ପ୍ରମୂଖ ଖବର
  • ଚଣ୍ଡୀଗଡ଼​‌ରେ ବାଜିଲା ସାଇରନ୍‌, ଏୟାରଫୋର୍ସ ଷ୍ଟେସନ୍‌କୁ ଓ୍ବାର୍ଣ୍ଣିଂ, ଲୋକଙ୍କୁ ଘରୁ ନବାହାରିବାକୁ ନିର୍ଦ୍ଦେଶ
  • ||
  • LOC ଏବଂ IBରେ କଡ଼ା ଜବାବ, ପାକିସ୍ତାନର ୫୦ରୁ ଉର୍ଦ୍ଧ୍ଵ ଡ୍ରୋନ୍ ଖସାଇଲା ଭାରତ
  • ||
  • ଶ୍ରୀକ୍ଷେତ୍ରରେ ବଢ଼ିଲା ସୁରକ୍ଷା ବ୍ୟବସ୍ଥା, ପୋଲିସ ଛାଉଣୀରେ ବଡ଼ଦେଉଳ
  • ||
  • ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ମୟୂରଭଞ୍ଜ : ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ଘୋର ଆର୍ଥିକ ସଂକଟରେ ପାକ୍‌ ଅର୍ଥନୀତି: ଆଜି ପାକ୍‌କୁ ଋଣ ପ୍ରଦାନ ନେଇ ସମୀକ୍ଷା କରିବ ଆଇଏମ୍‌ଏଫ, ଭାରତର ବିରୋଧ
  • ||
  • ଅମୃତସର ବାସିନ୍ଦାଙ୍କୁ ଘରେ ରହିବାକୁ ନିର୍ଦ୍ଦେଶ, ଝରକା ଠାରୁ ଦୂରରେ ଏବଂ ଲାଇଟ୍ ବନ୍ଦ ରଖିବାକୁ ନିର୍ଦ୍ଦେଶାବଳୀ ଜାରି
  • ||
  • ଭାରତୀୟ ସେନାକୁ ସଫଳତା , ଧରାପଡିଲା ପାକିସ୍ତାନୀ ପାଇଲଟ୍
  • ||
  • ସମୀକ୍ଷା କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, CDS ଏବଂ ୩ ସେନା ମୁଖ୍ୟଙ୍କ ସହ ଯୁଦ୍ଧ ସ୍ଥିତି ନେଇ କରିବେ ଆଲୋଚନା
  • ||
  • ଭାରତ-ପାକ୍ ଯୁଦ୍ଧ ନେଇ ସସପେନ୍ସ: ଆଇପିଏଲ୍‌ ଆୟୋଜନ ଉପରେ ହୋଇପାରେ ବଡ଼ ନିଷ୍ପତ୍ତି
  • ||
  • ବାଲେଶ୍ବର ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରେ ବଢ଼ିଲା ସୁରକ୍ଷା, ଅପରାହ୍ନ ୨ଟାରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ
  • ||
  • ପାକିସ୍ତାନ ଉପରେ ଆକ୍ରମଣକୁ ନେଇ ବିସ୍ତୃତ ତଥ୍ୟ ଦେବ ବୈଦେଶିକ ମନ୍ତ୍ରଣାଳୟ,ସକାଳ ୯ଟାରେ ପ୍ରେସ ମିଟ୍
  • ||
  • ରାଜ୍ୟରେ ଆହୁରି ବଢ଼ିବ ଗରମ ପ୍ରକୋପ, ୧୦ରୁ ୧୪ ପ୍ରଚଣ୍ଡ ତାତି,ପଶ୍ଚିମରେ ହିଟ୍‌ୱେଭ୍‌, ଉପକୂଳରେ ଗୁଳୁଗୁଳି ଆଶଙ୍କା
  • ||

ସଂଶୋଧିତ ବ୍ୟାଙ୍କିଙ୍ଗ୍‌ ଆଇନ ସଂସଦରେ ପାସ୍‌, ୪ ଜଣ ଯାଏ ନୋମିନି ରଖିପାରିବେ ଖାତାଧାରୀ

Published By : Prameya | March 27, 2025 11:43 AM

ନୂଆଦିଲ୍ଲୀ,୨୭/୦୩: ସଂଶୋଧିତ ବ୍ୟାଙ୍କିଙ୍ଗ୍‌ ଆଇନ-୨୦୨୪ ସଂସଦରେ ପାସ୍‌ ହୋଇଯାଇଛି । ଏହା  ଅଧୀନରେ ବ୍ୟାଙ୍କ୍‌ ଆକାଉଣ୍ଟଧାରୀ ୪  ଜଣ ପର୍ଯ୍ୟନ୍ତ ନୋମିନି ରଖିପାରିବେ । ବାଚନିକ ଭୋଟ୍‌ରେ ରାଜ୍ୟ ସଭାରେ  ଏହାକୁ ମଞ୍ଜୁରି ମିଳିଛି । 

