ପ୍ରମୂଖ ଖବର
  • ଝାରସୁଗୁଡ଼ା: ଟ୍ରେଡିଂ ଆପ୍‌ରେ ସର୍ବସ୍ଵ ହରାଇ ଜୀବନ ହାରିଲେ ଯୁବକ, ରେଳ ଧାରଣରୁ ମୃତଦେହ ଉଦ୍ଧାର
  • ||
  • ଡେରାଡୁନ ଭୟାନକ ଦୁର୍ଘଟଣା, ଗଛରେ ପିଟି ହେଲା କାର୍, ଚାଲିଗଲା ୬ ଜୀବନ
  • ||
  • ଆଫ୍ରିକା ମହାଦ୍ୱୀପର ଆଇଭରୀ କୋଷ୍ଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ୨୧ ମୃତ
  • ||
  • ରାଜଧାନୀରେ ଥମୁନି ଅସାମାଜିକଙ୍କ ଆତଙ୍କରାଜ, ବଡ଼ଗଡ଼ ଛକରେ ବ୍ୟବସାୟୀଙ୍କୁ ଗୋଡ଼ାଇ ହାଣିଲେ
  • ||
  • ରାଜଧାନୀରେ ପୃଥକ ପୃଥକ ସ୍ଥାନରେ ଦୁର୍ଘଟଣା, ଏକାଧିକ ଆହତ
  • ||
  • ଓୟୁଏଟିରେ ବ୍ୟାପିଲା ଜଣ୍ଡିସ୍‌, ଦୁଇ ଡଜନରୁ ଅଧିକ ଛାତ୍ରଛାତ୍ରୀ ଜଣ୍ଡିସରେ ଆକ୍ରାନ୍ତ
  • ||
  • ମଙ୍ଗଳବାର ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ, ପ୍ରବାସୀ ଭାରତୀୟ ଦିବସର ନୂଆ ୱେବସାଇଟ୍‌ ଲୋକାର୍ପଣ ଉତ୍ସବରେ ଯୋଗଦେବେ
  • ||
  • ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ ଢ଼ିଲା, ସିଂହଦ୍ଵାର ସମ୍ମୁଖରେ ପ୍ରବେଶ କରିବାକୁ ଲୋକଙ୍କ ମଧ୍ୟରେ ଠେଲାପେଲା
  • ||
  • ମହା କାର୍ତ୍ତିକ ମାସର ଦ୍ଵିତୀୟ ପଞ୍ଚୁକ, ଚନ୍ଦ୍ରଚୂଡ଼ ବେଶରେ ଦର୍ଶନ ଦେଉଛନ୍ତି ବାବା ଧବଳେଶ୍ଵର
  • ||
  • ନରେଶ ଗୋଏଲଙ୍କୁ ଆଶ୍ବସ୍ତି, କ୍ୟାନସ ଚିକିତ୍ସା ପାଇଁ ଜାମିନ୍ ଆବେଦନକୁ ମଞ୍ଜୁର କଲେ ବମ୍ବେ ହାଇକୋର୍ଟ
  • ||
  • ଶ୍ରୀମନ୍ଦିରରେ ହରିଉତ୍ଥାପନ ଏକାଦଶୀ, ନିଦ୍ରାରୁ ଉଠିଲେ ଶ୍ରୀହରି: ଲକ୍ଷ୍ମୀନାରାୟଣ ବେଶ​‌ ଦର୍ଶନ କରୁଛନ୍ତି ଭକ୍ତ
  • ||
  • ଗୁରୁବାର ଯାଏଁ ଶୁଖିଲା ରହିବ ପାଗ, ଶୁକ୍ରବାରଠୁ ବଢ଼ିବ ଶୀତ: ୨ରୁ ୪ ଡିଗ୍ରୀ ଖସିପାରେ ରାତି ତାପମାତ୍ରା
  • ||

ମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ବିଜେଡି-ବିଜେପି ଛକାପଞ୍ଝା: ନାଁ’ ରହିଲାନି, ହାତୁଡ଼ି ଧରି ଫଳକ ଭାଙ୍ଗିଲେ ପାଳଲହଡ଼ା ପଞ୍ଚାୟତ ସମିତି ଅଧ୍ୟକ୍ଷା

