PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କାବୁଲ ସ୍ଥିତ ଏକ ମସଜିଦ୍‌ରେ ଭୟଙ୍କର ବିସ୍ଫୋରଣ , ବିସ୍ଫୋରଣରେ ୨୦ ମୃତ , ୪୦ ଆହତ , ଆହତଙ୍କୁ ନିଆଯାଉଛି ହସ୍ପିଟାଲ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ୪ ଦିନ ଏଭଳି ବନ୍ୟା ସ୍ଥିତି ରହିବ, ଆଗାମୀ ୨୪ ଘଣ୍ଟା ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି ଏସଆରସିଙ୍କ ସୂଚନା
  • ||
  • ବୌଦ୍ଧ : ବୌଦ୍ଧ ଜିଲ୍ଲା ଭେଜିଗୋରା ଗ୍ରାମରେ ପାଣି ଘେରରେ ଥିବା ଗର୍ଭବତୀ ମହିଳା ଓ ଅନ୍ୟ ଜଣେ ମହିଳାଙ୍କୁ ଉଦ୍ଧାର କରିଛନ୍ତି ଅଗ୍ନିଶମ କର୍ମଚାରୀ
  • ||
  • ଭଦ୍ରକ : ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ କାସିମପୁର ପଞ୍ଚାୟତ ହେମେନ୍ଦ୍ର ନାଥ ହାଇସ୍କୁଲରେ କ୍ଲାସ ରୁମ୍‌ରେ ପଶିଲା ବନ୍ୟା ପାଣି, ବାତିଲ ହେଲା ପରୀକ୍ଷା
  • ||
  • ସୋର : ବାଲେଶ୍ବର ଜିଲ୍ଲା ନୀଳଗିରି ଅଧିନ ଔପଦା ବ୍ଲକର ବିଡ଼ିଓ ଅଭିଷେକ ଦାସଙ୍କର ବଦଳିକୁ ନେଇ ବୁଧବାର ଔପଦା ବ୍ଲକ୍ ସମ୍ମୁଖରେ ସରପଞ୍ଚ, ସମିତି ସଭ୍ୟ/ସଭ୍ୟା, ବୁଦ୍ଧିଜୀବୀ, ଔପଦାର ଜନସାଧାରଣଙ୍କ ଧାରଣା
  • ||
  • ଜଗତସିଂହପୁର : ତିର୍ତ୍ତୋଲ ବ୍ଲକର ଗୋତିଆକୁଦ ଗାଁରେ ହଠାତ ପାଣି ବଢିଯିବାରୁ ଗୋଟିଏ ପରିବାରର ୩ ଜଣ ଫଶି ରହିଥିଲେ, ବୁଧବାର ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କରିଛି
  • ||
  • କଟକ : ମୁଣ୍ଡଳୀରେ କମୁଛି ଜଳସ୍ତର, ତଥାପି ଵିପଦ ସଙ୍କେତ ଉପରେ ମହାନଦୀ
  • ||
  • ବାଲିପାଟଣା : ଧନୁଆ ନଦୀରେ ବନ୍ୟା, ବାଲିପାଟଣା ବ୍ଲକ୍‌ର ୫ଟି ପଞ୍ଚାୟତର ବିଭିନ୍ନ ଗାଁ ଜଳମଗ୍ନ
  • ||
  • ବାରିପଦା : ଆଇଟିଆଇ କଲେଜରେ ଆଦିବାସୀ ଛାତ୍ରଙ୍କୁ ମାଡ ଘଟଣା, ୧୨ ଘଣ୍ଟିଆ ମୟୁରଭଞ୍ଜ ବନ୍ଦ ଡାକରା
  • ||
  • କଣାସ : ମକରା ନଦୀରେ ୫୦ ଫୁଟର ଘାଇ, ୨୦ ରୁ ଅଧିକ ଗାଁରେ ପଶିଲା ବନ୍ୟାଜଳ
  • ||
  • ଜଳେଶ୍ବର : ତ୍ରୀର୍ଥଯାତ୍ରୀ ବସ୍‌କୁ ପିଟିଲା ମାଲବାହୀ ଟ୍ରକ୍, ଜଣେ ମୃତ ଓ ୪ ଗୁରୁତର
  • ||

