PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମ୍ବଲପୁର: ଶେଷରେ ଚେତିଲେ ସମ୍ବଲପୁର ପୁଲିସ, ଭାଙ୍ଗିଲା କୋରେକ୍ସ ମାଫିଆଙ୍କ ଘର
  • ||
  • ବଲାଙ୍ଗୀର: ରାସ୍ତା ଉପରେ ଜଳିଗଲା ଚଳନ୍ତା କାର୍, ନିଆଁକୁ ଆୟତ୍ତ କଲେ ଅଗ୍ନିଶମ ଟିମ୍
  • ||
  • ନୂଆପଡ଼ା : ଘର ଭିତରୁ ବୃଦ୍ଧାଙ୍କୁ ଟାଣିନେଲା ମହାବଳ ବାଘ, ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ
  • ||
  • ବିଶ୍ୱ ଘରଚଟିଆ ଦିବସ, ଏ ବର୍ଷର ଥିମ୍ ‘ଆଇ ଲଭ୍‌ ସ୍ପାରୋ’..
  • ||
  • ଭୁବନେଶ୍ଵର : ଆଜି ବିଶ୍ୱ ପଖାଳ ଦିବସ, ପାଗ ଖରାପ ଲାଗି ଟିକେ ମାନ୍ଦା, ଆଗୁଆ ପାଳିଲେ ଆମିଷ ପ୍ରେମୀ
  • ||
  • କେନ୍ଦୁଝର ସଦର : ଥାନାରେ ପହଞ୍ଚିଲା ସ୍ଵାମୀ-ସ୍ତ୍ରୀଙ୍କ କଳି, ଫାଶୀ ଲଗାଇ ଆତ୍ମହତ୍ୟା କଲା ସ୍ଵାମୀ
  • ||
  • ବୌଦ୍ଧ : କେନ୍ଦୁକାଠ ବୋଝେଇ ଟ୍ରକ୍ ଜବତ, ୩ ଗିରଫ
  • ||

୩୧ ମାର୍ଚ୍ଚ ପୂର୍ବରୁ ଗାଡିରେ ଲଗାଇଦିଅନ୍ତୁ ଏହି ବଟନ୍ ନଚେତ୍ ଜବତ ହୋଇପାରେ ଆପଣଙ୍କ ଯାନ

source:www.thehindu.com

ମହିଳାଙ୍କ ସୁରକ୍ଷା ପାଇଁ ସାରା ଦେଶରେ ସାର୍ବଜନୀକ ଯାନରେ VLTs (ହ୍ୱିକେଲ ଲୋକେସନ ଟ୍ରେନିଂ ଡିଭାଇସ୍) ଓ ପ୍ୟାନିକ୍ ବଟନ୍ ଲଗାଇବା ବାଧ୍ୟତାମୂଳକ । ଆପଣଙ୍କୁ କହିରଖୁଛୁ ଏହି ନିୟମ ଚଳିତବର୍ଷ ୧ ଜାନୁୟାରୀରୁ ବାଧ୍ୟତାମୂଳକ ହୋଇଯାଇଛି ତେବେ ୧ ଏପ୍ରିଲ ପୂର୍ବରୁ ଏହି ନିୟମ ଲାଗୁ ହେବ । ଯଦି ଆପଣ ଏହି ନିୟମର ପାଳନ କରିବେନି ତେବେ ଆପଣଙ୍କ ଗାଡି ସିଜ୍ ହୋଇଯାଇପାରେ ।
ଏହି ନିୟମ ୧ ଜାନୁୟାରୀ ପରେ ରେଜିଷ୍ଟର ହେଉଥିବା ଯାନ ଉପରେ ଲାଗୁହେବ । ଗତ ବିତ୍ତୀୟବର୍ଷରେ ଏକ ନୂଆ ରେଗୁଲେସନ AIS ୧୪୦ ପ୍ରସ୍ତାବିତ କରାଯାଥିଲା । ଏହା ଅନୁସାରେ ସବୁ ସାର୍ବଜନୀକ ଯାନରେ VLTs ଏବଂ ଏକାଧିକ ପ୍ୟାନିକ ବଟନ୍ ଲଗାଇବା ବାଧ୍ୟତାମୂଳକ କରାଯାଇଥିଲା । ତେବେ ଆପଣଙ୍କୁ କହିରଖୁଛୁ ଏହି ନିୟମ ରିକ୍ସା ଓ ଇ-ରିକ୍ସା ଉପରେ ଲାଗୁହେବନି ।

ପୂରୁଣା ଯାନରେ ଏମିତି କରିବେ ଅପଡେଟ୍
ପୂର୍ବରୁ ଉପଲବ୍ଧ ଥିବା ବାହନରେ AIS ୧୪୦ ଅପଡେଟ୍ କରିବା ପାଇଁ ବିକଳ୍ପ ମଧ୍ୟ ରହିଛି । ଯାନର ମାଲିକ ଏହାକୁ ଆଫ୍ଟରମାର୍କେଟ୍ ଡିଭାଇସ୍ ୱେଣ୍ଡର, ଆଇଏମରୁ ଅପଡେଟ୍ କରିପାରିବେ ।

ଏହାକୁ ଖାସ୍ ରୂପେ ମହିଳାଙ୍କ ସୁରକ୍ଷା ପାଇଁ ଡିଜାଇନ୍ କରାଯାଇଛି । ଏହା ଅନ୍ୟ ଯାତ୍ରୀଙ୍କ ସୁରକ୍ଷା ଦିଗରେ ମଧ୍ୟ କାର୍ଯ୍ୟ କରିବ । ଯଦି କିଛି ସନ୍ଦେହଜନକ ସ୍ଥିତି ଉପୁଜେ ତେବେ ପ୍ୟାନିକ୍ ବଟନକୁ ଦବାଯାଇପାରିବ । ଏହା ମାଧ୍ୟମରେ ମେଡିକାଲ ସହାୟତା ମଧ୍ୟ ନିଆଯାଇପାରିବ ।
କହିରଖୁଛୁ AIS ୧୪୦ର ନିଯନ୍ତ୍ରଣ ରାଜ୍ୟସରକାରଙ୍କ ପାଖରେ ରହିବ । ପ୍ରତି ରାଜ୍ୟରେ ଏହାର ଅପରେସନ କେନ୍ଦ୍ର ନିର୍ମାଣ କରାଯିବ । ଯଦି କେହି ପ୍ୟାନିକ୍ ବଟନ ଦବାଇବା ତେବେ ସୂଚନା କେନ୍ଦ୍ରରେ ତୁରନ୍ତ ସୂଚନା ପହଞ୍ଚିଯିବ ।

ସମ୍ବନ୍ଧିତ ଖବର