ପାଳଲହଡ଼ା ୨୮/୧୦: ରାଜ୍ୟ ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତିରାଜ ଓ ପାନୀୟ ଜଳ  ବିଭାଗ ମନ୍ତ୍ରୀ ରବିନାରାୟଣ ନାଏକଙ୍କ ପାଲଲହଡ଼ା  ଗସ୍ତ ଅବ୍ୟବହିତ ପୂର୍ବରୁ ବିଜେପି-ବିଜେଡି  ଛକାପଞ୍ଝା ରାଜନୈତିକ ଉଷ୍ମତା ବଢ଼ାଇଛି ।  ମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଏକାଧିକ  ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କାର୍ଯ୍ୟକ୍ରମ  ସ୍ଥିରୀକୃତ ହୋଇଥିଲା । ହେଲେ ଫଳକରେ ନାଁ’  ନଥିବାରୁ ପାଳଲହଡ଼ା ପଞ୍ଚାୟତ ସମିତି ଅଧ୍ୟକ୍ଷା ଶତାଧିକ ସମର୍ଥକଙ୍କ ଗହଣରେ ହାତୁଡ଼ିରେ  ପିଟି ଫଳକ ଭାଙ୍ଗି ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ଓ  ବିଧାୟକଙ୍କ ବିରୋଧରେ ଶତାଧିକ ବିଜେଡି ସମର୍ଥକ ନାରାବାଜି କରିଥିଲେ । ସେମାନଙ୍କ  ଆକ୍ରମଣରେ ଜଣେ ବିଜେପି କର୍ମୀ ଓ ଜଣେ  ଗଣମାଧ୍ୟମ ପ୍ରତିନିଧି ଲହୁଲୁହାଣ ହୋଇଥିବା ଅଭିଯୋଗ ହୋଇଛି । ଏ ଘଟଣା ବେଳେ ପୁଲିସ  କର୍ମଚାରୀ ଉପସ୍ଥିତ ଥିଲେ ହେଁ ଦେଖଣାହାରି  ସାଜିଥିଲେ । 

ପାଳଲହଡ଼ାରେ ରବିବାର ମେଲାଣି  ନେଇଛନ୍ତି ମା’ ଲକ୍ଷ୍ମୀ । ମେଲଣ କାର୍ଯ୍ୟକ୍ରମରେ  ଅତିଥି ଭାବେ ଯୋଗ ଦେଇଥିଲେ ରାଜ୍ୟ ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ  ମନ୍ତ୍ରୀ ଶ୍ରୀ ନାଏକ, ସାଂସଦ ରୁଦ୍ରନାରାୟଣ  ପାଣି, ସ୍ଥାନୀୟ ବିଧାୟକ ଅଶୋକ ମହାନ୍ତି ଓ ଉପଜିଲ୍ଲାପାଳ ସୁଶାନ୍ତ କୁମାର ପତି । ମନ୍ତ୍ରୀ ଓ  ସାଂସଦଙ୍କ ଗସ୍ତ କାର୍ଯ୍ୟକ୍ରମକୁ ଦୃଷ୍ଟିରେ ରଖି  ୧୦ ଲକ୍ଷ ଟଙ୍କାରେ ପୁନରୁଦ୍ଧାର ହୋଇଥିବା ପାଳଲହଡ଼ା ସୋମେଶ୍ୱର ମନ୍ଦିର, ୪ ଲକ୍ଷ ଟଙ୍କା  ବ୍ୟୟରେ ପୁନରୁଦ୍ଧାର ହୋଇଥିବା ଗାୟତ୍ରୀ ମନ୍ଦିର  ପ୍ରାର୍ଥନା ମଣ୍ଡପ ଉଦ୍‌ଘାଟନ, ୯୬ ଲକ୍ଷ ଟଙ୍କା  ବ୍ୟୟ ଅଟ୍ଟକଳରେ ଆହାର କେନ୍ଦ୍ରର ଭିତ୍ତିପ୍ରସ୍ତର  ସ୍ଥାପନ କାର୍ଯ୍ୟକ୍ରମ ସ୍ଥିର ହୋଇଥିଲା । 

