ପ୍ରମୂଖ ଖବର
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ପାଣିକୋଇଲି ପଣ୍ଡା ଅଳଙ୍କାର ଲୁଟ୍ ଘଟଣା: ବାପାଙ୍କୁ ଖୋଜୁଛି କଅଁଳ ଶିଶୁ, ଏକମାତ୍ର ରୋଜଗାରିଆ ଥିଲେ ସୁନିଲ୍

Published By : Anindita Ratha | January 6, 2025 12:01 PM

ଯାଜପୁର, ୬।୧: ପାଣିକୋଇଲି ପଣ୍ଡା ଅଳଙ୍କାରରେ କାର୍ଯ୍ୟ କରୁଥିବା ଯାଜପୁର ବ୍ଲକ କଳସଡିହି ଗ୍ରାମର ଦେବେନ୍ଦ୍ର ରାୟଙ୍କ ଏକମାତ୍ର ପୁଅ ସୁନିଲ ରାୟ(୩୨)ଙ୍କର ଡକାୟତଙ୍କ ଗୁଳିମାଡ଼ରେ ଜୀବନ ଯାଇଛି । ସୁନିଲ ପ୍ରାୟ ୩ବର୍ଷ ତଳେ ବିବାହ କରିଥିଲେ । ଦେଢ଼ ବର୍ଷ ତଳେ ତାଙ୍କର ଏକ କନ୍ୟା ସନ୍ତାନ ଜନ୍ମ ହୋଇଥିଲା । ଘରେ ବୃଦ୍ଧା ବାପା, ମା’ଙ୍କ ସମେତ ପତ୍ନୀ ଓ ଶିଶୁ କନ୍ୟା ଅଛନ୍ତି । ସୁନିଲଙ୍କ ରୋଜଗାର ଉପରେ ସଂପୂର୍ଣ୍ଣ ପରିବାର ନିର୍ଭରଶୀଳ । ସୁନିଲଙ୍କ ମୃତ୍ୟୁରେ ସମଗ୍ର ପରିବାର ବେସାହାରା ହୋଇପଡ଼ିଛି । ଦେଢ଼ବର୍ଷର ଶିଶୁ କନ୍ୟା ବାପାଙ୍କୁ ଖୋଜୁଥିବା ବେଳେ ପତ୍ନୀ ଓ ବାପା, ମା’ ବାରମ୍ବାର ଚେତା ହରାଉଛନ୍ତି । ବ୍ୟବଚ୍ଛେଦ ପରେ ସନ୍ଧ୍ୟାରେ ତାଙ୍କ ମୃତଦେହ ବାସଭବନରେ ପହଞ୍ଚି ଥିଲା । ବ୍ୟାପକ ପୁଲିସ ଫୋର୍ସ ଉପସ୍ଥିତିରେ ଗ୍ରାମ ଶ୍ମଶାନରେ ମୃତଦେହକୁ ଦାହ କରାଯାଇଥିଲା । ସୁନିଲଙ୍କ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି ହୋଇଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.