ଏହା ଉପରେ  ପ୍ରଶ୍ନୋତ୍ତର କାଳରେ ଅର୍ଥମନ୍ତ୍ରୀ ନିର୍ମଳା  ସୀତାରମଣ କହିଛନ୍ତି ଯେ, ଯଦିଓ  ଅନାଦାୟ ଋଣ ପରିସମ୍ପତ୍ତି(ଏନ୍‌ପିଏ)  ବୃହତ୍‌ ମାତ୍ରାରେ ଖସିଛି,ସରକାର  ଉଦ୍ଦେଶ୍ୟମୂଳକ ଋଣ ଖିଲାପକାରୀଙ୍କ  ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ  ନେବାକୁ ପ୍ରତିଶ୍ରୁତିବଦ୍ଧ । ଅର୍ଥମନ୍ତ୍ରୀ କହିଲେ ଯେ, ଗତ  ୫ ବର୍ଷରେ ପ୍ରବର୍ତ୍ତନ  ନିର୍ଦ୍ଦେଶାଳୟ(ଇଡି) ବ୍ୟାଙ୍କ  ଠକେଇ ସଂକ୍ରାନ୍ତ ପ୍ରାୟ ୧୧୨ଟି  ମାମଲାକୁ ହାତକୁ ନେଇଛି ।  ଋଣ ରାଇଟ୍‌ ଅଫ୍‌ର ଅର୍ଥ ନୁହେଁ  ଋଣ ଛାଡ଼ । ଋଣ ଅସୁଲି ପାଇଁ  ବ୍ୟାଙ୍କଗୁଡ଼ିକ ସବୁ ପ୍ରକାର ଉଦ୍ୟମ  କରିବେ । ଗତ ଆର୍ଥିକବର୍ଷ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକ ସର୍ବାଧିକ ୧.୪୧ ଲକ୍ଷ  କୋଟି ଟଙ୍କାର ଲାଭ ହାସଲ କରିଥିବା  ଅର୍ଥମନ୍ତ୍ରୀ କହିଛନ୍ତି । 

୨୦୨୫-୨୬ରେ  ବି ଏହା ଆହୁରି ବଢ଼ିବ  ବୋଲି ସୀତାରମଣ ଦୃଢ଼  ଆଶାବ୍ୟକ୍ତ କରିଛନ୍ତି ।  ୨୦୨୪ରେ ଲୋକ ସଭାରେ  ଏହି ଆଇନ ଗୃହିତ  ହୋଇଥିଲା । ନୂଆ ଆଇନରେ ସମବାୟ  ବ୍ୟାଙ୍କଗୁଡ଼ିକରେ ନିର୍ଦ୍ଦେଶକ(ଅଧ୍ୟକ୍ଷ  ଏବଂ ପୂର୍ଣ୍ଣକାଳୀନ ନିର୍ଦ୍ଦେଶକଙ୍କ  ବ୍ୟତୀତ)ମାନଙ୍କ କାର୍ଯ୍ୟକାଳ ବୃଦ୍ଧି  ନେଇ ପ୍ରସ୍ତାବ ରହିଛି । ଏହା ବର୍ତ୍ତମାନ  ୮ ବର୍ଷ ଥିବାବେଳେ ଏହାକୁ ୧୦ ବର୍ଷକୁ  ବଢ଼ାଯିବ । ଅଡିଟରମାନଙ୍କୁ କେତେ ପାରିଶ୍ରମିକ ଦିଆଯିବ ତାହାକୁ ନେଇ  ବ୍ୟାଙ୍କଗୁଡ଼ିକ ନିଷ୍ପତ୍ତି ନେଇପାରିବେ ।  ନୂଆ ଆଇନରେ ବ୍ୟାଙ୍କଗୁଡ଼ିକୁ ଏ  ସ୍ୱାଧୀନତା ମିଳିବ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.