେନ୍ସ ରାଡାର ଓ ସିଷ୍ଟମକୁ ଟାର୍ଗେଟ୍‌ କରି ଦେଇଛି। ଭାରତ ପାକିସ୍ତାନ ସହ ଯେସାକୁ ତେସା ଭଳି ରଣନୀତି ଆପଣାଇଛି ଏବଂ ଠିକ୍‌ ସେହିପରି ପାଲଟା ଆକ୍ରମଣ କରିଛି , ଯେଉଁ ତୀବ୍ରତାରେ ପଡୋଶୀ ଦେଶ ହମଲା କରିଛି। ସେନାର ଏହି ହମଲାରେ ଲାହୋରରେ ଏକ ଏୟାର ଡିଫେନ୍ସ ସିଷ୍ଟମକୁ ମଧ୍ୟ ଧ୍ୱଂସ କରି ଦେଇଛି। ପାକିସ୍ତାନ ଜମ୍ମୁ-କାଶ୍ମୀରର କୁପୱାଡା, ବାରାମୂଳା, ଉରୀ , ପୁଚ୍ଛ, ମେଣ୍ଢର ଓ ରାଜୌରୀ ସେକ୍ଟର ଗୁଡ଼ିକରେ ମୋର୍ଟାର ଓ ସବୁ କ୍ୟାଲିବର ଆର୍ଟିଲରୀର ବ୍ୟବହାର କରି ନିୟନ୍ତ୍ରଣ ରେଖାପେ ନିଜର ଫାୟାରିଂର ତୀବ୍ରତା ବଢାଇ ଦେଇଛି। 

ପାକିସ୍ତାନୀ ଫାୟାରିଂରେ ୩ ମହିଳା ଓ ୫ ଜଣ ଶିଶୁଙ୍କ ସହ ୧୬ ଜଣ ନିରୀହ ସାଧାରଣ ନାଗରିକଙ୍କ ଜୀବନ ଚାଲି ଯାଇଛି। ଏହି ସବୁ ଅଞ୍ଚଳରେ ମଧ୍ୟ ଭାରତକୁ ପାକିସ୍ତାନ ପକ୍ଷରୁ ମୋର୍ଟାର ଓ ଆର୍ଟିଲରୀର ଫାୟାରିଂ ରୋକିବା ପାଇଁ ଜବାବୀ କାର୍ଯ୍ୟାନୁଷ୍ଠାନ କରିବାକୁ ପଡ଼ିଛି। ସରକାର କହିଛନ୍ତି ଯେ, ଭାରତୀୟ ସେନା ଉତ୍ତେଜନାକୁ ନବଢାଇ ନିଜର ପ୍ରତିବଦ୍ଧତାକୁ ଦୋହରାଉଛି , ପାକିସ୍ତାନୀ ସେନା ଏହାର ସମ୍ମାନ କରୁ।