ପାର୍କିଂ ଓ ଜୋତା ଷ୍ଟାଣ୍ଡ ସବୁଠି ହରିଲୁଟ୍, ମୋବାଇଲ ଗୋଟାକୁ ୪୦, ଜୋତା ହଳ ୧୦ ଟଙ୍କା

ପୁରୀ, ୦୪/୦୭: ରଥଯାତ୍ରା ପାଇଁ ଗାଡ଼ି ପାର୍କିଂ, ସାଇକେଲ ପାର୍କିଂ, ଜୋତାଷ୍ଟାଣ୍ଡ ସବୁଠି ପ୍ରଶାସନ ଆଖିରେ ଆଙ୍ଗୁଠି ଗେଞ୍ଜି କେତେକ ମୁଷ୍ଟିମୟ ବ୍ୟକ୍ତି ହରିଲୁଟ୍‌ କରିଚାଲିଛନ୍ତି । ପ୍ରଶାସନ ସବୁ ଦେଖି ବି ଚୁପ୍‌ ରହିଛି । ପୁରୀ ପୌରସଂସ୍ଥା ପକ୍ଷରୁ ନିର୍ଦ୍ଧାରିତ ଦର ତାଲିକାକୁ ଅଣଦେଖା କରି ଟେଣ୍ଡର ନେଇଥିବା ବ୍ୟକ୍ତିମାନେ ନିଜ ମନଇଚ୍ଛା ଟଙ୍କା ଆଦାୟ କରୁଛନ୍ତି । ଜୋତା ହଳ ପିଚ୍ଛା ୫ ଟଙ୍କା ଆଦାୟ କରିବାକୁ ଦର ନିର୍ଦ୍ଧାରିତ ହୋଇଥିବା ବେଳେ ଷ୍ଟାଣ୍ଡ କର୍ମଚାରୀ ୧୦ ଟଙ୍କା ନେଉଛନ୍ତି ।

ସେହିଭଳି ଗୋଟିଏ ମୋବାଇଲ ପାଇଁ ୧୦ ଟଙ୍କା ଦର ନିର୍ଦ୍ଧାରଣ ହୋଇଥିଲା । କିନ୍ତୁ ଷ୍ଟାଣ୍ଡରେ ମୋବାଇଲ ପିଚ୍ଛା ୪୦ ଟଙ୍କା ଆଦାୟ ହେଉଛି। ମୋଟର ସାଇକେଲ ପିଚ୍ଛା ୧୦ ଟଙ୍କା ଦର ନିର୍ଦ୍ଧାରିତ ହୋଇଥିବା ବେଳେ ୩୦ ଟଙ୍କା ଆଦାୟ କରାଯାଉଛି । ପାର୍କିଂ ଷ୍ଟାଣ୍ଡ ଓ ଜୋତା ଷ୍ଟାଣ୍ଡରେ ଦର ତାଲିକା ଲଗାନଯିବା ତଥା ପୌରସଂସ୍ଥାର ଏନଫୋର୍ସମେଣ୍ଟ ଟିମ୍‌ ଏଥିପ୍ରତି ଧ୍ୟାନ ନ ଦେବାରୁ ପୁରୀକୁ ଆସୁଥିବା ଲକ୍ଷ ଲକ୍ଷ ଭକ୍ତ ଅଶାନ୍ତିରେ ଫେରୁଛନ୍ତି ।

ନୟାଗଡ଼ରୁ ପରିବାର ସହ ଆସିଥିବା ସଂଘମିତ୍ରା ସ୍ୱାଇଁ ଗୁଣ୍ଡିଚା ମନ୍ଦିର ପାଖେ ହୋଇଥିବା ଜୋତାଷ୍ଟାଣ୍ଡରେ ୫ ହଳ ଜୋତା ରଖି ୫୦ ଟଙ୍କା ଏବଂ ୫ଟା ମୋବାଇଲ ରଖି ୨୦୦ ଟଙ୍କା ଦେଇଛନ୍ତି । ସେହିଭଳି ସଂଗ୍ରାମ କ୍ଲବଠାରୁ ଭୋଳାନାଥ ବିଦ୍ୟାପୀଠ ପର୍ଯ୍ୟନ୍ତ ହୋଇଥିବା ପାର୍କିଂରେ ମଧ୍ୟ ୩ ଗୁଣ ଅଧିକ ଟଙ୍କା ଆଦାୟ ହେଉଛି । ଦୁଇଚକିଆ ଯାନ ପିଚ୍ଛା ୧୦ ଟଙ୍କା ଆଦାୟ କରିବାକୁ ଧାର୍ଯ୍ୟ ହୋଇଥିବା ବେଳେ ୩୦ ଟଙ୍କା ଲେଖାଏଁ ଦେବାକୁ ବାଧ୍ୟ କରାଯାଉଛି । ଉପାୟଶୂନ୍ୟ ଭକ୍ତ ନିଜ ଗାଡ଼ିର ସୁରକ୍ଷାକୁ ଦୃଷ୍ଟିରେ ରଖି ଚଢ଼ା ଦରରେ ଗାଡ଼ି ପାର୍କିଂରେ ରଖିବାକୁ ବାଧ୍ୟ ହେଉଛି ।