PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦୁଝର ସଦର : ମଦ୍ୟପଙ୍କ ଉନ୍ମୁକ୍ତ କାଣ୍ଡ, ବାପାକୁ ପିଟିପିଟି ହତ୍ୟା କଲା ପୁଅ
  • ||
  • ଭୁବନେଶ୍ଵର : ଅକ୍ଟୋବର ୨ରୁ ଏକ ମାସ ବ୍ୟାପି ପଦଯାତ୍ରା କରିବ ବିଜେଡି, ୨୯ ଏବଂ ୩୦ ତାରିଖରେ ବସିବ ପ୍ରସ୍ତୁତି ବୈଠକ
  • ||
  • ବାରିପଦା : ବ୍ୟାଙ୍କ୍‌ରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ଏଟିଏମ୍
  • ||
  • ଭୁବନେଶ୍ଵର : ରାଜଧାନୀରେ ଚାଞ୍ଚଲ୍ୟ, ବାର୍‌ରେ ୩ଟି ବୋମାମାଡ଼ କଲେ ୨ ଦୁର୍ବୃତ୍ତ
  • ||

ଆମେରିକୀୟ ପତ୍ରିକାର ରିପୋର୍ଟ: ପାକିସ୍ତାନର କୌଣସି ଏଫ୍-୧୬ ବିମାନ ନଷ୍ଟ ହୋଇନାହିଁ

ଓ୍ବାଶିଂଟନ୍,୫।୪: ଆମେରିକାର ଏକ ପତ୍ରିକା ପକ୍ଷରୁ କୁହାଯାଇଛି ପାକିସ୍ତାନର ସମସ୍ତ ଏଫ୍-୧୬ ଯୁଦ୍ଧ ବିମାନ ସୁରକ୍ଷିତ ରହିଛି।  ‘ଫରେନ୍ ପଲିସି’ ନାମକ ଏହି ପତ୍ରିକା ଆମେରିକା ସୁରକ୍ଷା ଅଧିକାରୀଙ୍କ ଠାରୁ ମିଳିଥିବା ତଥ୍ୟ ପରେ ଏହା ପ୍ରକାଶ କରିଛି। ଏହି ପତ୍ରିକା ପକ୍ଷରୁ କୁହାଯାଇଛି ଯେ, ୨୭ ଫେବୃଆରୀରେ ଭାରତ ପକ୍ଷରୁ ଆମେରିକା ଦ୍ବାରା ନିର୍ମିତ ଏଫ୍ -୧୬ ବିମାନକୁ ନଷ୍ଟ କରାଯାଇଥିବା ଖବର ଭୁଲ ହୋଇପାରେ। ‘ଫରେନ୍ ପଲିସି’ ପକ୍ଷରୁ କୁହାଯାଇଛି ଏହି ସୂଚନା ତାଙ୍କୁ ଆମେରିକାର ଦୁଇଜଣ ପ୍ରତିରକ୍ଷା ଅଧିକାରୀଙ୍କ ନିକଟରୁ ମିଳିଛି, ଯେଉଁମାନେ କି ସିଧାସଳଖ ଭାବରେ ଏହି ମାମଲା ସହିତ ଜହିତ। ଆମେରିକାର ଏହି ଦୁଇ ଅଧିକାରୀ ‘ଫରେନ୍ ପଲିସି’କୁ କହିଛନ୍ତି, ନିକଟରେ ଆମେରିକାର ପ୍ରତିରକ୍ଷା ଅଧିକାରୀ ପାକିସ୍ତାନକୁ ବିକ୍ରି କରାଯାଇଥିବା ଏଫ୍-୧୬ ବିମାନର ଗଣନା କରିଥିଲେ। ଏହି ଗଣତିରେ କୌଣସି ଏଫ୍-୧୬ ବିମାନ କମ୍ ଥିବାର ଦେଖିବାକୁ ମିଳିନଥିଲା।