ଉଦ୍‌ଘାଟନ ପୂର୍ବରୁ ସ୍ଥାପନ  ହୋଇଥିବା ଫଳକରେ କେବଳ ପଞ୍ଚାୟତିରାଜ  ମନ୍ତ୍ରୀ, ସାଂସଦ, ବିଧାୟକ ଓ ଉପଜିଲ୍ଲାପାଳଙ୍କ ନାଁ  ରହିଥିଲା । ପଞ୍ଚାୟତ ସମିତି ଅଧ୍ୟକ୍ଷା, ସ୍ଥାନୀୟ  ଜିଲ୍ଲାପରିଷଦ ସଦସ୍ୟାଙ୍କ ନାଁ’ ଫଳକରେ  ନଥିବାରୁ ସକାଳୁ ଅଧ୍ୟକ୍ଷା ରୀନାରାଣୀ ନାଏକ,  ଜିଲ୍ଲା ପରିଷଦ ସଦସ୍ୟା ସାବିତ୍ରୀ ମାଝୀ, ବୁଦ୍ଧୁରାମ  ବୋଇପାଇ, ପୂର୍ବତନ ବ୍ଲକ୍‌ ଅଧ୍ୟକ୍ଷ ନବକିଶାର  ନାଏକ, ବିଜେଡି ବ୍ଲକ୍‌ ସଭାପତି ଗଙ୍ଗାଧର  ଜିତ୍‌ଙ୍କ ସମେତ ଶତାଧିକ ବିଜେଡି ସମର୍ଥକ  ପ୍ରାର୍ଥନା ମଣ୍ଡପ ଓ ମନ୍ଦିର ପୁନରୁଦ୍ଧାର ଫଳକ  ଭାଙ୍ଗି ଦେଇଥିଲେ । ଆହାର କେନ୍ଦ୍ର ଫଳକ  ଭାଙ୍ଗିବାକୁ ମେଡ଼ିକାଲ୍‌ ପରିସରକୁ ଯାଉଥିବା  ବେଳେ ପୁଲିସ ଗେଟ୍‌ ବନ୍ଦ କରିଦେଇଥିଲା । ଫଳରେ ପୁଲିସ ଓ ବିଜେଡି କର୍ମୀଙ୍କ ମଧ୍ୟରେ ଠେଲାପେଲା ହୋଇଥିଲା । ପୁଲିସକୁ ଗାଳିଗୁଲଜ  କରିବା ସହ ମୁଖ୍ୟମନ୍ତ୍ରୀ ଓ ବିଧାୟକଙ୍କ  ବିରୋଧରେ ନାରାବାଜି କରିଥିଲେ । ଅଳ୍ପ ସଂଖ୍ୟକ  ପୁଲିସ ଥିବାରୁ ପ୍ରତିରୋଧ କରିବାରେ ବିଫଳ  ହୋଇଥିଲା । ଭିତରକୁ ପ୍ରବେଶ କରି ଉଭୟ  ସମିତି ଅଧ୍ୟକ୍ଷା ଓ ଜିଲ୍ଲା ପରିଷଦ ସଦସ୍ୟା  ଫଳକ ଭାଙ୍ଗି ଦେଇଥିଲେ । ପରବର୍ତ୍ତୀ ସମୟରେ  ମନ୍ତ୍ରୀଙ୍କ ଶୋଭାଯାତ୍ରା ବେଳେ ସନିଆ ମହାନ୍ତି  ନାମକ ଜଣେ ବିଜେପି କର୍ମୀଙ୍କୁ ବିଜେଡି  ସମର୍ଥକ ନିସ୍ତୁକ ମାଡ଼ପିଟ୍‌ କରିଥିବା ଅଭିଯୋଗ  ହୋଇଛି । ସେହିପରି ଜଣେ ଗଣମାଧ୍ୟମ  ପ୍ରତିନିଧି ମଧ୍ୟ ସେମାନଙ୍କ ଆକ୍ରୋଶରୁ  ବର୍ତ୍ତିନଥିବା ଜଣାଯାଇଛି । ଏହି ଘଟଣାରେ  ଶାସକ ବିଜେପିର ଆଭିମୁଖ୍ୟ ଓ ଦେଖଣାହାରି  ସାଜିଥିବା ପୁଲିସର ପଦକ୍ଷେପ କ’ଣ ରହିବ  ତାକୁ ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.