ପ୍ରମୂଖ ଖବର
  • ବାଲେଶ୍ୱର : ଗେମ୍‌ ଖେଳିବାକୁ ବାରଣ କଲେ ମାଆ; ଗଛରେ ରଶି ଲଗାଇ ଝୁଲିପଡ଼ିଲେ ଯୁବକ
  • ||
  • ବାଙ୍ଗିରିପୋଷି : ଦ୍ୱାରଶୁଣି ଘାଟିରେ ୫୦ ଫୁଟ ଖାଲକୁ ଖସିଲା ଟ୍ରକ୍, ଚାଳକ ମୃତ
  • ||
  • ଗ୍ରୀସ୍‌ରେ ପୁଣି ଶକ୍ତିଶାଳୀ ଭୂକମ୍ପ ଝଟକା ; ତୀବ୍ରତା ୬.୧ ରେକର୍ଡ, ସୁନାମି ଆଲର୍ଟ ଜାରି
  • ||
  • ୫୦୦୦ ଲାଞ୍ଚ ନେଇ ଧରାପଡ଼ିଲେ ତିଗିରିଆ ଥାନା ASI, ଏକକାଳୀନ ୩ ଟି ସ୍ଥାନରେ ଚଢାଉ
  • ||
  • ୱାଶିଂଟନ ଡିସିରେ ୨ ଇସ୍ରାଏଲ ଦୂତାବାସ ଅଧିକାରୀଙ୍କୁ ଗୁଳି କରି ହତ୍ୟା
  • ||
  • ଭୁବନେଶ୍ୱର : ରାଜଧାନୀରୁ ବ୍ରାଉନ ସୁଗର ବେପାରୀ ଗିରଫ; ୩୫ ଲକ୍ଷ ଟଙ୍କାର ଧଳାଜହର ଜବତ
  • ||
  • IPL 2025: ଆଜି ସୁପରଜାଏଣ୍ଟ୍‌ସ ପାଇଁ ପ୍ରସ୍ତୁତ ଟାଇଟନ୍ସ, ଲକ୍ଷ୍ୟ ଶ୍ରେଷ୍ଠ ୨ରେ ସ୍ଥାନ
  • ||
  • ରାଜଗାଙ୍ଗପୁର : ଅବକାରୀ ବିଭାଗ ଚଢଉ ବେଳେ ଭାଟି କର୍ମଚାରୀଙ୍କୁ ଗ୍ରାମବାସୀଙ୍କ ଆକ୍ରମଣ, ୫ ଆହତ
  • ||
  • ରାହାଡ଼ପୁର ପାହାଡ଼ରୁ ଖସିଲା କମ୍ପ୍ରେସର: ଜଣେ ମୃତ, ଜଣେ ଆହତ
  • ||
  • ସୋର ପୁଲିସକୁ ଖୋଲା ଚ୍ୟାଲେଞ୍ଜ; ବନ୍ଧୁକ ମୁନରେ ଲକ୍ଷାଧିକ ଟଙ୍କାର ଅଳଙ୍କାର ଲୁଟିନେଲେ ଦୁର୍ବୃତ୍ତ
  • ||
  • ଓଡ଼ିଶାକୁ ଫେରିଲା କରୋନା: ଭୁବନେଶ୍ୱରରେ ଜଣେ ଆକ୍ରାନ୍ତ ଚିହ୍ନଟ
  • ||
  • ଯାଜପୁର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ୪ ପ୍ରକଳ୍ପର ଉଦ୍‌ଘାଟନ ସହ ୧୨ ଭିତ୍ତିପ୍ରସ୍ତର ସ୍ଥାପନ କରିବେ
  • ||
  • କଟକ : ଗୋଡିସାହି ପୁରୀ ମେନ୍ କେନାଲ ବନ୍ଧ ରାସ୍ତାରେ ଦୁର୍ଘଟଣା, ହାଇୱା ଧକ୍କାରେ ୨ ମୃତ
