ତେହରାନ, ୮/୭ : ପାକିସ୍ତାନୀ କାର୍ଗୋ ବିମାନ ନିଖୋଜ। ମଙ୍ଗଳବାର ରାତିରେ ୟୁଏଇରୁ କରାଚି ଆସିବା ବେଳେ ଆରବ ସାଗର ଉପରେ କଟିଲା କନେକ୍ସନ୍। ଏଥିରେ ୫ ଜଣ କ୍ର୍ୟୁ ମେମ୍ଵର ଥିବା ସୂଚନା ମିଳିଛି। ୧୪ ଘଣ୍ଟା ପରେ ପାକ୍ ନୌସେନା ଓ ବାୟୁସେନା ପକ୍ଷରୁ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଛି। ଏପର୍ଯ୍ୟନ୍ତ ବିମାନ ନିଖୋଜ ହେବା କିମ୍ଵା କ୍ର୍ୟୁ ସଦସ୍ୟଙ୍କ ବିଷୟରେ କୌଣସି ସୂଚନା ମିଳିନାହିଁ।
ପାକିସ୍ତାନର ଜଣେ ବିମାନବନ୍ଦର ଅଧିକାରୀ କହିଛନ୍ତି ଯେ, ବୋଇଙ୍ଗ-୭୩୭ କାର୍ଗୋ ବିମାନ ୟୁଏଇରୁ କରାଚି ଫେରୁଥିଲା। କରାଚି ଠାରୁ ୩୦୦ କିମି ଦୂର ଏୟାର ଟ୍ରାଫିକ କଣ୍ଟ୍ରୋଲ ସହ ତାର ଯୋଗାଯୋଗ ବିଚ୍ଛିନ୍ନ ହୋଇଗଲା। ଉଡାଣ ସମୟରେ ବିମାନର ନାଭିଗେସନ ସିଷ୍ଟମରେ ତ୍ରୁଟି ଥିବା ସୂଚନା ଦିଆଯାଇଥିଲା। ଏହାପରେ ତୀବ୍ର ଗତିରେ ବିମାନଟି ତଳକୁ ତଳକୁ ଖସିଥିଲା। ଏୟାର ଟ୍ରାଫିକ୍ କଣ୍ଟ୍ରୋଲର୍ସ ବିମାନକୁ ଗାଇଡ୍ କରିବାକୁ ଚେଷ୍ଟା କରିଥିଲେ। ହେଲେ ଏଥିରେ ସଫଳ ହୋଇପାରି ନଥିଲେ। ତିନି ମିନିଟ୍ ପରେ ରାଡାର ସିଷ୍ଟମରୁ ବିମାନଟି ତୀବ୍ର ଗତିରେ ତଳକୁ ଖସିବା ଯୋଗୁଁ କନେକ୍ସନ ଛିନ୍ନ ହୋଇଥିଲା। ସେହି ସମୟରେ ବିମାନଟି କରାଚି ଠାରୁ ୨୮୭ କିମି ଦୂର ପଶ୍ଚିମରେ ଥିଲା।
ନିଖୋଜ ବିମାନକୁ ଖୋଜିବାକୁ ପାକିସ୍ତାନ ନୌସେନା ଏବଂ ବାୟୁସେନାର ମିଳିତ ପ୍ରୟାସରେ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଛି। ପାକିସ୍ତାନର ଯୁଦ୍ଧଜାହାଜ PNS ଜୁଲଫିକରକୁ ଉଦ୍ଧାର କାର୍ଯ୍ୟ ପାଇଁ ପଠାଯାଇଛି। ବାୟୁସେନାର ସାବ ନିରୀକ୍ଷଣ ବିମାନ ମଧ୍ୟ ନିୟୋଜିତ କରାଯାଇଛି। ନିଖୋଜ ବିମାନଟି ହେଉଛି ଏକ ୨୭ ବର୍ଷ ପୁରୁଣା ବୋଇଂ ୭୩୭ । ଯାହା ପାକିସ୍ତାନୀ କାର୍ଗୋ କମ୍ପାନୀ ଦ୍ୱାରା ପରିଚାଳିତ। ଫ୍ଲାଇଟ୍ ଟ୍ରାକିଂ ତଥ୍ୟ ଅନୁସାରେ, ବିମାନଟି ନିଖୋଜ ହେବା ସମୟରେ ଘଣ୍ଟା ପ୍ରତି ୭୯୦ କିଲୋମିଟର ବେଗରେ ୩୫,୦୦୦ ଫୁଟ ଉପରେ ଉଡ଼ୁଥିଲା।
ଆହୁରି ପଢନ୍ତୁ- ୮ ସେକେଣ୍ଡରେ ବ୍ୟାକ୍ ଟୁ ବ୍ୟାକ୍ ୫ ବିସ୍ଫୋରଣ...ଡୋନାଲ୍ଡ ଟ୍ରମ୍ପ ଦେଖାଇଲେ ଇରାନ ଧ୍ୱଂସଲୀଳାର ଚିତ୍ର, ସେୟାର କଲେ ଭିଡିଓ
ଅନଲାଇନ ସପିଂରେ ଡାର୍କ ପାଟର୍ଣ୍ଣ ଖେଳ | Dark Pattern Game in Online Shopping