ନୂଆଦିଲ୍ଲୀ,୦୩/୧୨: ସଂସଦ ଶୀତ ଅଧିବେଶନରେ ଆଜି (ମଙ୍ଗଳବାର) ବି ଗୃହରେ ହଙ୍ଗାମା ଜାରି ରହିଛି । ଆଦାନୀ ପ୍ରସଙ୍ଗକୁ ନେଇ ବିରୋଧୀ ଦଳ ନେତା ସଂସଦ ପରିସରରେ ବିକ୍ଷୋଭ ପ୍ରଦର୍ଶନ କରଛନ୍ତି । ଆଦାନୀ-ମୋଦି ଏକ ଲେଖା ଥିବା ପ୍ଲାକାର୍ଡ ଥରି ବିକ୍ଷୋଭ କରିଛି କଂଗ୍ରେସ୍ । ଏହି ମୁଦ୍ଦାକୁ ନେଇ ବିରୋଧୀଙ୍କ ମଧ୍ୟରେ ମତଭେଦ ହୋଇଛି । କଂଗ୍ରେସର ବିକ୍ଷୋଭରେ ସାମିଲ ହୋଇନାହାନ୍ତି ଏସପି ଓ ଟିଏମସି ।

କଂଗ୍ରେସ ଗୃହରେ ଆଦାନୀ ପ୍ରସଙ୍ଗରେ ଆଲେଚନା କରିବାକୁ ଦାବି କରିଥିଲା  । ମାତ୍ର ସମାଜବାଦୀ ପାର୍ଟି ସମ୍ବଲ ହିଂସା ଉପରେ ଚର୍ଚ୍ଚା ଦାବି କରିଥିଲା । ଆଦାନୀ ପ୍ରସଙ୍ଗରେ ଆଲୋଚନା ଦାବି କରି ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ, ସାଂସଦ ପ୍ରିୟଙ୍କା ଗାନ୍ଧୀ ଓ  ଅନ୍ୟ କଂଗ୍ରେସ ସାଂସଦ ସଂସଦ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ମୋଦି-ଆଦାନୀ ଭାଇ ଭାଇ ନାରା ଦେଇଥିଲେ । ମାତ୍ର ଏହି ବିକ୍ଷୋଭକୁ ବଏକଟ କରିଛନ୍ତି ସପା ଓ ଟିଏମସି । କଂଗ୍ରେସର ଫୋକସ ଆଦାନୀ ପ୍ରସଙ୍ଗ ଉପରେ ରହିଛି । ମାତ୍ର ସପା ସମ୍ବଲ ହିଂସାକୁ ମୁଦ୍ଦା କରିଛି । ସେହିପରି ତୃଣମୂଳ କଂଗ୍ରେସ ମହଙ୍ଗା, ବେରୋଜଗାର, ଚାଷୀଙ୍କ ସମସ୍ୟାକୁ ମୁଦ୍ଦା କରିଛି । ଏହାକୁ ନେଇ ବିରୋଧୀଙ୍କ ମଧ୍ୟରେ ଫାଟ ଦେଖା ଦେଇଛି ।

ଟିଏମସି ସାଂସଦ ସମିକ ଭଟ୍ଟାଚାର୍ଯ୍ୟ କହିଛନ୍ତି, ଗଠବନ୍ଧନ ସ୍ଥିତି ଜଳ ଜଳ ହୋଇ ଦେଖାଯାଉଛି । କେତେବେଳେ ଟିଏମସି ନାହିଁ ତ ପୁଣି କେତେବେଳେ ଆପ୍ ନାହିଁ । କଂଗ୍ରେସ ଯେଉଁଠି ଲୋକଙ୍କ ପାଖକୁ ଯାଉଛି ସେଠି ତାଙ୍କୁ ପ୍ରତ୍ୟାଖାନ ହେବାକୁ ପଡିଛି । କଂଗ୍ରେସର କେବଳ ଗୋଟିଏ ସ୍ଥାନ ଅଛି ପାର୍ଲାମେଣ୍ଟ ଗେଟ୍ । ଗୃହକୁ ଚଲାଇ ନଦେବା କଂଗ୍ରେସର ଏଜେଣ୍ଡୋ ହୋଇଛି । କଂଗ୍ରେସର ଏ ବିକ୍ଷୋଭ କେବଳ ତମାସା । ଲେକତନ୍ତ୍ରର ମର୍ଯ୍ୟାଦାକୁ ନଷ୍ଟ କରୁଛନ୍ତି ।