ଭୁବନେଶ୍ବର ୨୫/୦୧: ଆଗୁଆ ହେବନି ପଞ୍ଚାୟତ ନିର୍ବାଚନ। ଠିକ୍ ସମୟରେ ଆସିଲେ ପଞ୍ଚାୟତ ନିର୍ବାଚନ ନେଇ ନିଷ୍ପତ୍ତି ନିଆଯିବ । ଏନେଇ ସୂଚନା ଦେଲେ ରାଜ୍ୟ ନିର୍ବାଚନ କମିଶନର ମଧୁସୂଧନ ପାଢ଼ୀ।

ରାଜ୍ୟ ନିର୍ବାଚନ କମିଶନର ମଧୁସୂଧନ ପାଢ଼ୀ ଆହୁରି କରିଛନ୍ତି ଯେ, ୫ବର୍ଷ କାର୍ଯ୍ୟକାଳ ସରିଲେ ପଞ୍ଚାୟତ ନିର୍ବାଚନ ହେବ। ପଞ୍ଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ସବଡ଼ିଭିଜନ ସ୍ତରରେ ପ୍ରସ୍ତୁତି ପ୍ରକ୍ରିୟା ଜୋରଦାର ଭାବେ ଚାଲିଛି। ୧୦ ଦିନ ଭିତରେ ଜିଲ୍ଲପାଳଙ୍କ ସହ ବୈଠକ ହୋଇଥିଲା। ଯେଉଁ ଥିରେ ବୁଥ, ବାଲଟ ବକ୍ସ ଓ ଆବଶ୍ୟକ ଜିନିଷ ପ୍ରସ୍ତୁତି ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଯେଉଁ ଯେଉଁ ସ୍ତରରେ କାମ ହେବା କଥା ତାହା ଚାଲିଛି। ପାଞ୍ଚୟତ ନିର୍ବାଚନକୁ ଅଳ୍ପ ସମୟ ଥିବାରୁ ଉପ ନିର୍ବାଚନ ପାଇଁ ନିଷ୍ପତ୍ତି ହୋଇନାହିଁ।