  • ||
  • ରାଜ୍ୟରେ ପ୍ରଚଣ୍ଡ ତାତି ସାଙ୍ଗକୁ ଗୁଳୁଗୁଳି, ଆଜି ୧୧ ଜିଲ୍ଲାକୁ ଆଲର୍ଟ ଜାରି: ୨୩ରୁ କାଳବୈଶାଖୀ ଆଶଙ୍କା
  • ||

ବିଏମ୍‌ସିର ଷ୍ଟ୍ରିଟ୍‌ଲାଇଟ୍‌ ଭେଳିକି, ମୁଖ୍ୟରାସ୍ତା ଅନ୍ଧାର... ଶାଖା ରାସ୍ତାରେ ଗଣ୍ଡା ଗଣ୍ଡା

Published By : Prameya | May 21, 2025 12:54 PM

ଭୁବନେଶ୍ୱର, ୨୧/୦୫ : ଷ୍ଟ୍ରିଟ୍‌ଲାଇଟ୍‌ ସେବା ଯୋଗାଣରେ ପାତରଅନ୍ତର । ସହରର ମୁଖ୍ୟ ରାସ୍ତା ଅନ୍ଧାର । କିନ୍ତୁ ଶାଖା ରାସ୍ତାରେ ଗଣ୍ଡା ଗଣ୍ଡା ଷ୍ଟ୍ରିଟ୍‌ଲାଇଟ ଥାଇ ପୁଣି ନୂଆ ଖୁଣ୍ଟିରେ ଏଲ୍‌ଇଡି ଲାଗୁଛି । ଏଭଳି ଦୃଶ୍ୟ ବଡ଼ଗଡ଼ କେନାଲ ରୋଡରେ ଦେଖିବାକୁ ମିଳିଛି । ଅନ୍ୟପକ୍ଷରେ ବଡ଼ଗଡ଼ ଛକ ଠାରୁ ଟଙ୍କପାଣି ରୋଡ ଜଗନ୍ନାଥ ଆଶ୍ରମ ପର୍ଯ୍ୟନ୍ତ ୪ ଥାକିଆ ରାସ୍ତାରେ ସନ୍ଧ୍ୟା ପରେ ଅନ୍ଧାର ରାଜୁତି କରୁଛି । ବିଏମସି ପକ୍ଷରୁ ଏଭଳି ଅଯଥା ଷ୍ଟ୍ରିଟ୍‌ ଲାଇଟ୍‌ ଲଗାଯିବା ପଛରେ କଣ ଉଦ୍ଦେଶ୍ୟ ରହିଛି ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । 

ବଡ଼ଗଡ଼ କେନାଲ ରୋଡର ଉଭୟ ପାର୍ଶ୍ୱ ପଳାଶୁଣି ଗ୍ରାମ ପର୍ଯ୍ୟନ୍ତ ଲମ୍ବିଛି। ପ୍ରାୟ ୧୨ କିମି ଲମ୍ବ ବିଶିଷ୍ଟ ଏହି ରାସ୍ତାରେ ପୂର୍ବରୁ ଖୁଣ୍ଟି ପୋତା ହୋଇ ଏଲଇଡି ଲାଇଟ୍ ଲାଗିଛି । ଯାହାକି ରାସ୍ତାକୁ ଯଥେଷ୍ଟ ଆଲୋକିତ କରୁଛି । ଏହା ସତ୍ତ୍ଵେ ବିଏମସି ପକ୍ଷରୁ ଏହି ରାସ୍ତାରେ ଦୋହରା ଆଲୋକୀକରଣ କାର୍ଯ୍ୟ ଚାଲିଛି। ପ୍ରାୟ ଦେଢ଼ କୋଟି ଟଙ୍କା ଖର୍ଚ୍ଚ କରାଯାଇ ଏହି ରାସ୍ତା ସାରା ଶତାଧିକ ନୂଆ ଖୁଣ୍ଟି ପୋତାଯାଇ ସେଥିରେ ଏଲ୍‌ଇଡି ବଲବ ଲଗା ଯାଇଛି । ଏହି