ପ୍ରମୂଖ ଖବର
  • ବିହାର ଭୋଟର ତାଲିକାରୁ କଟିପାରେ ୩୪ ଲକ୍ଷ ମତଦାତାଙ୍କ ନାଁ, କାରଣ କହିଲେ ନିର୍ବାଚନ ଆୟୋଗ
  • ||
  • ବିହାର ରାଜନୀତିରେ ବଡ଼ ଟ୍ବିଷ୍ଟ, ଖୁବଶୀଘ୍ର ନୂଆ ଦଳ ଘୋଷଣା କରିପାରନ୍ତି ତେଜ ପ୍ରତାପ ଯାଦବ
  • ||
  • ଜନ୍ମଦିନରେ ଛତିଶଗଡ଼ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପୁଅ ଗିରଫ; ଅବକାରୀ ଦୁର୍ନୀତି ମାମଲାରେ ବନ୍ଧିଲା ଇଡି
  • ||
  • ସକାଳେ ଗୁଳୁଗୁଳି, ଅପରାହ୍ନରେ ବର୍ଷା: ଭିଜିବ ଉପକୂଳରୁ ନେଇ ଆଭ୍ୟନ୍ତରୀଣ ଓଡ଼ିଶା, ୨୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
  • ||
  • FM କଲେଜରେ ପହଞ୍ଚିଲେ ୟୁଜିସି ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍, ତଦନ୍ତ କରୁଛନ୍ତି ୪ ଜଣିଆ ଦଳ
  • ||
  • ଚାକିରି ଆଶା ଦେଖାଇ ଯୁବତୀଙ୍କୁ ନିର୍ଯାତନା: ରାଜସ୍ଥାନରୁ ଉଦ୍ଧାର ପରେ ଘରକୁ ଫେରିଲେ ଝିଅ
  • ||
  • ରାଜଧାନୀରେ ବିଭତ୍ସ ହତ୍ୟାକାଣ୍ଡ, ଯୁବକଙ୍କୁ ପଥରରେ ଛେଚି ମାରିଦେଲେ ବାଇକ୍ ଚୋର
  • ||
  • ଦିଲ୍ଲୀରେ ପୁଣି ୨୦ ଅଧିକ ବୋମା ଧମକ,ଆସିଥିଲା ଧମକପୂର୍ଣ୍ଣ ମେଲ୍, ପୁଲିସର ତଦାଘନା
  • ||
  • ଭୂକମ୍ପ ଝଟକାରେ ଥରିଲା ଚିଲି, ରିକ୍ଟର ସ୍କେଲରେ ତୀବ୍ରତା ୫.୭ ରେକର୍ଡ଼
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ଆତ୍ମାହୁତି ଘଟଣା: ଆଜି ବାଲେଶ୍ୱରରେ ଉଚ୍ଚଶିକ୍ଷା ବିଭାଗ କମିଟିର ତଦନ୍ତ, ଉପସ୍ଥିତ ରହିବେ ଆଇସିସିର ସମସ୍ତ ସଦସ୍ୟ
  • ||
  • TRFକୁ ଆତଙ୍କୀ ସଂଗଠନ ଘୋଷଣା କଲା ଆମେରିକା, ପହଲଗାମ ଆତଙ୍କୀ ଆକ୍ରମଣ ପାଇଁ କଲା ଦାୟୀ
  • ||

RAW ର ନୂତନ ମୁଖ୍ୟ ଭାବେ ପରାଗ ଜୈନ ନିଯୁକ୍ତ, ବାଲାକୋଟ୍‌ରୁ ଅପରେସନ୍ ସିନ୍ଦୂର ପର୍ଯ୍ୟନ୍ତ ତୁଲାଇଛନ୍ତି ଗୁରୁତ୍ବପୂର୍ଣ୍ଣ ଭୂମିକା

