ପ୍ରମୂଖ ଖବର
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ମୁଦ୍ଦାକୁ ନେଇ ମତଭେଦରେ ଫସିଲା ବିରୋଧୀ, କଂଗ୍ରେସ ବିକ୍ଷୋଭକୁ ଏସପି-ଟିଏମସିର ବଏକଟ୍

Published By : Ankita S | December 3, 2024 12:26 PM

ନୂଆଦିଲ୍ଲୀ,୦୩/୧୨: ସଂସଦ ଶୀତ ଅଧିବେଶନରେ ଆଜି (ମଙ୍ଗଳବାର) ବି ଗୃହରେ ହଙ୍ଗାମା ଜାରି ରହିଛି । ଆଦାନୀ ପ୍ରସଙ୍ଗକୁ ନେଇ ବିରୋଧୀ ଦଳ ନେତା ସଂସଦ ପରିସରରେ ବିକ୍ଷୋଭ ପ୍ରଦର୍ଶନ କରଛନ୍ତି । ଆଦାନୀ-ମୋଦି ଏକ ଲେଖା ଥିବା ପ୍ଲାକାର୍ଡ ଥରି ବିକ୍ଷୋଭ କରିଛି କଂଗ୍ରେସ୍ । ଏହି ମୁଦ୍ଦାକୁ ନେଇ ବିରୋଧୀଙ୍କ ମଧ୍ୟରେ ମତଭେଦ ହୋଇଛି । କଂଗ୍ରେସର ବିକ୍ଷୋଭରେ ସାମିଲ ହୋଇନାହାନ୍ତି ଏସପି ଓ ଟିଏମସି ।

କଂଗ୍ରେସ ଗୃହରେ ଆଦାନୀ ପ୍ରସଙ୍ଗରେ ଆଲେଚନା କରିବାକୁ ଦାବି କରିଥିଲା  । ମାତ୍ର ସମାଜବାଦୀ ପାର୍ଟି ସମ୍ବଲ ହିଂସା ଉପରେ ଚର୍ଚ୍ଚା ଦାବି କରିଥିଲା । ଆଦାନୀ ପ୍ରସଙ୍ଗରେ ଆଲୋଚନା ଦାବି କରି ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ, ସାଂସଦ ପ୍ରିୟଙ୍କା ଗାନ୍ଧୀ ଓ  ଅନ୍ୟ କଂଗ୍ରେସ ସାଂସଦ ସଂସଦ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ମୋଦି-ଆଦାନୀ ଭାଇ ଭାଇ ନାରା ଦେଇଥିଲେ । ମାତ୍ର ଏହି ବିକ୍ଷୋଭକୁ ବଏକଟ କରିଛନ୍ତି ସପା ଓ ଟିଏମସି । କଂଗ୍ରେସର ଫୋକସ ଆଦାନୀ ପ୍ରସଙ୍ଗ ଉପରେ ରହିଛି । ମାତ୍ର ସପା ସମ୍ବଲ ହିଂସାକୁ ମୁଦ୍ଦା କରିଛି । ସେହିପରି ତୃଣମୂଳ କଂଗ୍ରେସ ମହଙ୍ଗା, ବେରୋଜଗାର, ଚାଷୀଙ୍କ ସମସ୍ୟାକୁ ମୁଦ୍ଦା କରିଛି । ଏହାକୁ ନେଇ ବିରୋଧୀଙ୍କ ମଧ୍ୟରେ ଫାଟ ଦେଖା ଦେଇଛି ।

ଟିଏମସି ସାଂସଦ ସମିକ ଭଟ୍ଟାଚାର୍ଯ୍ୟ କହିଛନ୍ତି, ଗଠବନ୍ଧନ ସ୍ଥିତି ଜଳ ଜଳ ହୋଇ ଦେଖାଯାଉଛି । କେତେବେଳେ ଟିଏମସି ନାହିଁ ତ ପୁଣି କେତେବେଳେ ଆପ୍ ନାହିଁ । କଂଗ୍ରେସ ଯେଉଁଠି ଲୋକଙ୍କ ପାଖକୁ ଯାଉଛି ସେଠି ତାଙ୍କୁ ପ୍ରତ୍ୟାଖାନ ହେବାକୁ ପଡିଛି । କଂଗ୍ରେସର କେବଳ ଗୋଟିଏ ସ୍ଥାନ ଅଛି ପାର୍ଲାମେଣ୍ଟ ଗେଟ୍ । ଗୃହକୁ ଚଲାଇ ନଦେବା କଂଗ୍ରେସର ଏଜେଣ୍ଡୋ ହୋଇଛି । କଂଗ୍ରେସର ଏ ବିକ୍ଷୋଭ କେବଳ ତମାସା । ଲେକତନ୍ତ୍ରର ମର୍ଯ୍ୟାଦାକୁ ନଷ୍ଟ କରୁଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.