କାର୍ଯ୍ୟକୁ ଦିଲ୍ଲୀର ଏକ କମ୍ପାନୀ କରିଛି। ଏହାର ରକ୍ଷଣାବେକ୍ଷଣ ଓ ମରାମତି କାର୍ଯ୍ୟ କମ୍ପାନୀ ହାତରେ ନ୍ୟସ୍ତ ରହିଛି । କିନ୍ତୁ ପ୍ରକୃତରେ ରକ୍ଷଣାବେକ୍ଷଣ ଓ ମରାମତି କାର୍ଯ୍ୟ କମ୍ପାନୀ କର୍ମଚାରୀ କରୁନାହାନ୍ତି । କମ୍ପାନୀର କାମ ବିଏମସିର ବିଦ୍ୟୁତ୍‌ ବିଭାଗ ଯନ୍ତ୍ରୀ ଓ କର୍ମଚାରୀ ମାନେ ତୁଲାଉଛନ୍ତି । କମ୍ପାନୀର ନିଜସ୍ୱ ଗାଡ଼ି ନାହିଁ । ବିଏମସିର ହାଇଡ୍ରା ପାୱାର ଲାଡର ଗାଡ଼ି ମଧ୍ୟ ରକ୍ଷଣାବେକ୍ଷଣ କାର୍ଯ୍ୟରେ ବ୍ୟବହାର କରାଯାଉଛି । ତା’ ବଦଳରେ କମ୍ପାନୀ ସେମାନଙ୍କୁ ଯଥେଷ୍ଟ ପାରିଶ୍ରମିକ ଦେଉଥିବାର ଅଭିଯୋଗ ହେଉଛି। 

ଅନ୍ୟପକ୍ଷରେ ବଡ଼ଗଡ଼ ଗ୍ରାମ ମୁଖ୍ୟ ଛକ ଠାରୁ ଜଗନ୍ନାଥ ଆଶ୍ରମ ଟଙ୍କପାଣି ରୋଡ ପର୍ଯ୍ୟନ୍ତ ଲମ୍ବିଥିବା ଚାରିଥାକିଆ ମୁଖ୍ୟ ରାସ୍ତାର ଆଲୋକୀକରଣ କଥା ବିଏମସି ଭୁଲି ଯାଇଛି । ପ୍ରାୟ ଏକ ବର୍ଷରୁ ଅଧିକ ସମୟ ହେବ ଏହି ରାସ୍ତା ନିର୍ମାଣ ସରି ଗାଡ଼ିମୋଟର ଯାତାୟାତ କଲାଣି । ଏହି ରାସ୍ତାର ଗୁରୁତ୍ୱ ଅଧିକ। ଏହି ରାସ୍ତା ବିଭିନ୍ନ ଐତିହ୍ୟସ୍ଥଳୀ ଓ ପର୍ଯ୍ୟଟନସ୍ଥଳୀକୁ ସଂଯୋଗ କରିଛି । ଟଙ୍କପାଣି ରୋଡଟି ପୁରୀ କଟକ ବାଇପାସ୍‌ ରାସ୍ତାକୁ ଲାଗିଥିବାରୁ ଏହି ରାସ୍ତାରେ ପ୍ରବଳ ଗାଡି ମୋଟର ଭିଡ଼ ଲାଗି ରହିଥାଏ । ଏହି ରାସ୍ତା କଡ଼ରେ ଗୋଟିଏ ବି ଷ୍ଟ୍ରିଟ୍‌ ଲାଇଟ୍‌ ନାହିଁ । କେବଳ ରାସ୍ତାର ଗୋଟିଏ ପାଶ୍ୱର୍ରେ କିଛି ସ୍ଥାନରେ ୧୧ କେଭି ଟିପିସିଓଡିଏଲର କଙ୍କ୍ରିଟ୍‌ ଖୁଣ୍ଟରେ ବିଏମସିର ନାମକୁ ମାତ୍ର ପୁରୁଣା ବଲ୍‌ବ ଝୁଲାଇ ଦେଇ କାମ ସାରି ଦେଇଛନ୍ତି । ମାତ୍ର ଅପର ପାର୍ଶ୍ୱରେ ଆଦୌ ଷ୍ଟ୍ରିଟ୍‌ ଲାଇଟ୍‌ ନଥିବା କାରଣରୁ ଅନ୍ଧାର ହେଲେ ରାସ୍ତାଟି ଅସୁରକ୍ଷିତ ହୋଇପଡ଼ିଛି । ସମୟ ବ୍ୟବଧାନରେ ଏହି ରାସ୍ତାରେ ଲୁଟ୍‌, ଛିନତାଇ ଆଦି ଅପରାଧ ଘଟୁଛି । 

