ପ୍ରମୂଖ ଖବର
  • ଆଗାମୀ ୪ ଦିନ ପ୍ରଚଣ୍ଡ ତାତି: ବୁଧବାର ୪୫ ଡିଗ୍ରୀ ଛୁଇଁବ ପାରଦ, ତତଲା ଲୌହପିଣ୍ଡ ପାଲଟିବ ପଶ୍ଚିମ ଓଡ଼ିଶା
  • ||

ବହୁଚର୍ଚ୍ଚିତ ପାର୍ସଲ ବୋମା ଘଟଣା: ଓକିଲଙ୍କ ଆର୍ଗୁମେଣ୍ଟରେ ଉତ୍ତର ରଖିଲେ ଅଭିଯୁକ୍ତଙ୍କ ଓକିଲ

Published By : Harapriya Sethi | May 9, 2025 2:32 PM

ଭୁବନେଶ୍ୱର,୦୯/୦୫: ବହୁ ଚର୍ଚ୍ଚିତ ପାଟଣାଗଡ ପାର୍ସଲ ବୋମା ମାମଲା । ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲଙ୍କ ଭର୍ଚୁଆଲ ମୋଡରେ କୋର୍ଟରେ ହାଜର ହୋଇଥିବା ବେଳେ ଶୁକ୍ରବାର କୋର୍ଟରେ ସରକାରୀ ଓକିଲଙ୍କ ଆର୍ଗୁମେଣ୍ଟ ହେଲା । ଏହାର ଜବାବ ରଖିଲେ ଅଭିଯୁକ୍ତ ପୁଞ୍ଜିଲାଲଙ୍କ ଓକିଲ । ପୀଡିତା ପରିବାରଙ୍କ ପକ୍ଷରୁ ସ୍ଵତନ୍ତ୍ର ଓକିଲ ଭାବେ ନିଯୁକ୍ତ ଥିବା ପୂର୍ବତନ କ୍ରାଇମବ୍ରାଞ୍ଚର ଓକିଲ ଚିତ୍ତରଞ୍ଜନ କାନୁନଗୋ କହିବା ଅନୁସାରେ ଶୁକ୍ରବାର କୋର୍ଟରେ ଆର୍ଗୁମେଣ୍ଟର ପ୍ରଥମ ଦିନ ଥିଲା । ପ୍ରଥମ ଦିନରେ କ୍ରାଇମବ୍ରାଞ୍ଚ ସଂଗ୍ରହ କରିଥିବା ଦସ୍ତାବିଜ ପ୍ରମାଣ ଉପରେ ଆର୍ଗୁମେଣ୍ଟ କରାଯାଇଥିଲା । ଆସନ୍ତା ୧୩ ତାରିଖ ପୁଣି ଆର୍ଗୁମେଣ୍ଟ ହେବ ବୋଲି ମଧ୍ୟ କହିଛନ୍ତି । ଅନ୍ୟପକ୍ଷରେ ପୁଞ୍ଜିଲାଲଙ୍କ ଓକିଲ ପ୍ରମୋଦ ମିଶ୍ରଙ୍କ କହିବା ଅନୁଆରେ ଏହା ଏକ ସମ୍ବେଦନଶୀଳ ମାମଲା । କ୍ରାଇମବ୍ରାଞ୍ଚ ପୁଞ୍ଜିଲାଲଙ୍କ ବିରୁଦ୍ଧରେ ଯାହା କିଛି ପ୍ରମାଣ ଅଛି ତାହା ଭିତ୍ତିହୀନ ବୋଲି କହିଥିଲେ । 

ସୂଚନା ଅନୁସାରେ, ୨୦୧୮ ଫେବୃଆରୀ ୨୩ ତାରିଖରେ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣା ଘଟିଥିଲା । ବିସ୍ଫୋରଣରେ ନବ ବିବାହିତ ସୌମ୍ୟଶେଖର ସାହୁ ଓ ତାଙ୍କ ଜେଜେମା ଜେମାମଣି ସାହୁଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା । ବୃତ୍ତିଗତ ଶତ୍ରୁତାକୁ କେନ୍ଦ୍ରକରି ଅଧ୍ୟାପକ ପୁଞ୍ଜିଲାଲ ଭଇଁଷା କଲେଜ ଅଧ୍ୟକ୍ଷା ସଂଯୁକ୍ତା ସାହୁଙ୍କ ଘରକୁ ପାର୍ସଲ ବୋମା ପଠାଇଥିଲେ । ସଂଯୁକ୍ତାଙ୍କ ପୁଅ ସୌମ୍ୟଶେଖର ସାହୁଙ୍କ ବାହାଘର ୨୦୧୮ ମସିହା ଫେବ୍ରୁଆରୀ ୧୭ ତାରିଖରେ ହୋଇଥିଲା । ପୁଞ୍ଜି ବିବାହ ଉପହାର ଭାବେ ଏକ ଗିଫ୍ଟ ଦେଇଥିଲା । ୨୩ ତାରିଖ ଦିନ ପାର୍ସଲ ଗିଫ୍ଟ ଖୋଲିବା ବେଳେ ବିସ୍ଫୋରଣ ହୋଇଥିଲା । ଏଥିରେ ସୌମ୍ୟ ଶେଖର ଓ ତାଙ୍କ ଜେଜେମା’ଙ୍କର ମୃତ୍ୟୁ ଘଟିଥିଲା । ନବବିବାହିତା ପତ୍ନୀ ରୀମା ସାହୁ ଗୁରୁତର ଭାବେ ଆହତ ହୋଇଥିଲେ । ଘଟଣାର ତଦନ୍ତ କରି କ୍ରାଇମବ୍ରାଞ୍ଚ ପୁଞ୍ଜିଲାଲ ମେହେରଙ୍କୁ ୨୦୧୮ ଏପ୍ରିଲ ୨୫ ତାରିଖରେ ଗିରଫ କରିଥିଲା । ସେବେ ଠାରୁ ପୁଞ୍ଜିଲାଲ ବଲାଙ୍ଗିର ଜିଲ୍ଲା କାରାଗାରରେ ବିଚାର ବିଭାଗୀୟ କଏଦୀ ଭାବେ ଅଛନ୍ତି ।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.