PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦୁଝର ସଦର : କେନ୍ଦୁଝର ଜିଲ୍ଲା ସଦର ଥାନା ସୁଆକାଠି ନିକଟରୁ ଦୁଇଟି ବଳଦ ବୋଝେଇ ଗାଡ଼ି ଜବତ
  • ||
  • କଣ୍ଟାବାଞ୍ଜି : ପ୍ରାଥମିକ ବିଦ୍ୟାଳୟର ତାଲା ଭାଙ୍ଗି ଲୁଟ୍
  • ||

 ୬ଲକ୍ଷ ଟଙ୍କା ଆତ୍ମସାତ ଘଟଣାରେ ଛତ୍ରପୁର ପଞ୍ଚାୟତ ସମିତି ଷ୍ଟୋର ଇନଚାର୍ଜଙ୍କୁ ୨ବର୍ଷ ଜେଲ…

 ବ୍ରହ୍ମପୁର,୧୮।୧୧( ବ୍ୟୁରୋ): ସରକାରୀ ଅର୍ଥ ଆତ୍ମସାତ ମାମଲାର ବିଚାରଣା କରି ସ୍ବତନ୍ତ୍ର ଭିଜିଲାନ୍ନ କୋର୍ଟ ସାକ୍ଷ୍ୟ ପ୍ରମାଣ ଥିବାରୁ ଛତ୍ରପୁର ପଞ୍ଚାୟତ ସମିତି ଷ୍ଟୋର ଇନ୍‌ଚାର୍ଜ ତଥା କିରାଣି ଦିଲ୍ଲିପ କୁମାର ଗୌଡ଼କୁ ୨ବର୍ଷ ଜେଲ୍‌ ଦଣ୍ଡ ସହ ୩ ହଜାର ଟଙ୍କା ଜରିମାନା ଦେବାକୁ ଆଦେଶ କରିଛନ୍ତି । ସୂଚନାଯୋଗ୍ୟ ଦିଲ୍ଲିପ ଛତ୍ରପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ଷ୍ଟୋର୍ ଇନ୍ଟାଚାର୍ଜ ଥିବା ସମୟରେ ତାଙ୍କ ନାମରେ ୬ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କା ହେରଫେର କରିଥିବା ନେଇ ଅଭିଯୋଗ ଆସିଥିଲା । ୨୦୧୩ ଅଗଷ୍ଟ ୨୪ରେ ଭିଜିଲାନ୍ସ କୋର୍ଟରେ ମାମଲା ରୁଜୁ ହୋଇଥିଲା । ଏହି ମାମଲାର ତଦନ୍ତ ପରେ ଚାର୍ଜସିଟ ଦାଖଲ କରିଥିଲା ଭିଜିଲାନ୍‌ସ । ୧୬ଜଣ ସାକ୍ଷୀଙ୍କ ବୟାନକୁ ଆଧାର କରି ଉପଯୁକ୍ତ ସାକ୍ଷ୍ୟ ପ୍ରମାଣ ଥ‌ିବାରୁ ଅଭିଯୁକ୍ତକୁ ୨ବର୍ଷ ଜେଲ୍‌ ଦଣ୍ଡ ସହ ୩ ହଜାର ଟଙ୍କା ଜରିମାନା ଦେବାକୁ ଆଦେଶ କରିଛନ୍ତି । ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ପୋକ୍ସୋ କୋର୍ଟ ପିପି ସୁରେନ୍ଦ୍ର କୁମାର ପଣ୍ଡା ମକଦ୍ଦମା ପରିଚାଳନା କରୁଥିଲେ ।