ଉଲ୍ଲେଖନୀୟ ଯେ ଗତ ୨୬ ଫେବଆରୀରେ ବାଲକୋଟ୍ ଉପରେ ଭାରତର ଏୟାର ଷ୍ଟ୍ରାଇକ୍ ପରେ ୨୭ ଫେବୃଆରୀରେ ପାକିସ୍ତାନର ଯୁଦ୍ଧ ବିମାନ ଭାରତର ବାୟୁସୀମା ଭିତରକୁ ପ୍ରବେଶ କରିବାର ବିଫଳ ଚେଷ୍ଟା କରିଥିଲା। ଏହି ସମୟରେ ଭାରତୀୟ ବାୟୁସେନା ଓ ପାକିସ୍ତାନର ବାୟୁସେନା ଭିତରେ ଆକାଶମାର୍ଗରେ ଯୁଦ୍ଧ ହୋଇଥିଲା। ଭାରତର କହିବା ଅନୁସାରେ ଓ୍ବିଙ୍ଗ କମାଣ୍ଡର ଅଭିନନ୍ଦନ ମିଗ୍-୨୧ରୁ ପାକିସ୍ତାନର ଏଫ୍-୧୬କୁ ନଷ୍ଟ କରିଥିଲେ। ଏହି ଲଢେଇରେ ଭାରତର ମିଗ୍-୨୧ ମଧ୍ୟ ପାକିସ୍ତାନର ଆକ୍ରମଣରେ ନଷ୍ଟ ହୋଇଯାଇଥିଲା।

ମିଗ୍-୨୧ରୁ ସୁରକ୍ଷିତ ଅବତରଣ କରିବାର ଚେଷ୍ଟାରେ ଅଭିନନ୍ଦନ ପାକିସ୍ତାନ ସୀମା ଭିତରକୁ ଚାଲିଯାଇଥିଲେ। ଯେଉଁଠାରେ ପାକିସ୍ତାନୀ ସେନା ତାଙ୍କୁ ଗିରଫ କରିନେଇଥିଲା। ଯଦିଓ ଭାରତର ଚାପ ପରେ ପାକିସ୍ତାନ ତାଙ୍କୁ ୬୦ ଘଣ୍ଟା ପରେ ମୁକ୍ତ କରିଥିଲା। ଫରେନ୍ ପଲିସି ପତ୍ରିକାର କହିବା ଅନୁସାରେ ଏହି ରିପୋର୍ଟ କହୁଛି ଭାରତ ଦ୍ବାରା ଏଫ୍-୧୬ ଯୁଦ୍ଧ ବିମାନକୁ ମାରିବାର ଦାବି ଭୁଲ ହୋଇପାରେ। ଆକାଶ ମାର୍ଗରେ ହୋଇଥିବା ଯୁଦ୍ଧର ଯୋଶରେ ଅଭିନନ୍ଦନ, ଯେଉଁ ମିଗ୍ ବାଇସନ୍ ଉଡାଉଥିଲେ, ସେଥିରୁ ସେ ପାକିସ୍ତାନର ଏଫ୍-୧୬କୁ ଟାର୍ଗେଟ କରିଥିଲେ, ଏହାପରେ ସେ ଭାବିନେଇଥିଲେ ​‌ଯେ ତାକୁ ନଷ୍ଟ କରିଦେଇଛନ୍ତି।

ଏହି ରିପୋର୍ଟରେ କୁହାଯାଇଛି ୨୭ ଫେବୃଆରୀରେ ଭାରତ-ପାକିସ୍ତାନ ଭିତରେ ଲଢେଇ ପରେ ଯେତେବେଳେ ଗଣମାଧ୍ୟମରେ ଖବର ଆସିଥିଲା ସେତେବେଳେ ଚୁକ୍ତି ଅନୁସାରେ ପାକିସ୍ତାନ ପକ୍ଷରୁ ଆମେରିକାର ପ୍ରତିରକ୍ଷା ଅଧିକାରୀଙ୍କୁ ବିମାନର ଯାଞ୍ଚ କରିବା ପାଇଁ ଡକାଯାଇଥିଲା। ଏହି ଯାଞ୍ଚରେ ସମସ୍ତ ଏଫ୍-୧୬ ସୁରକ୍ଷିତ ଥିବାର ଦେଖିବାକୁ ମିଳିଥିଲା ବୋଲି କହିଛି ଏହି ପତ୍ରିକା। ଉଲ୍ଳେଖନୀୟ ଯେ ନିଜର କଥାକୁ ପ୍ରମାଣିତ କରିବାକୁ ଯାଇ ଭାରତୀୟ ବାୟୁସେନା ଏଫ୍-୧୬ରୁ ଫାୟାର କରାଯାଇଥିବା AMRAAM ମିଶାଇଲର ଟୁକୁଡାକୁ ବିଶ୍ବ ସାମନାକୁ ଆଣି ଦେଖାଇତିଲା।

ସମ୍ବନ୍ଧିତ ଖବର