PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମ୍ବଲପୁର: ଶେଷରେ ଚେତିଲେ ସମ୍ବଲପୁର ପୁଲିସ, ଭାଙ୍ଗିଲା କୋରେକ୍ସ ମାଫିଆଙ୍କ ଘର
  • ||
  • ବଲାଙ୍ଗୀର: ରାସ୍ତା ଉପରେ ଜଳିଗଲା ଚଳନ୍ତା କାର୍, ନିଆଁକୁ ଆୟତ୍ତ କଲେ ଅଗ୍ନିଶମ ଟିମ୍
  • ||
  • ନୂଆପଡ଼ା : ଘର ଭିତରୁ ବୃଦ୍ଧାଙ୍କୁ ଟାଣିନେଲା ମହାବଳ ବାଘ, ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ
  • ||
  • ବିଶ୍ୱ ଘରଚଟିଆ ଦିବସ, ଏ ବର୍ଷର ଥିମ୍ ‘ଆଇ ଲଭ୍‌ ସ୍ପାରୋ’..
  • ||
  • ଭୁବନେଶ୍ଵର : ଆଜି ବିଶ୍ୱ ପଖାଳ ଦିବସ, ପାଗ ଖରାପ ଲାଗି ଟିକେ ମାନ୍ଦା, ଆଗୁଆ ପାଳିଲେ ଆମିଷ ପ୍ରେମୀ
  • ||
  • କେନ୍ଦୁଝର ସଦର : ଥାନାରେ ପହଞ୍ଚିଲା ସ୍ଵାମୀ-ସ୍ତ୍ରୀଙ୍କ କଳି, ଫାଶୀ ଲଗାଇ ଆତ୍ମହତ୍ୟା କଲା ସ୍ଵାମୀ
  • ||
  • ବୌଦ୍ଧ : କେନ୍ଦୁକାଠ ବୋଝେଇ ଟ୍ରକ୍ ଜବତ, ୩ ଗିରଫ
  • ||