ବଡ଼ଗଡ଼ କେନାଲ ରୋଡ ପୂର୍ତ୍ତ ବିଭାଗ ଅଧୀନରେ । ଏହି ରାସ୍ତା ଆଲୋକୀକରଣ ପାଇଁ ପୂର୍ତ୍ତ ବିଭାଗ ପକ୍ଷରୁ ବିଏମସିକୁ କୌଣସି ଆର୍ଥିକ ଅନୁଦାନ ଦିଆଯାଇନାହିଁ । ରାସ୍ତାରେ ଷ୍ଟ୍ରିଟ୍‌ ଆଲୁଅ ଥାଇ ପୁଣି ଏହି ଦୋହରା ଆଲୋକୀକରଣ କରିବା ଅର୍ଥ କେବଳ ଟିକସଦାତାଙ୍କ ଟଙ୍କା ବରବାଦ ଛଡା ଅନ୍ୟ କିଛି ନୁହେଁ ବୋଲି ସାଧାରଣ ଜନତା କହୁଛନ୍ତି । ଏପଟେ ମୁଖ୍ୟ ରାସ୍ତାରେ ଷ୍ଟ୍ରିଟ୍‌ ଲାଇଟ୍‌ ଲାଗିବା ପାଇଁ ବିଏମସି ପାଖରେ ଟଙ୍କା ନାହିଁ । ଏହି ସମ୍ପର୍କରେ ବିଏମସି ବିଦ୍ୟୁତ ବିଭାଗର ନିର୍ବାହୀ ଯନ୍ତ୍ରୀ ଇଂ ସୁକାନ୍ତ କୁମାର ସାବତଙ୍କୁ ଅବଗତ କରା ଯାଇଥିଲା । ସେ କହିଥିଲେ, ବଡ଼ଗଡ଼ ଗ୍ରାମ ମୁଖ୍ୟ ପ୍ରବେଶ ପଥ ଠାରୁ ଜଗନ୍ନାଥ ଆଶ୍ରମ ପର୍ଯ୍ୟନ୍ତ ସଂଯୋଗ ହୋଇଥିବା ଚାରିଥାକିଆ ରାସ୍ତାର ଆଲୋକୀକରଣ ପାଇଁ ପୂର୍ତ୍ତ ବିଭାଗ ଆମକୁ ଅର୍ଥ ଦେଇନାହିଁ । ତେଣୁ ସେହି କାମ ଏ ପର୍ଯ୍ୟନ୍ତ ହୋଇ ପାରିନାହିଁ । ତେବେ କେନାଲ ରାସ୍ତା ପୂର୍ତ୍ତ ବିଭାଗ ଅଧିନରେ ଥିବା ବେଳେ ବିଭାଗ ପକ୍ଷରୁ ଏହି ରାସ୍ତାର ଆଲୋକୀକରଣ ପାଇଁ କୌଣସି ଅନୁଦାନ ବିଏମସିକୁ ଦିଆଯାଇ ନ ଥିବା ଜଣାଯାଇଛି । ତାହା ସତ୍ତ୍ଵେ ଅଯଥାରେ ଏହି ଭଳି ଟଙ୍କା ବ୍ୟୟ କରିବା ପଛରେ କାହାର ହାତ ଅଛି, ତାହା ସନ୍ଦେହ ପରିସରଭୃକ୍ତ। ଏହା ନଗର ଉନ୍ନୟନ ବିଭାଗ ଦ୍ୱାରା ତଦନ୍ତ କରାଯାଉ ବୋଲି ସାଧରଣରେ ଦାବି ହୋଇଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.