PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ରାଜ୍ୟରେ ଚଳିତ ବର୍ଷ ବଢିବନି ବିଜୁଳି ଦର
  • ||
  • ଓଡ଼ିଶାର ୭ ସହର ବାୟୁ ପ୍ରଦୂଷିତ,ରାଉରକେଲା ସହର ଅଧିକ ପ୍ରଦୂଷିତ
  • ||
  • ୮ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ, ବଜ୍ରପାତ ସହ ବର୍ଷା ସମ୍ଭାବନା
  • ||
  • ଭୁବନେଶ୍ୱର- ମଦୁଆ ଗାଡି ଚାଳକ ସାବଧାନ, ଆଜିଠୁ ଚେକିଂ ଜୋରଦାର
  • ||
  • ପୁରୀ : ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ସାକ୍ଷାତ କରିବେ ଦିଦି, ସନ୍ଧ୍ୟାରେ ପଶ୍ଚିମବଙ୍ଗ ଫେରିଯିବେ
  • ||
  • ଭୁବନେଶ୍ୱର : ପଶ୍ଚିମା ଝଡ଼ ପୁଣି ସକ୍ରିୟ, ଆଗାମୀ ୪ ଦିନ ବର୍ଷା ସମ୍ଭାବନା
  • ||
  • ଭୁବନେଶ୍ୱର : ଓଡ଼ିଆ ଟେଲି ଜଗତକୁ ଝଟକା, ହୃଦଘାତରେ ଆଖିବୁଜିଲେ ଅଭିନେତା ସୋମଦତ୍ତ
  • ||

ପାନ୍‌ ସହ ଆଧାର ଲିଙ୍କ କରିନାହାନ୍ତି କି ? ଗଣିବାକୁ ପଡିପାରେ ୧ ହଜାର ଜରିମାନା, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୧୯/୦୩: ୩୧ ମାର୍ଚ୍ଚ ସୁଦ୍ଧା ପାନ୍‌ କାର୍ଡର ଆଧାର ସହ ସଂଯୋଗ କରିବା ଜରୁରୀ । ଏହା କରି ନ ଥିଲେ ଶୀଘ୍ର କରାଇଦେବା ଭଲ । ଏହା ନ କଲେ ପାନ୍‌ ଅଚଳ ହୋଇଯିବ । କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ (ସିବିଡିଟି) ୨୦୨୨ ଜୁନ୍‌ ପରଠାରୁ ପାନ୍‌କୁ ଆଧାର ସହ ଲିଙ୍କ ନ କରାଇବା କ୍ଷେତ୍ରରେ ୧ ହଜାର ଟଙ୍କାର ଲେଟ୍‌ ଫି ଆଦାୟ କରୁଛି । ଆୟକର ବିଭାଗ ୱେବସାଇଟକୁ ଯାଇ ଲୋକମାନେ ଏହି ସଂଯୋଗ ସୁବିଧା ପାଇପାରିବେ ।

ଉଲ୍ଲେଖଯୋଗ୍ୟ, ପାନ ଅଚଳ ହେବା କ୍ଷେତ୍ରରେ ମ୍ୟୁଚୁଆଲ ଫଣ୍ଡ କିମ୍ବା ଷ୍ଟକ ଆକାଉଣ୍ଟ ଖୋଲିବା ନେଇ କୌଣସି ଅନୁମତି ମିଳି ନ ଥାଏ । ଏହାବାଦ୍‌ ପାନ୍‌ କାର୍ଡକୁ କୌଣସି ଦସ୍ତାବିଜ ଭାବେ ବ୍ୟବହାର କରିବା କ୍ଷେତ୍ରରେ ଜରିମାନା ଦେବାକୁ ପଡିଥାଏ । ଆୟକର ଆଇନ ୧୯୬୧ ଅନୁସାରେ ୧୦ ହଜାର ଟଙ୍କା ଯାଏ ଜରିମାନା ଆଦାୟ କରାଯାଇପାରିବ । ସରକାର କିଛି ଲୋକଙ୍କୁ ଏ କ୍ଷେତ୍ରରେ କୋହଳ ପ୍ରଦାନ କରିଛନ୍ତି । ଆସାମ, ଜମ୍ମୁ କଶ୍ମୀର, ମେଘାଳୟ, ଏନ୍‌ଆର୍‌ଆଇ, ୮୦ ବର୍ଷରୁ ଉଦ୍ଧ୍ୱର୍ ବ୍ୟକ୍ତି ବିଶେଷ ଏବଂ ବିଦେଶୀ ଏହା ମଧ୍ୟରେ ସାମିଲ ରହିଛନ୍ତି ।