PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୁଲାୟମ ସିଂହ ଯାଦବ ICUରେ ଭର୍ତ୍ତି ,ଅଖିଳେଶ ଓ ଅପର୍ଣ୍ଣା ଯାଦବଙ୍କ ତୁରନ୍ତ ଦିଲ୍ଲୀ ଯାତ୍ରା
  • ||
  • ଭୁବନେଶ୍ଵର : ରାଜ୍ୟରେ ଉପରତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୧୩୧ ପଜିଟିଭ୍ ଚିହ୍ନଟ
  • ||
  • କଟକ : ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଧାୟକ ମହମ୍ମଦ ମୋକିମ୍, ବିଧାୟକ ପଦ ରଦ୍ଦ ହେବାର ଆଶଙ୍କା
  • ||
  • କେନ୍ଦୁଝର : ସାମାନ୍ୟ ବଚସାରୁ ତୁମୁଳ କାଣ୍ଡ, ଯୁବକଙ୍କୁ ବିଭତ୍ସ ଭାବେ ହତ୍ୟା
  • ||
  • କୋରାପୁଟ : ବିଜୁଳି ଘଡ଼ଘଡ଼ିରେ ଭୁଶୁଡ଼ିଲା କୋରାପୁଟର ଜେଇଏଲ୍ ଚର୍ଚ୍ଚ
  • ||
  • ବ୍ରହ୍ମପୁର : କାର୍‌ରୁ ୩ କେ.ଜି ସୁନା ଏବଂ ୧୭ କେ.ଜି ରୂପା ଜବତ, ୩ ଅଟକ
  • ||

ପ୍ରସିଦ୍ଧ ଶାସ୍ତ୍ରୀୟ ସଙ୍ଗୀତ ଗାୟକ ପଣ୍ଡିତ ଜସରାଜଙ୍କ ପରଲୋକ

https://www.thehindu.com/

ନୂଆଦିଲ୍ଲୀ,୧୭।୮: ପରଲୋକରେ ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତ ଜଗତର ପ୍ରଖ୍ୟାତ ଗାୟକ ପଣ୍ଡିତ ଜସରାଜ । ସୋମବାର ଆମେରିକାର ନ୍ୟୁଜର୍ସିରେ ତାଙ୍କର ପରଲୋକ ହୋଇଛି। ମୃତ୍ୟୁବେଳକୁ ତାଙ୍କୁ ୯୦ ବର୍ଷ ହୋଇଥିଲା। ପଣ୍ଡିତ ଜସରାଜଙ୍କ ଝିଅ ଦୁର୍ଗା ଜସରାଜ ଏହି ସୂଚନା ଦେଇଛନ୍ତି। ପଣ୍ଡିତ ଜସରାଜ ନିଜର ଜୀବନ କାଳରେ ପଦ୍ମ ବିଭୂଷଣ, ପଦ୍ମଶ୍ରୀ, ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର, ମାରଓ୍ବାଡା ସଙ୍ଗୀତ ରତ୍ନ ପୁରସ୍କାର ଆଦି ପାଇଥିଲେ।

ପଣ୍ଡିତ ଜସରାଜଙ୍କର ଜନ୍ମ ୨୮ ଜାନୁଆରୀ ୧୯୩୦ରେ ହୋଇଥିଲା। କେବଳ ୪ ବର୍ଷ ବୟଦରେ ତାଙ୍କ ବାପାଙ୍କର ମୃତ୍ୟୁ ହେବାପରେ ବଡଭାଇ ତାଙ୍କର ଲାଳନପାଳନ କରିଥିଲେ। ପିଲବେଳୁ ଜସରାଜ ନିଜର ବାପା ପଣ୍ଡିତ ମୋତିରାମ ଶିକ୍ଷା ଦେଇଥିଲେ। ଏହାପରେ ତାଙ୍କ ବଡ ଭାଇ ପଣ୍ଡିତ ପ୍ରତାପ ନାରାୟଣ ତାବଲାର ସଙ୍ଗୀତ ସହିତ ତାଙ୍କର ପ୍ରଶିକ୍ଷଣ ଆରମ୍ଭ କରିଥିଲେ। ପଣ୍ଡିତ ଜସରାଜ ୧୪ ବର୍ଷ ବୟସରେ ଗାୟକ ରୂପରେ ପ୍ରଶିକ୍ଷଣ ଆରମ୍ଭ କରିଥିଲେ ଏହା ପୂର୍ବରୁ ସେ ତାବଲା ବାଦକ ଥିଲେ। ସଙ୍ଗୀତ ଦୁନିଆରେ ନିଜର ୮୦ ବଷର ଯାତ୍ରାହରେ ପଣ୍ଡିତ ଜସରାତ ଭାରତ, କାନାଡା ଓ ଆମେରିକାରେ ସଙ୍ଗୀତ ଶିକ୍ଷା ଦେଇଥିଲେ। ତାଙ୍କର ସମ୍ପର୍କ ମେଓ୍ବାତର ପରିବାର ସହିତ ଥିଲା। ତାଙ୍କର ୪ ପୀଢି ସଙ୍ଗୀତ ଦୁନିଆ ସହିତ ଜଡିତ ଥିଲେ।

ପଣ୍ଡିତ ଜସରାଜଙ୍କ ପରିବାରରେ ତାଙ୍କ ପତ୍ନୀ ମଧୁ ଜସରାଜ, ପୁଅ ସାରଙ୍ଗ ଦେବ ଓ ଝିଅ ଦୁର୍ଗା ଅଛନ୍ତି। ମଧୁ ହେଉଛନ୍ତି  ଫିଲ୍ମ ନିର୍ଦେଶକ ଭି.ଶାନ୍ତାରାମଙ୍କ ଝିଅ। ୧୯୬୦ରେ ଦୁହେଁ ପରସ୍ପରକୁ ପ୍ରଥମ ଥର ଦେଖା କରିଥିଲେ। ,ହାପରେ ୧୯୬୨ରେ ବିବାହ କରିଥିଲେ।