Published By : Harapriya Biswal | June 28, 2025 3:09 PM

ନୂଆଦିଲ୍ଲୀ,୨୮।୬:  ଭାରତୀୟ ଗୁଇନ୍ଦା ଏଜେନ୍ସି ‘ର’କୁ ମିଳିଲା ନୂଆ ବସ୍। ପରାଗ ଜୈନଙ୍କୁ ରିସର୍ଚ୍ଚ ଆଣ୍ଡ ଆନାଲିସିସ୍ ଓ୍ବିଙ୍ଗ ’ର’ ନୂତନ ମୁଖ୍ୟ ଭାବରେ ନିଯୁକ୍ତ କରାଯାଇଛି। ପରାଗ  ପଞ୍ଜାବ କ୍ୟାଡରର ୧୯୮୯ ବ୍ୟାଚ୍‌ର ଆଇପିଏସ୍ ଅଫିସର। ‘ର’ ଚିଫ୍ ଭାବରେ ତାଙ୍କର କାର୍ଯ୍ୟକାଳ ଦୁଇ ବର୍ଷର ରହିବ। ସେ ରବି ସିହ୍ନାଙ୍କ ସ୍ଥାନ ନେବେ, ତାଙ୍କ କାର୍ଯ୍ୟକାଳ ୩୦ ଜୁନ୍‌ରେ ଶେଷ ହେବାକୁ ଯାଉଛି। ପରାଗ ବର୍ତ୍ତମାନ ବିମାନ ଅନୁସନ୍ଧାନ କେନ୍ଦ୍ରର ନେତୃତ୍ବ ନେଉଛନ୍ତି। ଏହି ରିସର୍ଚ୍ଚ ସେଣ୍ଟରରେ ‘ଅପରେସନ୍ ସିନ୍ଦୂର’ ବେଳେ ପାକିସ୍ତାନୀ ସଶସ୍ତ୍ର ବାହିନୀ ବିଷୟରେ ଗୁଇନ୍ଦା ସୂଚନା ଏକାଠି କରିବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ ପରାଗ।  ତାଙ୍କୁ ପାକିସ୍ତାନ ମାମଲାର ବିଶେଷଜ୍ଞ ଭାବରେ ମଧ୍ୟ ଜଣାଯାଏ।

ପରାଗ ପୂର୍ବରୁ ଚଣ୍ଡୀଗଡର ଏସଏସପି ରହିସାରିଛନ୍ତି। ପଞ୍ଜାବ ଯେତେବେଳେ ଆତଙ୍କବାଦ କବଳରେ ଥିଲା। ଭଟିଣ୍ଡା, ମାନସା ଓ ହୋସିୟାରପୁର ଭଳି ସମ୍ବେଦନଶୀଳ ଜିଲ୍ଲାରେ ଅପରେସନାଲ ଦାୟିତ୍ବ ଗ୍ରହଣ କରିଥିଲେ ସେ। ପରେ ଚଣ୍ଡୀଗଡର ଏଏସଏପି ଓ ଲୁଧିଆନାର ଡିଆଇଜି ମଧ୍ୟ ଥିଲେ। ଏହା ସହ କାନାଡା ଓ ଶ୍ରୀଲଙ୍କାରେ ଭାରତୀୟ ପ୍ରତିନିଧି ଭାବରେ ମଧ୍ୟ ସେବା ଦେଇସାରିଛନ୍ତି। ସୋମବାର ସେ ସିହ୍ନାଙ୍କ ପଦଭାର ଗ୍ରହ କରିବେ। ‘ର’ ରେ ନିଜର ଲମ୍ବା କାର୍ଯ୍ୟକାଳ ସମୟରେ ପରାଗ ପାକିସ୍ତାନ ଡେସ୍କର ଦାୟିତ୍ବ‌ରେ ଥିଲେ। ବିଶେଷ କରି ଧାରା ୩୭୦ର ଉଚ୍ଛେଦ ଓ ବାଲାକୋଟ୍ ଏୟାରଷ୍ଟ୍ରାଇକ୍ ଭଳି ଗୁରୁତ୍ବପୂର୍ଣ୍ଣ ଅଭିଯାନ ସମୟରେ ତାଙ୍କର ଭୂମିକା ଖୁବ୍ ଗୁରୁତ୍ବପୂର୍ଣ୍ଣ ଥିଲା।

ଉଲ୍ଲେଖନୀୟ ଯେ, ୨୧ ସେପ୍ଟେମ୍ବର ୧୯୬୮ ରେ  ଭାରତୀୟ ଗୁଇନ୍ଦା ସଂସ୍ଥା RAW ର ପ୍ରତିଷ୍ଠା ହୋଇଥିଲା। ଏହି ସଂସ୍ଥାର ପ୍ରଥମ ମୁଖ୍ୟ ଆରଏନ୍ କାଭ୍ ଥିଲେ। ଏହି ଏଜେନ୍ସିର ମୁଖ୍ୟ କାମ ହେଲା ବିଦେଶୀମାନେ ଭାରତ ବିରୋଧରେ କେଉଁଠି ଓ କିଭଳି ଷଡଯନ୍ତ୍ର କରୁଛନ୍ତି ତା’ର ସୂଚନା ସଂଗ୍ରହ କରିବା। ନୂଆଦିଲ୍ଲୀରେ ଏହାର ମୁଖ୍ୟାଳୟ ରହିଛି।  ଏହାର ସିକ୍ରେଟ ମିସନ୍ ମଧ୍ୟ ରହିଥାଏ। ‘ର’ ମୁଖ୍ୟ ନିଜର ପ୍ରତିଦିନର ରିପୋର୍ଟ ନ୍ୟାସନାଲ ସିକ୍ୟୁରିଟି ଆଡଭାଇଜରଙ୍କୁ ଦେଇଥାନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.