ପାରାଦୀପକୁ କେନ୍ଦ୍ରର ୧୩ହଜାର କୋଟି ଭେଟି

.bhubaneswarbuzz.com

ଭୁବନେଶ୍ୱର,୪ା୨(ବ୍ୟୁରୋ): ଫେବ୍ରୁଆରୀ ୬ରେ ପାରାଦୀପକୁ ପ୍ରାୟ ୧୩,୦୦୦ କୋଟି ଟଙ୍କାର ପ୍ରକଳ୍ପ ଭେଟି ଦେବେ କେନ୍ଦ୍ର ସରକାର । ଇଣ୍ଡିଆନ୍‌ ଅଏଲ୍‌ କର୍ପୋରେସନ (ଆଇଓସିଏଲ୍‌) ଓ ପାରାଦୀପ ବନ୍ଦର ଟ୍ରଷ୍ଟ (ପିପିଟି) ଦ୍ୱାରା ନିର୍ମିତ ତଥା ପ୍ରସ୍ତାବିତ ଏ ପ୍ରକଳ୍ପଗୁଡ଼ିକର ଶିଳାନ୍ୟାସ ଓ ଲୋକାର୍ପଣ କରିବେ କେନ୍ଦ୍ର ମନ୍ତ୍ରୀ ନୀତିନ୍‌ ଗଡ଼କରୀ, ଧର୍ମେନ୍ଦ୍ର ପ୍ରଧାନ ଓ ଜୁଏଲ୍‌ ଓରାମ୍‌ ।
ଆଇଓସିଏଲ୍‌ ପାରାଦୀପ ରିଫାଇନରିରେ ନିର୍ମିତ ବିଶ୍ୱଶ୍ରେଣୀୟ ପଲିପ୍ରପିଲିନ୍‌ ପ୍ଲାଣ୍ଟକୁ ଉଦ୍‌ଘାଟନ କରିବେ ତିନି କେନ୍ଦ୍ରମନ୍ତ୍ରୀ । ୬.୮ ଲକ୍ଷ ଟନ୍‌ କ୍ଷମତା ବିଶିଷ୍ଟ ଏହି ପଲିପ୍ରପିଲିନ୍‌ ପ୍ଲାଣ୍ଟ ପାଇଁ କମ୍ପାନି ୩,୧୫୦ କୋଟି ଟଙ୍କା ପୁଞ୍ଜିନିବେଶ କରିଛି । ଚଳିତ ବର୍ଷ ଏପ୍ରିଲରୁ ଏଠାରୁ ବାଣିଜ୍ୟିକ ଉତ୍ପାଦନ ଆରମ୍ଭ ହେବ ।
ସେହିଭଳି ପାରାଦୀପ ବନ୍ଦରରେ ସ୍ୱଚ୍ଛ କାର୍ଗୋ ପରିଚାଳନା ନିମନ୍ତେ ନିର୍ମାଣ ହୋଇଥିବା ବହୁମୁଖୀ ବର୍ଥ ମଧ୍ୟ ଉଦ୍‌ଘାଟିତ ହେବ । ୫ ନିୟୁତ ଟନ୍‌ କାର୍ଗୋ ପରିଚାଳନା କ୍ଷମତା ବିଶିଷ୍ଟ ଏହି ବର୍ଥ ନିର୍ମାଣ ପାଇଁ ୪୩୦ କୋଟି ୭୮ ଲକ୍ଷ ଟଙ୍କା ନିବେଶ ହୋଇଛି ।
ଏ ଅବସରରେ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ, ଜାହାଜ ଚଳାଚଳ ମନ୍ତ୍ରୀ ନୀତିନ୍‌ ଗଡ଼କରୀ, ପେଟ୍ରୋଲିୟମ ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ୍‌ ଓରାମ୍‌ ପାରାଦୀପ ରିଫାଇନରିରେ ପ୍ରସ୍ତାବିତ ୫,୬୫୪ କୋଟି ଟଙ୍କା ମୂଲ୍ୟର ମନୋଏଥିଲିନ୍‌ ଗ୍ଲାଇକଲ୍‌ (ଏମ୍‌ଇଜି) ପ୍ଲାଣ୍ଟର ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ସେହିଭଳି ପାରାଦୀପ ବନ୍ଦରରେ ଆଇଓସିଏଲ୍‌ର ୦.୬ ନିୟୁତ ଟନ୍‌ କ୍ଷମତାର ଏଲ୍‌ପିଜି ଟର୍ମିନାଲ୍‌ର ଶୁଭ ଦେବେ । ଏହି ଟର୍ମିନାଲ ନିର୍ମାଣ ପାଇଁ କମ୍ପାନି ୬୯୦ କୋଟି ଟଙ୍କା ଖଟାଇବ ।
୧,୪୩୭.୭୬ କୋଟି ଟଙ୍କା ମୂଲ୍ୟରେ ପ୍ରସ୍ତାବିତ ପାରାଦୀପ ବନ୍ଦର ଟ୍ରଷ୍ଟର ଇଷ୍ଟ କ୍ୱେ (ଇକ୍ୟୁ)ର ୧, ୨, ୩ ବର୍ଥର ଯାନ୍ତ୍ରିକରଣ କାର୍ଯ୍ୟ ଭିତ୍ତିପ୍ରସ୍ତର ମଧ୍ୟ ସ୍ଥାପନ ହେବ । ଏହାବ୍ୟତୀତ ୬୫୫ କୋଟି ୫୬ ଲକ୍ଷ ଟଙ୍କା ମୂଲ୍ୟରେ ବାର୍ଷିକ ୧୦ ନିୟୁତ ଟନ୍‌ କ୍ଷମତାର ଏକ କୋଇଲା ବର୍ଥ ବିକାଶ କାର୍ଯ୍ୟକୁ ମଧ୍ୟ ୩ ମନ୍ତ୍ରୀ ଶୁଭାରମ୍ଭ କରିବେ । ଏହାବାଦ୍‌ ପାରାଦୀପ ବନ୍ଦରର ଅନେକଗୁଡ଼ିଏ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଓ ଶୁଭ ମଧ୍ୟ ପଡ଼ିବ ।